ଓଡିଶା

odisha

By

Published : Oct 21, 2022, 9:38 PM IST

ETV Bharat / state

ନଭେମ୍ବର ୧୨ରେ ରାଷ୍ଟ୍ରୀୟ ଲୋକ ଅଦାଲତ, ଆପୋଷ ସମାଧାନର ସୁଯୋଗ ନେବାକୁ ପରାମର୍ଶ

ଆସନ୍ତା ନଭେମ୍ବର ୧୨ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ଲୋକ ଅଦାଲତ । ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏହା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୨ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ଲୋକ ଅଦାଲତ । ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏହା ଅନୁଷ୍ଠିତ ହେବ । ଭୁବନେଶ୍ଵର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ଗ୍ରାମ୍ୟ ନ୍ୟୟାଳୟ ଟାଙ୍ଗୀ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ସଚିବ ସୌଦାମିନୀ ସିଂ ଏନେଇ ସୂଚନା ଦେଇଛନ୍ତି ।

ଉକ୍ତ ଲୋକ ଅଦାଲତରେ ରଫା ଯୋଗ୍ୟ ଫୌଜଦାରୀ ମାମଲା, ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ଅନାଦେୟ ମାମଲା, ଗାଡି ମୋଟର ଦୁର୍ଘଟଣା ଜନିତ ମାମଲା, ଶ୍ରମ ବିବାଦ ମାମଲା, ଜଳ, ବିଦ୍ୟୁତ ଅନାଦେୟ ମାମଲା, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଖାଉଟି ଚାକିରି ଏବଂ ଅବସର ସମ୍ବନ୍ଧୀୟ ମାମଲା, ରାଜସ୍ୱ, ଦେୱାନୀ ଓ ଅନ୍ୟାନ୍ୟ ଜନ ଉପଯୋଗୀ ମାମଲା ମାନ ବିଭାଗୀୟ ଅଦାଲତରେ ଆଗତ କରାଯିବ । ଯଦି ଜନସାଧାରଣ ଏହିଭଳି ମାମଲାର ଅପୋଷ ସମାଧାନ କରିବାକୁ ଚାହୁଁଛନ୍ତି, ସେମାନେ ଲୋକ ଅଦାଲତର ସହଯୋଗ ନେଇପାରିବେ । ସମାଧାନ କରିବାକୁ ଚାହୁଁଥିଲେ, ସେମାନେ ଅଦାଲତର ଆଗୁଆ ଦ୍ଵାରସ୍ଥ ହୋଇ ଏହାର ଫଇସଲା କରିପାରିବେ ବୋଲି ସଚିବ ପ୍ରକାଶ କରିଛନ୍ତି ।

ଯଦି କୌଣସି କୋର୍ଟ କଚେରୀରେ ମାମଲା ବିଚାରଧୀନ ଅଛି, ଅଥବା କାହା ସହିତ ବିବାଦ ରହିଛି, ନତୁବା କୌଣସି ଅଦାଲତରେ ମାମଲା ବିଚାରଧିନ ନଥାଇ ନିଜ ନିଜର ବିବାଦର ପ୍ରାକ ମୋକଦ୍ଦମା ସମ୍ବନ୍ଧରେ ମାମଲାର ଦାୟର ଓ ଏହାର ଫଇସଲା କରିବା ପାଇଁ ଚାହୁଁଛନ୍ତି, ତାହେଲେ ନିକଟସ୍ଥ ଆଇନ ସେବା କାର୍ଯ୍ୟଳୟକୁ ଯାଇ ନିର୍ଦ୍ଧାରିତ ଆବେଦନ ଫର୍ମରେ ଆବେଦନ କରିପାରିବେ ବୋଲି ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ।

ଉକ୍ତ ଲୋକ ଅଦାଲତରେ ମାମଲାର ଫଇସଲା ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ । ଲୋକ ଅଦାଲତର ରାୟ ଚୁଡାନ୍ତ ବୈଧ ଓ ଫଳପ୍ରଦ ଯୋଗ୍ୟ ଅଟେ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଅଥବା ନିଜନିଜ ମଧ୍ୟରେ ଥିବା ବିବାଦର ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ସଚିବ ସୌଦାମିନୀ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details