ଓଡିଶା

odisha

ETV Bharat / state

ରାଜଧାନୀ ଦେଖିବ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ - championship

ଉଭୟ ରେଲୱେ ଓ ସହିଦ ନଗର ଇନଡୋର ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଖେଳାଯିବ 33ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ। ସାରାଦେଶରୁ ପ୍ରାୟ 600 ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ।

badminton
badminton

By

Published : Dec 16, 2019, 11:26 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି 33ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ। ଯେଉଁଥିରେ ସାରାଦେଶର ବିଭିନ୍ନ ପ୍ରଦେଶରୁ ପାଖାପାଖି 600 ପ୍ରତିଯୋଗୀ ଭାଗ ନେବେ। ଭାରତୀୟ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା 100 ଖେଳାଳି ଏଠାରେ ଆସି ଖେଳିବେ।

ଆସନ୍ତାକାଲି ଏହି ଚମ୍ପିଆନସିପ୍‌ର ଉଦ୍‌ଘାଟନ ହେବ। ଏହି ପ୍ରତିଯୋଗିତା ଉଭୟ ରେଲୱେ ଓ ସହିଦ ନଗର ଇନଡୋର ଷ୍ଟାଡିୟମରେ ଖେଳାଯିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ରୋହିତ ପୂଜାରୀ ଜଣାଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ସିଙ୍ଗଲ,ଡବଲ୍ସ ଓ ମିକ୍ସଡ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ପ୍ରତିଯୋଗିତା ପାଇଁ 10 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବାବେଳେ ସମ୍ପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଥିବ ସେ ଜଣାଇଛନ୍ତି।

ଆସନ୍ତାକାଲି ଠାରୁ ରାଜଧାନୀରେ ଆରମ୍ଭ ହେବ 33 ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌

ଏଭଳି ପ୍ରତିଯୋଗିତା ଆୟୋଜନ ପାଇଁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗ କରିଛନ୍ତି । ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବାକୁ ଚାହୁଁଥିବା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ପ୍ରେରଣା ଯୋଗାଇଥିବା ସେ କହିଛନ୍ତି। ଆଜିର ଏହି ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ଆବାହକ ରାଜେଶ ପାଟିଲ, ଜାତୀୟ ଦଳର କୋଚ୍‌ ମୁରଲୀ କ୍ରିଷ୍ଣା ଓ ରାଜ୍ୟ ସଙ୍ଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details