ଓଡିଶା

odisha

ETV Bharat / state

2023ର ଚର୍ଚ୍ଚିତ ଠକେଇ ଟ୍ରିକ୍, ପୋଲିସ ପଞ୍ଝାରୁ ଖସି ପାରିନଥିଲେ ଅପରାଧୀ - top crime news

Crime Tricks of Criminals Odisha: ନୂଆ ନୂଆ ଟ୍ରିକ୍ ଆପଣାଇ ଠକେଇ କରିଛନ୍ତି ବହୁ ଅପରାଧୀ । ଆଉ ଅଭିଯୋଗ ପରେ ସେମାନଙ୍କୁ କାବୁ କରିବାରେ ପୋଲିସ ମଧ୍ୟ ସଫଳ ହୋଇଛି । ଜାଣନ୍ତୁ ୨୦୨୩ରେ କେଉଁ କେଉଁ ନୂଆ ଫଣ୍ଡା ଆପଣାଇ ଠକେଇ କରିଥିଲେ ଅଭିଯୁକ୍ତ...

ଚର୍ଚ୍ଚିତ ଠକେଇ ଟ୍ରିକ୍
ଚର୍ଚ୍ଚିତ ଠକେଇ ଟ୍ରିକ୍

By ETV Bharat Odisha Team

Published : Dec 31, 2023, 8:55 PM IST

ଭୁବନେଶ୍ବର: ୨୦୨୩ ବିଦାୟ ନେବ । ଆଉ ଆରମ୍ଭ ହେବ ନୂଆବର୍ଷ । 2023ରେ ଅପରାଧର ଲମ୍ବା ତାଲିକା ରହିଥିଲା । ଠକେଇ ମାମଲା ମଧ୍ୟ ରାଜ୍ୟରେ ଅଧିକ ରହିଥିଲା । ନୂଆ ନୂଆ ଟ୍ରିକ୍ ଆପଣାଇ ଠକେଇ କରୁଥିଲେ ଅଭିଯୁକ୍ତ । ଆଉ ସେମାନଙ୍କୁ ଧରିବାରେ ପୋଲିସ ମଧ୍ୟ ସଫଳତା ହାସଲ କରିଛି । ବିଭିନ୍ନ ଆଳରେ ଠକେଇ କରି ପୋଲିସ ସ୍କାନରକୁ ଆସିଥିବା ଅପରାଧୀ ଓ ଅପରାଧ ବିଷୟରେ ଆସନ୍ତୁ ଜାଣିବା ।

1.ରେଳବାଇରେ ଚାକିରି ଆଳରେ ମହିଳାଙ୍କ ଠକେଇ

04 ଜାନୁଆରୀରେ ରେଳବାଇରେ ନିଯୁକ୍ତି ନାଁରେ ଠକେଇ ହୋଇଥିଲା । ନିଯୁକ୍ତି ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ମହିଳା । ଜଗତସିଂହପୁର ଅଞ୍ଚଳର ଅଭିଯୁକ୍ତ ୨୮ ବର୍ଷୀୟା ମହିଳାଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ଟାଉନ ଥାନା ପୋଲିସ । ଜାଲ ପରିଚୟ ପତ୍ର, ରେଳବିଭାଗର ଗ୍ରୁପ୍ ସି ପଦବୀ ପାଇଁ ପ୍ରସ୍ତୁତ ହୋଇଥିବା ଆଶାୟୀଙ୍କୁ ଜାଲ ଅଫର୍ ଲେଟର ଦେଇ ଠକୁଥିଲେ 420 ଲେଡି । ଗିରଫ ପରେ ଠକ ଲେଡିଙ୍କୁ କୋର୍ଟ ଚାଲାଣ ସହ ଖୁଲାସା କରିଥିଲା ବ୍ରହ୍ମପୁର ପୋଲିସ ।

2.ଯାତ୍ରା ପାର୍ଟି ମାଲିକଙ୍କର ଅଭିନବ ଠକେଇ


17 ଫେବୃଆରୀରେ ଅସଲି ପୋଲିସ ହାତରେ ଧରାପଡିଥିଲା ନକଲି ପୋଲିସ। ଚିତ୍ରାଳୟରୁ ପୋଲିସ ପୋଷାକ ପିନ୍ଧି ଯାତ୍ରା ପାର୍ଟି ମାଲିକ କରୁଥିଲେ ଅଭିନବ ଠକେଇ। ନିଜକୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଫିସରର ପରିଚୟ ଦେଇ ଠକେଇ କରୁଥିଲେ । କାହାକୁ ଚାକିରି ଦେବାର ଲୋଭ ତ କାହାର କେସ ରଫା ଦଫା କରିଦେବାର ଆଶା ଦେଇ ଠକୁଥିଲେ ଏହି ଠକ । ଯାହାର ଶିକାର ହେଉଥିଲେ ଅନେକ ଯୁବପିଢି। ଅଭିଯୋଗ ପାଇବା ପରେ ଭାରତ ରଙ୍ଗମଞ୍ଚ ଯାତ୍ରା ପାର୍ଟିର ମାଲିକ ରଞ୍ଜନ ନାୟକକୁ ଗିରଫ କରିଥିଲା କମିଶନରେଟ ପୋଲିସର ପାହାଳ ଥାନା ଟିମ୍ ।

3.ଅନଲାଇନରେ କଲ ଗାର୍ଲ୍ ଅଫର୍ ଦେଇ ଠକେଇ

22 ମାର୍ଚ୍ଚରେ ସାମ୍ନାକୁ ଆସିଥିଲା ଅନଲାଇନରେ କଲଗାର୍ଲ ଅଫର୍ ଦେଇ ଠକାମୀ । ରାଜଧାନୀରୁ ଠକ ଲେଡି କୁଇନକୁ ଧରିଥିଲା କମିଶନରେଟ ପୋଲିସ । ଯେକି ଅନଲାଇନ ଏସକର୍ଟ ସର୍ଭିସ ଆଳରେ ଚଲାଇଥିଲା ରାକେଟ୍। କଲଗାର୍ଲ୍ ଅଫର୍ ଦେଇ ଠକୁଥିବା ଲେଡିଙ୍କୁ ଭୁବନେଶ୍ୱର ନୟାପଲ୍ଲୀରୁ ଗିରଫ କରିଥିଲା ସାଇବର ଥାନା ଟିମ୍। ଗତ ବର୍ଷ ପୁରା ରାକେଟ୍ ଠାବ କରିଥିଲା ସାଇବର ପୋଲିସ। ପୋଲିସ ଆଖିରେ ଚକମା ଦେଇ ଫେରାର ଥିବା ଲେଡି କୁଇନ୍ ପରେ ଧରାପଡିଥିଲା। ବିଶେଷ କରି ଫୋନ କଲ୍ ମାଧ୍ୟମରେ ନିଜର ସୁମଧୁର କଣ୍ଠରେ ସେ ଗ୍ରାହକମାନଙ୍କୁ ଫସାଉଥିଲା। ଆଉ ଯୁବତୀ ଯୋଗାଇବାର ଆଳ ଦେଖାଇ ଠକାମି କରୁଥିଲା। ତେବେ ଅଭିଯୁକ୍ତ ଗୀତାଞ୍ଜଳି ପରିଡ଼ାର ଘର ପିପିଲି ଥାନା ଗଡିଶାଗଦାରେ ହୋଇଥିବା ଜଣାପଡିଛି ।

4.ପୋଷ୍ଟାଲ ଟଙ୍କା ଆଳରେ ଠକେଇ

7 ଏପ୍ରିଲରେ ସାମ୍ନାକୁ ଆସିଥିଲା ପୋଷ୍ଟାଲରେ ଟଙ୍କା ରଖି କିପରି ଠକେଇର ଶିକାର ହୋଇଥିଲେ ଲୋକେ। ଏନେଇ ରାଜଧାନୀରେ ବଡ଼ ଧରଣର ରାକେଟର ଖୁଲାସା ରହିଥିଲା ପୋଲିସ। ଏଜେଣ୍ଟ ଜରିଆରେ ପୋଷ୍ଟାଲରେ କିପରି ବିପୁଳ ଟଙ୍କା ଠକେଇ ହେଉଥିଲା ତାହାର ପର୍ଦ୍ଦାଫାସ ହୋଇଥିଲା । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ପୋଷ୍ଟାଲରେ ଡିପୋଜିଟ ଆଳରେ ଟଙ୍କା ଠକିବା ନେଇଥିବା ଲେଡି ଏଜେଣ୍ଟ ସ୍ବର୍ଣ୍ଣଲତା ଦାସକୁ ଗିରଫ କରଥିଲା ଲିଙ୍ଗରାଜ ଥାନା ପୋଲିସ। ଏହାସହ ତା' ନିକଟରୁ ୧୮୦ରୁ ଊର୍ଦ୍ଧ୍ୱ ପୋଷ୍ଟାଲ ପାସବୁକ୍‌ ଜବତ ହୋଇଥିଲା ।

5.RBI ଗଭର୍ଣ୍ଣରଙ୍କ ଜାଲ ଦସ୍ତଖତରେ ଠକେଇ

7 ଏପ୍ରିଲରେ ଫିନାଇଲ ବିକାଳିର ଠକେଇ ସିଣ୍ଡିକେଟର ଗୁମର ଖୋଲିଥିଲା । RBI ଗଭର୍ଣ୍ଣରଙ୍କ ଜାଲ ଦସ୍ତଖତ ଆଳରେ ଠକେଇ କରି ଧରାପଡିଛିଥିଲା ଧୃତ ଠକ। ଅନଲାଇନ ପୁଞ୍ଜି ନିବେଶ ଆଳରେ କୋଟି କୋଟି ଠକିଥିଲା ସେ । ବାଲେଶ୍ବରରୁ ଠକକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁEOW ଟିମ୍। ଅଭିଯୁକ୍ତ ନୀତେଶ କରକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ୪ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ପରେ ସାମ୍ନାକୁ ଆଣିଥିଲା ଫିନାଇଲ ବିକାଳିରୁ କିପରି ସେ ସାଜିଥିଲା ଅନଲାଇନ ପୁଞ୍ଜି ସ୍କାମର ସର୍ଦ୍ଦାର ।

6.ବୋଗସ କମ୍ପାନୀ ଆଳରେ ଲୁମେକ୍ସ ମହାଠକେଇ
ମେ 2 ରେ ଫିଟିଥିଲା ଲୁମେକ୍ସ ମହାଠକେଇର ଗୁମର। ଗିରଫ ହୋଇଥିଲା ଲୁମେକ୍ସ ମହାଠକେଇର ମାଷ୍ଟରମାଇଣ୍ଡ ଠକ ରାଜୀବ ଲୋଚନ ଦାସ। ବୋଗସ କମ୍ପାନୀ ଚଳାଇବା ଆଳରେ ଅନେକ ନିବେଶକାରୀଙ୍କୁ ସେ ଠକିଥିଲା। ଏନେଇ ପଟିଆ ଇନଫୋସିଟି ଥାନାଠୁ ଆରମ୍ଭ କରି କ୍ରାଇମବ୍ରାଞ୍ଚ EOWରେ 6ରୁ ଉର୍ଦ୍ଧ୍ବ ଠକେଇ ଅଭିଯୋଗ ହୋଇଥିଲା।ଏନେଇ ଅନେକ ଲୋକ ଠକେଇ ଅଭିଯୋଗ କରିଥିବାବେଳେ ଏବେବି ତାଙ୍କ ପତ୍ନୀ ବିଭିନ୍ନ ଫର୍ଜି ଡକୁମେଣ୍ଟ ଦେଖାଇ ପୋଲିସକୁ ଭୁଆଁ ବୁଲାଇ ଲୁଚି ବୁଲୁଛନ୍ତି। ସେମାନଙ୍କ ନାଁରେ
ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ ନିଶାରାଣି ମହାପାତ୍ର।

7.ଠକେଇ କରି ଆଇଟି କମ୍ପାନୀ ମାଲିକ ଦୁଇ ଭାଇ ଗିରଫ

ସେହିପରି ମେ 14ରେ ସାମ୍ନାକୁ ଆସିଥିଲା ଏକ ବଡ଼ ଠକେଇ। ଭୁବନେଶ୍ୱର OCACରେ ଥିବା ପ୍ରତିଷ୍ଠିତ IT କମ୍ପାନୀ IJentechର ମାଲିକ ଓ ତାଙ୍କ ଭାଇ ଧାର ଉଧାର କରି ଟଙ୍କା ନେଇ ତିଆରି କରିଥିଲେ କମ୍ପାନୀ । ପରେ ଟଙ୍କା ସୁଝି ନପାରି ଠକେଇ ମାମଲାରେ ଗିରଫ ହୋଇଥିଲେ। ଏହି ମାମଲାରେ IJentech ର ମାଲିକ ତଥା ପ୍ରତିଷ୍ଠାତା ତୃପ୍ତି ରଞ୍ଜନ ଜେନାଙ୍କୁ ଗିରଫ କରିଥିଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ। ତାଙ୍କ ସହ ତାଙ୍କ ସାନ ଭାଇ ଦୀପ୍ତି ରଞ୍ଜନ ମଧ୍ୟ ଗିରଫ ହୋଇଥିଲେ । ପରେ ସେ ବେଲରେ ଆସିଥିଲେ ମଧ୍ୟ NBW ଭୟରେ ପୁଣି କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏହି ଦୁଇ ଭାଇ। ସେମାନଙ୍କ ନାଁରେ ୧୬କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିଲା।

8.ଠକେଇ ମାମଲାରେ ପୁର୍ବତନ IAS ଙ୍କ ପୁଅ ଗିରଫ
16ମେରେ ବିଦେଶ ଖସିବାକୁ ଚେଷ୍ଟା ବେଳେ ପୁର୍ବତନ IAS ଙ୍କ ପୁଅ ଦିପକ କିଣ୍ଡୋ କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ୧୦୯କୋଟି ଠକେଇର ସେ ମାଷ୍ଟର ମାଇଣ୍ଡଥିବା ବେଳେ ସେ ହେଉଛନ୍ତି ପୁର୍ବତନ ଆଇଏଏସଙ୍କ ପୁଅ ସ୍ବର୍ଗତ ଲିଭନେଶ କିଣ୍ଡୋଙ୍କ ପୁଅ । ୧୦୯ କୋଟି ଟଙ୍କାର ବ୍ୟାଙ୍କ ଫ୍ରଡ ଆସିଥିଲା ଅଭିଯୋଗ। ଫର୍ଜି ଡକ୍ୟୁମେଣ୍ଟ ଜରିଆରେ ଲୋନ ଜାଲିଆତି କରି ବ୍ୟାଙ୍କୁ ଠକେଇ କରିଥିଲେ।ବିଭିନ୍ନବ୍ୟାଙ୍କ ଓ ଫାଇନାନ୍ସ କମ୍ପାନିକୁ ଚୁନା ଲଗାଇ ୧୦୯କୋଟିର ଠକେଇ କରିଥିଲେ।ସମ୍ବନ୍ଧ ଫିନସର୍ଭ ନାମକ ଠକ କମ୍ପାନି କରି ବିଭିନ୍ନ ବ୍ୟାଙ୍କକୁ ଚୁନା ଲଗାଉଥିଲେ।

9.NCB,CBI,RBI ନାଁ ନେଇ ଠକେଇ :

25 ଜୁନରେ କୋରିୟର ସର୍ଭିସ ନାଁରେ ହୋଇଥିବା ଲୁଟର ପର୍ଦ୍ଦାଫାସ ହୋଇଥିଲା । NCB,CBI,RBI ନାଁ ନେଇ ହେଉଥିବା ଠକେଇର ନୂଆ ଟ୍ରିକ୍ ସାମ୍ନାକୁ ଆସିଥିଲ। କୋରିୟର ଆସିଥିବା କହି କଲ କରିବା ସହ "ଆପଣଙ୍କ ପାର୍ସଲରେ ଡ୍ରଗ୍ସ ଅଛି। NCB ହାତରେ ପାର୍ସଲ ଧରାପଡିଛି । ସେ ଆପଣଙ୍କୁ ଖୋଜୁଛନ୍ତି। ଆପଣଙ୍କର ଆଧାର ନମ୍ବର ଦିଆଯାଇଛି ତେଣୁ ତଦନ୍ତରେ ସହଯୋଗ ପାଇଁ ଡାକରା ଆସିଛି। ତୁରନ୍ତ ମୁମ୍ବାଇ ଆସନ୍ତୁ, ନଚେତ ଆପଣଙ୍କ ନାଁରେ ଡ୍ରଗ୍ସ କେସ ସହ କ୍ରିପ୍ଟୋ ନର୍ମସ ଭାଓଲେସନ ବା ମନିଲଣ୍ଡରିଂ କେସ ଚାଲିବ" କହି ଧମକାଉଥିଲେ। କେସରେ ଆପଣଙ୍କ ସମ୍ପୃକ୍ତି ନଥିଲେ ତୁରନ୍ତ ସ୍କାଇପ ଭିଡିଓ ଜରିଆରେ ଏନସିବି ଅଧିକାରୀଙ୍କ ସହ କଥା ହୁଅନ୍ତୁ କହି ଭେରିଫିକେସନ ଆଳରେ ଦେଢ ଲକ୍ଷ ଟଙ୍କା ଠକି ନେଇଥିଲେ।

10.QR କୋଡରେ ଠକେଇ:
8 ଜୁଲାଇରେ ଡିଜିଟାଲ ସର୍ଭିସ ଦେବା ଆଳରେ ହେଉଥିବା ଠକେଇର ପର୍ଦ୍ଦାଫାସ ହୋଇଥିଲା । ସାମ୍ନାକୁ ଆସିଥିଲା QR କୋଡ୍‌ ଆଳରେ କିଭଳି ଠକେଇ କରୁଛନ୍ତି ଠକ। କମ୍ପାନୀ ଭିତରେ ଚୁକ୍ତି କରି ଠକିନେଇଥିଲେ ୧୪କୋଟି । ଏଭଳି ଅଭିଯୋଗ ଆସିବା ପରେ ଉତ୍ତରପ୍ରଦେଶରୁ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଅଭିଯୁକ୍ତ କରଣ କୁମାର ସିଂକୁ ନୋଏଡାରୁ ଗିରଫ କରିଥିଲା EOW ଟିମ୍ ।

11.ଏମ୍ସ ଚାକିରି ଦେବା ନାଁରେ ଠକେଇ:
15 ଜୁଲାଇରେ ଧରାପଡ଼ିଲା ନକଲି ବିଏମସି କମିଶନର । ସରକାରୀ ବାବୁର ଅଭିନୟ କରି ଲୋକଙ୍କ ବିଶ୍ବାସ ସହ ଖେଳି ଠକୁଥିଲା ଲକ୍ଷ ଲକ୍ଷ। ଚାକିରି ଦେବା ଆଳରେ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଠକିନେଇଥିବା ଅଭିଯୋଗ ହୋଇଥିଲା । ୪ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲା ଲିଙ୍ଗରାଜ ଥାନା ଅଞ୍ଚଳର ଖରାଖିଆ ବୈଦ୍ୟନାଥର ତରପଦା ମହାନ୍ତି।

12. ଠକେଇରେ ସିଭିଲ ସପ୍ଲାଏ ଇନସ୍ପେକ୍ଟର ଗିରଫ:
06 ଅଗଷ୍ଟରେ ପେନସନ ଲୋନ ଆଳରେ ୮କୋଟି ଠକେଇର ଗୁମର‌ ଖୋଲିଥିଲା। ଜଣେ ସିଭିଲ ସପ୍ଲାୟ ଇନସ୍ପେକ୍ଟର ସହ ୨ଜଣ ଗିରଫ କରିଥିଲା ଇଓଡବ୍ଲୁ।ସରକାରୀ ଚାକିରି ଦର୍ଶାଇ ପେନସନ ଲୋନ ଜାଲିଆତି କରିଥିଲେ।ଜାଲ କାଗଜ ପତ୍ର ଦେଖାଇ ବ୍ୟାଙ୍କରୁ ଠକିଥିଲେ ୮କୋଟି ଠକୁଥିଲେ।ଧରାପଡିଥିଲା କୋଅପରେଟିଭ୍ ସୋସାଇଟି ଆଳରେ କେଳେଙ୍କାରୀ‌ ।SBI ଫୁଲବାଣୀ ବ୍ରାଚର ଲୋନ ଠକେଇ ମାମଲାରେ ୨ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ ।ସେମାନଙ୍କ ମଧ୍ୟରେ ରହିଛନ୍ତି ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମରେଶ ରଞ୍ଜନ ଦାସ (ନିଲମ୍ବିତ),ସ୍ମୃତି ମଲ୍ଟି କୌ ଅପରେଟିଭ ସୋସାଇଟର ସେକ୍ରେଟାରୀ ହେମନ୍ତ ପଣ୍ଡା।

13.ଧରାପଡିଲା ଠକ HR ମ୍ୟାନେଜର:
22 ଅଗଷ୍ଟରେ ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ ଆଳରେ ଏକ ବଡ଼ ଠକେଇ ସାମ୍ନାକୁ ଆସିଥିଲା। କର୍ପୋରେଟ କମ୍ପାନିର ଠକ HR ମ୍ୟାନେଜରକୁ ୩୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଥିଲା କମିଶନରେଟ୍ ପୋଲିସ। ନୟାପଲ୍ଲୀ ଅଞ୍ଚଳରୁ ଗିରଫ ହୋଇଥିଲା ଠକ HR ଦୁଷ୍ମନ୍ତ ରାଉତ। ଏହାସହ ଏକାଧିକ ଲୋକଙ୍କୁ ଠକେଇ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।


14.ଏୟାରପୋର୍ଟରେ ଚାକିରି ଦେବା ଆଳରେ ଠକେଇ:
24ନଭେମ୍ବର ୨ ଜଣ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଶହୀଦନଗର ଅଞ୍ଚଳରୁ ଦୁଇ ଜଣଙ୍କୁ ରାତି ଅଧିଆ ଉଠାଇ ନେଇଥିଲା । ମହାରାଷ୍ଟ୍ରରେ ବଡ଼ ଧରଣର ଠକେଇ କରି ଓଡ଼ିଶାରେ ଲୁଚିଥିଲେ ଠକ ।ଏୟାରପୋର୍ଟରେ‌ ଚାକିରି ଦେବା ନାଁରେ ଠକେଇ କରି ଟଙ୍କା କାରବାର ମାମଲାରେ ରାଜେନ୍ଦ୍ର ମଲ୍ଲିକ ଓ ସଚିନ ଦିଗଲ କୁ ଗିରଫ କରିଥିଲା ମହାରାଷ୍ଟ୍ର ପୋଲିସ।


15. 'ମୋ ସ୍କୁଲ' ନାଁରେ ଠକେଇ:
26 ଅଗଷ୍ଟରେ ସାମ୍ନାକୁ ଆସିଥିଲା ସରକାରୀ ଓ୍ବେବସାଇଟର ନକଲି କରି ଠକେଇ । 'ମୋ ସ୍କୁଲ' ଅଭିଯାନରେ ଟିଚିଂ ଓ ନନ ଟିଚିଂ ଚାକିରି ଦେବା ଆଳରେ ଆଶାୟୀଙ୍କୁ ଚୁନା ଲଗାଇଥିଲେ ଠକ । ଶେଷରେ ଠକଙ୍କୁ ଧରିବାରେ ସଫଳ ହୋଇଥିଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ଏହି ଘଟଣାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡ ଖସି ଯାଇଥିଲା । ଭରତପୁର ଥାନା ଅଞ୍ଚଳର ଅମର ସାମଲ, ବ୍ରହ୍ମପୁରର ରାଇଗୁଲୁ ପାତ୍ରୋ, ଖଣ୍ଡଗିରିର ମଦନ ନାଗକୁ ଗିରଫ କରାଯାଇଥିଲା ।

16. NRI କୋଟା ଜାଲିଆତି:

03 ସେପ୍ଟେମ୍ବରରେ MBBS ନାମଲେଖା ପାଇଁ ଠକେଇର ଖୋଲିଥିଲା ଗୁମର। NRI କୋଟାରେ ଜାଲିଆତି କରିଥିବା ଠକଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ୱରରେ ଅଫିସ ଖୋଲି ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗ୍ରୁପର ଫର୍ଦ୍ଦାଫାସ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଅଭିନନ୍ଦନ ବାରିକ ଓ ରାଜେଶ ରୋଶନ ସାହୁ ଦୁଇ ଠକଙ୍କୁ ଗିରଫ କରାଯାଇଥିଲା । ପଇସାବାଲା ଘରର ପୁଅ ଝିଅଙ୍କୁ ଡାକ୍ତରୀ , ଇଞ୍ଜିନିୟର ହେବାର ସ୍ବପ୍ନ ଦେଖାଇ ନାମୀଦାମି ଶିକ୍ଷାନୁଷ୍ଠାନରେ ଆଡମିସନ ଲୋଭ ଦେଇ ଠକୁଥିଲେ। ଟଙ୍କା ଦେଲେ ମ୍ୟାନେଜମେଣ୍ଟ ଓ NRI କୋଟାରେ ଆଡମିଶନ କରାଇଦେବାର ସୁଯୋଗର ଲୋଭ ଦେଇ ଠକୁଥିଲେ ।

17.ଠକେଇ ପଛରେ ସବରେଜିଷ୍ଟ୍ରର:
04 ସେପ୍ଟେମ୍ବରରେ ଫର୍ଜି ଦସ୍ତାବିଜରେ ଜମି ବିକୁଥିବା ଘଟଣା ସାମନାକୁ ଆସିଥିଲା । ଏନେଇ‌ ସବରେଜିଷ୍ଟ୍ରରଙ୍କ ସହ ୫ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ। ବିଭିନ୍ନ ଜାଗାରେ ଜମିବିକ୍ରିର ବିଜ୍ଞାପନ ଦେଇ କିପରି ଠକେଇ ପାଇଁ ଗ୍ରାହକ ଯୋଗାଡ଼ କରୁଥିଲେ ଓ ଫର୍ଜି ପଟ୍ଟା ଫର୍ଜି କବଲା ଓ ଫର୍ଜି ଜମି ମାଲିକ ଠିଆ କରି ଠକେଇ ପାଇଁ ତିଆରି ରଚୁଥିବା ଷଡଯନ୍ତ୍ରର ଗୁମର ଫିଟିଥିଲା । ଗିରଫ ପରେ ସେମାନଙ୍କ ଠାରୁ କିଛି ଅସଲି ଷ୍ଟାମ୍ପ ସମେତ ଜମି ଦଲିଲ ଓ ବ୍ୟାଙ୍କ ପାସବୁକ ଆଦି ଜବତ ହୋଇଥିଲା ।


18.ମନ୍ତ୍ରୀଙ୍କ ପିଏ ସାଜି ଠକେଇ:

ମନ୍ତ୍ରୀଙ୍କ ଘନିଷ୍ଠ ଓ ପିଏ କହି ସରକାରୀ ଚାକିରି କରାଇଦେବା ନାଁରେ ଠକେଇ କରୁଥିବା ଜଣେ ଅଭିଯୁକ୍ତକୁ 11ନଭେମ୍ବରରେ ଗିରଫ କରାଯାଇଥିଲା। ପ୍ରାୟ ୬୦ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ରହିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ତଥା ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ପରିଚୟ ଦେଇ ସେ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ କରିଥିଲା । ବେକାର ଯୁବକ ଯୁବତୀଙ୍କୁ ରେଳବାଇ, DRDO, IOCL ଏବଂ ପ୍ରତିରକ୍ଷା ବିଭାଗରେ ଚାକିରି କରାଇ ଦେବା ନାଁରେ ଏହି ଠକେଇ ହୋଇଥିଲା । କଟକର ୭ ଜଣ ଅଭିଯୁକ୍ତଙ୍କଠାରୁ ଠକେଇ ଅଭିଯୋଗରେ ବ୍ରହ୍ମପୁର ବାସିନ୍ଦା ସନ୍ତୋଷ ମହୁରୀକୁ ଗିରଫ କରିଥିଲା କଟକ ସାଇବର ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ...ହକି ବିଶ୍ବକପ୍‌ ଯୋଗୁଁ ବିଶ୍ବ ଦେଖିଲା ଷ୍ଟିଲ୍‌ ସିଟି, ଚର୍ଚ୍ଚାରେ ରହିଥିଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ



19.ସିସିଟିଭି ଦେଖି ଭବିଷ୍ୟ କହି ଠକେଇ:
4 ଅକ୍ଟୋବର ଧରାପଡିଥିଲେ ସିସିଟିଭି ଦେଖି ଭବିଷ୍ୟ କହୁଥିବା ବାବା। ବାବାଙ୍କ ସହଯୋଗୀ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ଗିରଫ ପରେ ମହିଳା ରଚିଥିବା ଠକେଇର କାରନାମାର ଗୁମର ଖୋଲିଥିଲା କମିଶନରେଟ ପୋଲିସ।

20.ଫେସବୁକ୍ ପ୍ରେମିକା ସାଜି ଠକେଇ:

09 ସେପ୍ଟେମ୍ବରରେ ଫେସବୁକରେ ଯୁବତୀ ସାଜି ଯୁବକଙ୍କୁ ଫଶାଇ ଗିରଫ ହୋଇଥିଲା ଠକ। ଶ୍ରୀଧର ମହାରଣା ନାମକ ଜଣେ ଯୁବକ ଫେସବୁକରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଇ ଏକ ଫେକ ଆକାଉଣ୍ଟ ଖୋଲି ଏନଟିପିସି ଇଞ୍ଜିନିୟରଙ୍କୁ ପ୍ରେମ ଜାଲରେ ଫସାଇ ଠକିଥିଲା ୨୫ ଲକ୍ଷ । ଭୁବନେଶ୍ୱର ଅର୍ଥନୈତିକ ଓ ସାଇବର ଥାନାରେ ଅଭିଯୋଗ‌ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ।

21.ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ:
08 ସେପ୍ଟେମ୍ବରରେ ଅଶ୍ଳୀଳ ଫଟୋ ରଖି ଅଭିଯୁକ୍ତ କରୁଥିଲା ବ୍ଲାକମେଲିଂ। ଫଟୋ ଭାଇରାଲ କରିବାର ଧମକ ଦେଇ ଲକ୍ଷାଧିକ ଟଙ୍କା ଠକୁଥିଲା । ଶେଷରେ ଅଭିଯୁକ୍ତ ଠକକୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ଅଭିଯୁକ୍ତର ନାମ ଯୋଗେନ୍ଦ୍ର ସୋନି ଏବଂ ଘର ଛତିଶଗଡର ମହାସମୁନ୍ଦ ଜିଲ୍ଲାର ବାଗମରା ଗାଁରେ ବୋଲି ଜଣାପଡିଥିଲା । ଅଭିଯୁକ୍ତ ସୁବର୍ଣ୍ଣପୁର ସହରର ବଡବଜାରରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ନଗ୍ନ ଫଟୋ ରଖି ତାଙ୍କ ଠାରୁ ୩ ଲକ୍ଷ ୭୮ ହଜାର ଟଙ୍କା ବ୍ଲାକମେଲିଂ କରି ଆଦାୟ କରିଥିଲା। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

22. ଘର ଭଡ଼ା ଆଳରେ ଠକେଇ:

24 ସେପ୍ଟେମ୍ବର ବରଗଡ ପୋଲିସ କବଜାକୁ ଆସିଥିଲେ ଆନ୍ତଃରାଜ୍ୟ ଠକ । ଘର‌ଭଡା ଦେବା ଆଳରେ କାଳ କ୍ରମେ କ୍ରମେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ରାକେଟକୁ କାବୁ କରିଥିଲା ବରଗଡ଼ ଟାଉନ ପୋଲିସ । ଏହି ଠକାମୀ ରାକେଟର 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

23.ଇନସୁରାନ୍ସ ଡବଲ ଆଳରେ ଠକେଇ :
"ଇନସୁରାନସ୍ ଅଫିସରୁ କହୁଛି ଆପଣଙ୍କ ପ୍ରିମିୟମ ଡବଲ ହୋଇଯିବ" ଏମିତି କିଛ ଅଫର୍ ଦେଇ ଠକୁଥିଲେ ଅଭିଯୁକ୍ତ । 24 ନଭେମ୍ବରରେ ଏଭଳି ଏକ ରାକେଟରେ ପର୍ଦ୍ଦାଫାସ କରିଥିଲା କ୍ରାଇମବ୍ରାଞ୍ଚର ସାଇବର ସେଲ। ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠୁ ୭୬ ଲକ୍ଷ ଠକେଇ ହୋଇଥିବା ଜଣାପଡିଥିଲା। ଦିଲ୍ଲୀ ଓ ୟୁପିରୁ ୮ଜଣଙ୍କୁ ଗିରଫ କରିଥିଲା ଓଡିଶା କ୍ରାଇମବ୍ରାଞ୍ଚ୍। ୩ ଜଣ ମାଷ୍ଟରମାଇଣ୍ଡଙ୍କ ସମେତ ମୋଟ ୮ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ସାଇବର ସେଲ ଟିମ୍।

24.ପୋଲିସ ଆଇଜିଙ୍କୁ ଜମି ଦେବା ଆଳରେ ଠକେଇ:
13 ଡିସେମ୍ବରରେ ଜମି କିଣିବାକୁ ଯାଇ ଠକେଇର ଶିକାର ହୋଇଥିଲେ ନିଜେ ପୋଲିସ ଆଇଜି। ଅନ୍ୟର ପ୍ଲଟ ଦେଖାଇ ଠକ ଠକି ନେଇଥିଲା ୨୦ଲକ୍ଷ ଟଙ୍କା। ଶେଷରେ ଠକକୁ ଗିରଫ କରିଥିଲା ଭରତପୁର ଆଇଆଇସି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details