ଓଡିଶା

odisha

ETV Bharat / state

Raghubar Das Takes Oath: ଓଡିଶା ପାଇଲା ନୂଆ ରାଜ୍ୟପାଳ, ଶପଥ ନେଲେ ରଘୁବର ଦାସ - ଶପଥ ନେଲେ ରଘୁବର

ରାଜଭବନ ସମ୍ମିଳନୀ କକ୍ଷରେ ରଘୁବରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଅଧିକ ପଢ଼ନ୍ତୁ

ଶପଥ ନେଲେ ରଘୁବର
ଶପଥ ନେଲେ ରଘୁବର

By ETV Bharat Odisha Team

Published : Oct 31, 2023, 12:18 PM IST

Updated : Oct 31, 2023, 4:27 PM IST

Raghubar Das Takes Oath: ଓଡିଶା ପାଇଲା ନୂଆ ରାଜ୍ୟପାଳ, ଶପଥ ନେଲେ ରଘୁବର ଦାସ

ଭୁବନେଶ୍ବର: ଓଡ଼ିଶାର 26ତମ ରାଜ୍ୟପାଳ ହେଲେ ରଘୁବର ଦାସ । ରାଜଭବନ ସମ୍ମିଳନୀ କକ୍ଷରେ ରଘୁବରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିରୋଧୀ ଦଳ ନେତା, ବିଭିନ୍ନ ଦଳର ଲୋକ ପ୍ରତିନିଧି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସଚିବ ଗଣ ଉପସ୍ଥିତଥିଲେ । ଏହାସହ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ତାଙ୍କର ବନ୍ଧୁ ଓ ପରିବାରବର୍ଗ । ତେବେ ଶପଥ ଗ୍ରହଣ ପୂର୍ବରୁ ପୋଲିସ ବାହିନୀଠାରୁ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ ।

ଗତକାଲି ମହାପ୍ରଭୁ ଜଗନ୍ନାଥ ଓ ଆଜି ମହାଦେବ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଛନ୍ତି ରଘୁବର । ଗତକାଲି ସକାଳେ ପୁରୀ ପରେ ଭୁବନେଶ୍ବର ସ୍ଥିତ ରାଜଭବନରେ ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ...New Governor: ରାଜଭବନରେ ନୂଆ ରାଜ୍ୟପାଳ, ସ୍ବାଗତ କଲେ ନବୀନ, କାଲି ଶପଥ ଗ୍ରହଣ

ରାଜ୍ୟପାଳ ରଘୁବର ଦାସ: ରଘୁବର ଦାସ 1955 ମସିହାରେ ଝାଡଖଣ୍ତର ଜାମସେଦ୍‌ପୁରଠାରେ ଜନ୍ମ ଗ୍ରହଣ କରିଥିଲେ । 1980 ମସିହାରେ ରଘୁବର ଦାସ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କୁ ସର୍ବପ୍ରଥମେ ଜାମସେଦପୁର ସହରର ସିତାରାମଡେରା ମଣ୍ଡଳ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏଥିସହିତ ଜାମସେଦପୁର ମହାନଗରର ବିଭିନ୍ନ ପଦବୀରେ ତାଙ୍କୁ କାର୍ଯ୍ୟଭାର ଦିଆଯାଇଥିଲା । ପରେ ୨୦୦୪, ୨୦୦୯ ଓ ୨୦୨୩ ମସିହାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୫ ମସିହାରେ ଝାଡ଼ଖଣ୍ଡର ଅର୍ଜୁନ ମୁଣ୍ଡା ସରକାରରେ ବିତ୍ତ, ବାଣିଜ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ପଦରେ ଥିଲେ ରଘୁବର ଦାସ । ପରେ ଶିବୁ ସୋରେନଙ୍କ ସରକାର ସମୟରେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ । ୨୦୧୪ ମସିହା ଡିସେମ୍ବର ୨୮ ତାରିଖରେ ପ୍ରଥମ ଅଣଆଦିବାସୀ ଭାବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ ।

ଏହା ମଧ୍ୟ ପଢନ୍ତୁ...Raghubar Das Visits Puri: ମହାପ୍ରଭୁଙ୍କ ଶରଣରେ ନୂଆ ରାଜ୍ୟପାଳ, ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଲେ କାମନା

ଭୁବନେଶ୍ବର, ଇଟିଭି ଭାରତ

Last Updated : Oct 31, 2023, 4:27 PM IST

ABOUT THE AUTHOR

...view details