ଓଡିଶା

odisha

‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ, ‘ଭିଡ଼ ଭିତରୁ ଅଲଗା’ ଫଲ୍ମ କହିଲେ ନିର୍ଦ୍ଦେଶକ

By ETV Bharat Odisha Team

Published : Sep 10, 2023, 7:12 PM IST

ଓଡ଼ିଆ ନୂଆ ଚଳଚ୍ଚିତ୍ର ‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ । ଫିଲ୍ମର ଫାଷ୍ଟ ଲୁକର ପୋଷ୍ଟର ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ରିଲଜ ହୋଇଯାଇଛି । ଅଧିକ ପଢନ୍ତୁ

‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ
‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ

‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ

ଭୁବନେଶ୍ବର: ଓଡ଼ିଆ ନୂଆ ଚଳଚିତ୍ର ‘ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ ରିଲିଜ ହୋଇଯାଇଛି । ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକର ମିଳିତ ପ୍ରଯୋଜନାରେ ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ନୂଆ ଓଡିଆ ସିନେମା ‘ଏଇ ଆମ ପ୍ରେମ କାହାଣୀ’ ଭିଡ଼ ଭିତରୁ ଅଲଗା ଓ କିଛି ନିଆରା ବୋଲି ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି । ଫିଲ୍ମର ଫାଷ୍ଟ ଲୁକ୍‌ର ପୋଷ୍ଟର ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ରିଲଜ ହୋଇଯାଇଛି ।

ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ କହିଛନ୍ତି, "ଏହି ଫିଲ୍ମଟି ଅନ୍ୟ ଲବ୍ ଷ୍ଟୋରି ଫିଲ୍ମ ଭଳି ନୁହେଁ । ଏହା ଭିଡ଼ ମଧ୍ୟରେ ସ୍ବତନ୍ତ୍ର ଫିଲ୍ମ । ଚଳଚ୍ଚିତ୍ରଟି ଓଡ଼ିଶାର ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏକ ନିଚ୍ଛକ ପ୍ରେମକାହାଣୀକୁ ଦର୍ଶାଇଛି । ପ୍ରାକୃତିକ ପରିବେଶରେ ଦୁଇ ମନର ସୁନ୍ଦର ପ୍ରେମ କାହାଣୀ ସହ ସଫଳ ପ୍ରେମର ସଂଘର୍ଷକୁ ନେଇ କାହାଣୀରଟି ଆଗକୁ ବଢିଛି । ଏହି ଫିଲ୍ମଟି ଦର୍ଶକଙ୍କୁ ନିଶ୍ଚିନ୍ତ ରୂପେ ପସନ୍ଦ ଆସିବ । ଫିଲ୍ମର କଥାବସ୍ତୁ ସହ ଲୋକେସନ ଲୋକଙ୍କୁ ଫିଲ୍ମ ଦେଖିବା ପାଇଁ ଉତ୍ସାହିତ କରିବ ।"

ଫିଲ୍ମରେ କାମ କରଥିବା କଳାକାରଙ୍କ ବିଷୟରେ କହିବାକୁ ଗଲେ, ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା ଚୁଲବୁଲି ଅଛନ୍ତି ।ଅନ୍ୟାନ୍ୟ ଚରିତ୍ରରେ ଅଶୃମୋଚନ ମହାନ୍ତି, ଶ୍ରୀତମ ଦାସ, ନୀଳମଣି ସାହୁ ଓ ସୁମନ ମହାରଣା ଅଛନ୍ତି । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚନ୍ଦନ କୁମାର । ବର୍ତ୍ତମାନର ସୁନାମଧନ୍ୟ ଗାୟକ କ୍ରୀଷ୍ଣା ବେଉରା, ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା ସମସ୍ତ ଗୀତ କଣ୍ଠଦାନ କରିଛନ୍ତି । ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆମ ପ୍ରେମ କାହାଣୀ’ ବେଶ ଲୋକାଦୃତ ହେବା ନେଇ ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି ।

ଏହା ମଧ୍ୟ ପଢନ୍ତୁ..Jawan Craze: ରିଲିଜର ପ୍ରଥମ ଦିନରେ ସେଲିବ୍ରେସନ, ହଲ୍ ସାମ୍ନାରେ ନାଚିଲେ ଫ୍ୟାନ୍ସ

ଏହି ଫିଲ୍ମରେ ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିବା ଆଗ ଧାଡ଼ିର ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ । ଚିତ୍ର ଗ୍ରହଣ, ସମ୍ପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ରବିନ୍ଦ୍ର କୁମାର ପ୍ରଧାନ, ପ୍ରଯୋଜକ ଉଦୟ ଶଙ୍କର ସେଠୀ, ସହ ପ୍ରଯୋଜକ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details