ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇର ଅଡିଓ ରିଲିଜ ହୋଇଯାଇଛି । କେଶରୀ ହୋଟେଲ ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇର ଅଡିଓ ରିଲିଜ୍ କରାଯାଇଛି । RJD ଆର୍ଟ୍ସ୍ ବ୍ୟାନରରେ ଏହି ଓଡ଼ିଆ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଜନ୍ମଜେୟ ଡୋଙ୍ଗରା ଏହାର ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଆଶୁତୋଷ ମହାପାତ୍ର । ଅମୃତାସ ଓ ଟପ୍ସ ଗୀତକୁ ସଜାଇଥିବା ବେଳେ ହ୍ୟୁମାନ ସାଗର ବିଭୁକିଶୋର ଓ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏହି ଓଡ଼ିଆ ଫିଲ୍ମରେ ଗୀତରେ କଣ୍ଠଦାନ କରିଛନ୍ତି ।
ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଅମ୍ଲାନ, ସମ୍ବିତ ରହିଥିବା ବେଳେ ଅଭିନେତ୍ରୀ ଭୂମିକାରେ ଝିଲିକ ନଜର ଆସିବେ । ଅନ୍ୟ କଳାକାରଙ୍କ ମଧ୍ୟରେ ସ୍ବର୍ଗତଃ ରାଇମୋହନ ପରିଡା, ଅଶ୍ରୁମାେଚନ, ଜୟରାମ ସାମଲ, ପ୍ରତିଭା ପଣ୍ଡା, ପୃଥ୍ୱୀରାଜ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଫ୍ୟାମିଲି ଡ୍ରାମା ସହ ଲଭ୍ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ ।