ଭୁବନେଶ୍ବର: ନବୀନ ନେବେ ନିଜ ଟିମର ପରୀକ୍ଷା । ପ୍ରତି ମାସ 7 ତାରିଖରେ କରିବେ ମନ୍ତ୍ରୀ ମାନଙ୍କର କାର୍ଯ୍ୟ ସମୀକ୍ଷା । ନବୀନଙ୍କ ନିଷ୍ପତ୍ତିକ୍ରମେ ନୂଆ ମନ୍ତ୍ରୀମଣ୍ଡଳର ପରୀକ୍ଷା ଜୁଲାଇ 7ରୁ ଆରମ୍ଭ ହେବାକୁ ଥିବାବେଳେ ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ତାତ୍ସଲ୍ଯ କରିଛନ୍ତି ।
ଅଧାରୁ ଅଧିକ ମନ୍ତ୍ରୀଙ୍କୁ ଏଯାଏ ମିଳିନି ପ୍ରକୋଷ୍ଠ । ଏପରିକି ଅନେକ ବିଭାଗର ଅଧିକାରୀମାନଙ୍କ ସହ ମନ୍ତ୍ରୀ ପରିଚିତ ହୋଇନାହାଁନ୍ତି । ହେଲେ ଠିକ ଏତିକି ବେଳେ ବାଜିଛି ନବୀନଙ୍କ ସମୀକ୍ଷା ଛାଟ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦ୍ଦେଶ ଦେବା ପରେ ମନ୍ତ୍ରୀମାନେ ନିଜ ବିଭାଗକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ। ଯଦିଓ ହାକିମଙ୍କ ବିରୋଧରେ ଯିବାକୁ କେହି ସାହସ ଜୁଟାଇ ପାରୁ ନାହାଁନ୍ତି ବାଧ୍ୟ ହୋଇ ଏହାକୁ ମାନି ନେଇଛନ୍ତି। ବିଶେଷ କରି ବିଭାଗ ମିଳିବା ପରେ ଯାହା କିଛି ହୋଇଛି ତାଠୁ କିପରି ଅଧିକ କାମ କରିବେ ସେନେଇ ଅଣ୍ଟା ଭିଡିଛନ୍ତି ।