ଓଡିଶା

odisha

ETV Bharat / state

ପଣା ସଂକ୍ରାନ୍ତିରେ ଓଡ଼ିଆ ନବ ବର୍ଷ ପାଳନ କରାଯାଉ: ନବବର୍ଷ ମହୋତ୍ସବ କମିଟି - ପଣା ସଂକ୍ରାନ୍ତିରେ ଓଡ଼ିଆ ନବ ବର୍ଷ ପାଳନ ଦାବି

ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପେ ପାଳନ କରିବାକୁ ଆହ୍ବାନ ଦେଇଛି ନବବର୍ଷ ମହୋତ୍ସବ କମିଟି । ଅଧିକ ପଢ଼ନ୍ତୁ

demands for celebrate odia new year
ପଣା ସଂକ୍ରାନ୍ତିରେ ଓଡ଼ିଆ ନବ ବର୍ଷ ପାଳନ ଦାବି

By

Published : Apr 12, 2023, 7:52 PM IST

ପଣା ସଂକ୍ରାନ୍ତିରେ ଓଡ଼ିଆ ନବ ବର୍ଷ ପାଳନ ଦାବି

ଭୁବନେଶ୍ବର: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବେ ପାଳନ କରାଯାଏ । ହେଲେ ବର୍ତ୍ତମାନ ଯୁଗ ବଦଳିବା ସହ ଯୁବପିଢି ନିଜ ସଂସ୍କୃତିକୁ ଭୁଲି ଇଂରାଜୀ ବନବର୍ଷକୁ ଆପଣାଇଥିବା ନେଇ ନବବର୍ଷ ମହୋତ୍ସବ କମିଟି ଉଦବେଗ ପ୍ରକାଶ କରିଛି । ଏଥିପାଇଁ ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି ନମାମି ମନ୍ଦାକିନୀ । ଏହାରି ମାଧ୍ୟମରେ ରାଜ୍ୟ ହେଉ ଏବଂ ଦେଶ ଅବା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆଙ୍କୁ ସେ ଓଡ଼ିଆ ନବ ବର୍ଷ ପାଳନ ପାଇଁ ଅନୁରୋଧ କରାଯାଇଛି ।

ନବବର୍ଷ ମହୋତ୍ସବ ପକ୍ଷରୁ ୫ ବର୍ଷ ହେବ ଏହି ଅଭିଯାନ ଚାଲିଛି । ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରତିଟି ଓଡ଼ିଆଙ୍କୁ ଓଡ଼ିଆର ଅସ୍ମିତା ଓ ସ୍ୱାଭିମାନର ପୌଢ଼ ପ୍ରତିଷ୍ଠାର ଦିବସକୁ ପାଳନ ପାଇଁ ଆହ୍ୱାନ ଦିଆଯାଉଛି । ନବ ବର୍ଷ ପାଳନର ବାର୍ତ୍ତା ସହ ହଜି ଯାଉଥିବା କଳା ସଂସ୍କୃତିର ପୁନରୁଦ୍ଧାର ପାଇଁ ମଧ୍ୟ ଅବିରତ ଦେଉଛନ୍ତି । ବିଲୁପ୍ତ କଳା କିଭଳି ଉଜ୍ଜିବୀତ ହୋଇପାରିବ ସେଥିପାଇଁ ଯୁବପିଢିଙ୍କୁ ଅଣ୍ଟା ଭିଡିବା ପାଇଁ କହୁଛନ୍ତି । ଏନେଇ ଭାଷାବିତ ତଥା ନବବର୍ଷ ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, "ଓଡ଼ିଆ ସଂସ୍କୃତିର ସମୟ ଗଣନା ଅନୁସାରେ ଓଡ଼ିଆ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ । ଜୋତିର୍ବିଦମାନଙ୍କ ଗଣନା ଅନୁସାରେ ଏହି ଦିନକୁ ମେଷ ବା ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ । ଆଉ ଏହି ମାସଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ମେଷ ରାଶିରେ ଅବସ୍ଥାନ କରନ୍ତି । ତେଣୁ ଦୋଳପୂର୍ଣ୍ଣାମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପଞ୍ଜିକା ସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ । ଏହି ଦିନକୁ ଓଡ଼ିଆମାନେ ଓଡ଼ିଆ ନବ ବର୍ଷ ଭାବେ ପାଳନ କରିଥାନ୍ତି । ହେଲେ ବର୍ତ୍ତମାନ ଯୁଗ ବଦଳିବା ସହ ଆଜିର ପିଢ଼ି ଇଂରାଜୀ ନବବର୍ଷ କରୁଛି । ଫଳରେ ଆମେ ଆମ ଓଡ଼ିଆ ନବ ବର୍ଷକୁ ଭୁଲିଯାଉଛେ । ତେଣୁ ଆମ ଭିତରେ ଥିବା ଏହି ରୁଗଣ ମାନସିକତାକୁ ବଦଳାଇ ସଂସ୍କୃତିର ଯେଉଁ ମହାନ କିମ୍ବଦନ୍ତୀ ରହିଛି, ତାହାକୁ ମାନି ଓଡ଼ିଆ ନବ ବର୍ଷ ପାଳନ କରିବା ଦରକାର ।"

ଓଡ଼ିଆ ନବ ବର୍ଷକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ନବବର୍ଷ ମହୋତ୍ସବ କମିଟି । ପ୍ରତିବର୍ଷ ନମାମି ମନ୍ଦାକିନୀ ନାମରେ ରବୀନ୍ଦ୍ର ମଣ୍ଡପରେ ସଂଗଠନ ପକ୍ଷରୁ ନମାମୀ ମନ୍ଦାକିନୀ ମହୋତ୍ସବ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସମସ୍ତେ ଏକାଠି ହୋଇ ଗର୍ବର ସହକାରେ ଓଡ଼ିଆ ନବ ବର୍ଷ ପାଳନ କରିବାକୁ ଆହ୍ବାନ ଦେଇଛି । ଜାତିର ଅସ୍ତିତ୍ଵକୁ ବଜାୟ ରଖିଲେ, ନୂତନ ପିଢ଼ି ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମାନ ରଖିପାରିବ ବୋଲି କହିଛନ୍ତି ନବବର୍ଷ ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details