ଓଡିଶା

odisha

ETV Bharat / state

NCERTକୁ ମିଳିଲା ଡିମ୍‌ଡ ବିଶ୍ବବିଦ୍ୟାଳୟ ମାନ୍ୟତା, ପ୍ରତିଷ୍ଠା ଦିବସରେ ଯୋଗଦେଇ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ - ଏନସିଇଆରଟି ୬୩ତମ ପ୍ରତିଷ୍ଠା ଦିବସ

NCERTକୁ ମିଳିଲା ଡିମ୍‌ଡ ବିଶ୍ବବିଦ୍ୟାଳୟ ମାନ୍ୟତା। ଘୋଷଣା କଲେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଏନସିଇଆରଟି  ବିଶ୍ବବିଦ୍ୟାଳୟ ମାନ୍ୟତା
ଏନସିଇଆରଟି ବିଶ୍ବବିଦ୍ୟାଳୟ ମାନ୍ୟତା

By ETV Bharat Odisha Team

Published : Sep 1, 2023, 10:42 PM IST

ଭୁବନେଶ୍ବର: NCERTକୁ ମିଳିଲା ଡିମ୍‌ଡ ବିଶ୍ବବିଦ୍ୟାଳୟ ମାନ୍ୟତା। NCERTକୁ ଏକ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏଭଳି ଘୋଷଣା କରିଛନ୍ତି ଧର୍ମେନ୍ଦ୍ର ।

ତେବେ NCERTର ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ସିଆଇଇଟିର ଏକ ଅତ୍ୟାଧୁନିକ ଆଇସିଟି ଲ୍ୟାବର ମଧ୍ୟ ଲୋକାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । NCERTକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ଅବସରରେ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ମନୁଷ୍ୟର ପୁରୁଷାର୍ଥକୁ ଚରିତାର୍ଥ କରିବାର ଏକ ମାଧ୍ୟମ ଅଟେ । NCERT ଦେଶର ଶିକ୍ଷା ପ୍ରଣାଳୀରେ ଅଭୂତପୂର୍ବ ଯୋଗଦାନ ରଖିଛି । ସେହିପରି ଗବେଷଣା, ସ୍କୁଲ୍‌ ଶିକ୍ଷା, ଶିକ୍ଷକ ପ୍ରଶିକ୍ଷଣ ଏବଂ କିଶୋର କଶୋରୀଙ୍କୁ ଶିକ୍ଷା ଦେବା ଭଳି ଅନେକ କ୍ଷେତ୍ରରେ ମଧ୍ୟ NCERT ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗବେଷଣା ବିଶ୍ୱବିଦ୍ୟାଳୟ ଭାବରେ ପରିଣତ NCERT, ବୈଶ୍ୱିକ ସହଭାଗିତା ଦିଗରେ ନୂଆ ସୁଯୋଗ ପ୍ରଦାନ କରିବ ଏବଂ ବୈଶ୍ୱିକ ଶିକ୍ଷା ଦୃଶ୍ୟପଟ୍ଟରେ ନିଜର ଯୋଗଦାନ ରଖିବ । ଏହାସହ ପିଲାଙ୍କ ରୁଚି ଅନୁସାରେ ଶିକ୍ଷା ପଦ୍ଧତି ଆରମ୍ଭ ହେଲେ ଶିଶୁମାନଙ୍କର ବିକାଶ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟର 14 ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଆର୍ଥିକ ସହାୟତା

ତେବେ ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଏହି ପୃଷ୍ଠଭୂମିରେ ଏନସିଇଆରଟି ଦ୍ୱାରା ୩ରୁ ୮ ବର୍ଷ ଶିଶୁଙ୍କ ପାଇଁ ବିକଶିତ ହୋଇଥିବା କ୍ରୀଡ଼ା ଆଧାରିତ ଶିକ୍ଷା “ଯାଦୁଇ ପିଟାରା” ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଏକ ଉପକ୍ରମ ହୋଇଛି । ଏହାଦ୍ୱାରା ଦେଶର ୧୦ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ । ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ NCERT ସହ ବାଲ ଭବନ ଏବଂ ବାଲବାଟିକାକୁ ମିଶାଇବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ମାତୃଭାଷା ଉପରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, NCERTକୁ ନିଜର ୭ଟି ଆଞ୍ଚଳିକ କେନ୍ଦ୍ରରେ ଏଆର, ଭିଆର, ଏଆଇ, ଲ୍ୟାବ ସ୍ଥାପନା କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଭାରତକୁ ଗବେଷଣା ଓ ନବସୃଜନର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବାକୁ ହେଲେ ବିଶ୍ୱର ନୂତନ ପ୍ରଯୁକ୍ତିବିଦ୍ୟା ସହ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରିବାକୁ ହେବ। NCERT ଶିକ୍ଷକ ପ୍ରଶିକ୍ଷଣ ମଧ୍ୟ ପାଠ୍ୟକ୍ରମକୁ ସର୍ବୋତ୍ତମ କରିବା ଦରକାର। ଭାରତର ଛାତ୍ରଛାତ୍ରୀଙ୍କୁ ଶିଳ୍ପ ବିପ୍ଲବ ୪.୦ ପାଇଁ ପ୍ରସ୍ତୁତ ରହିବାକୁ ହେବ । ଭାରତର କୋଭିଡ ସୁପରିଚାଳନା ତଥା ଚନ୍ଦ୍ରାୟନ ଭଳି ବିଷୟବସ୍ତୁ ଉପରେ ତଥ୍ୟ ଆଧାରିତ ପୁସ୍ତକ NCERT ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଆଗାମୀ ପିଢି ଭାରତର ବିଚାର ଏବଂ ନୈତିକତା ସହିତ ନୂତନ ବିକାଶକୁ ମଧ୍ୟ ଜାଣିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details