ଓଡିଶା

odisha

ETV Bharat / state

‘କୁଇ’ ଭାଷାରେ ପାଠ୍ୟ ପୁସ୍ତକ, ଗଠନ ହେଲା NCERTର ୧୦ ଜଣିଆ କମିଟି - ଏନସିଇଆରଟି

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ । କୁଇ ତଥା ଦେଶିଆ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ ଏନସିଇଆରଟି । ଅଧିକ ପଢ଼ନ୍ତୁ

‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟ ପୁସ୍ତକ
‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟ ପୁସ୍ତକ

By

Published : Apr 23, 2023, 12:39 PM IST

ଭୁବନେଶ୍ବର: ‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ । ଏନେଇ ଗଠନ ହେଲା ଏନସିଇଆରଟିର ୧୦ ଜଣିଆ କମିଟି । ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି । ଗଠିତ ହୋଇଥିବା କମିଟି ରାଜ୍ୟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବ ।

କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶିଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ଏନେଇ ୧୦ ଜଣିଆ କମିଟି ଗଠନ କରିଛି ଏନସିଇଆରଟି । ଏହି କମିଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ବହୁ ଭାଷାଭାଷୀ ଫଟୋଚିତ୍ର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ ।

ଏହା ଦ୍ୱାରା ‘କୁଇ ତଥା ଦେଶିଆ’ ଭାଷାରେ କଥା ହେଉଥିବା ପିଲାମାନଙ୍କର ପାଠପଢା ପ୍ରତି ଆଗ୍ରହ ବଢିବ ଓ ସୃଜନଶୀଳତା ବିକଶିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଉକ୍ତ କମିଟିରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବି କେ ପଣ୍ଡା, ନୂଆ ଦିଲ୍ଲୀ ଏନସିଇଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପି ବେହେରା, କେନ୍ଦ୍ର ବିଶ୍ୱବିଦ୍ୟାଳୟର ସହ ଅଧ୍ୟାପିକା ରୁଦ୍ରାଣୀ ମହାନ୍ତି ଓ କପିଲ ଖେମଣ୍ଡୁ ରହିଛନ୍ତି । ସେହିପରି ରାଜେନ୍ଦ୍ର ପାଢୀ, ଗୋପବନ୍ଧୁ ମହାନ୍ତି, ଡ ସୁବ୍ରତ ପୃଷ୍ଟି, ଡ ମହେନ୍ଦ୍ର ମିଶ୍ର, ଦିଲେଶ୍ୱର ରମା ଆଦି ସଦସ୍ୟ ରହିଥିବା ବେଳେ ଆରଆଇଇର ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ କନଭେନର ଯୋଗଦେଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିକଟରେ ‘ଉତ୍କଳ ଦିବସ’ ଅବସରରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳକୁ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଖୁବଶୀଘ୍ର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମାତୃଭାଷା ‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଏନେଇ ଗତକାଲି(ଶନିବାର) ପ୍ରାଥମିକ ସୋପାନରେ ଏନସିଇଆରଟି ପକ୍ଷରୁ ଏକ 10 ଜଣିଆ କମିଟି ଗଠନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ତଥା ସ୍ଥାନୀୟ ଭାଷାରେ ପାଠ ପଢିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଆମ ବିବିଧ ଭାଷାକୁ ସୁଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ତେବେ ଦେଶୀୟ ଭାଷାରେ ପାଠ ପଢିବା ଦ୍ବାରା ସହଜରେ ଛାତ୍ରଛାତ୍ରୀ ପାଠପଢା ସହ ଜଡିତ ହୋଇ ପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details