ଓଡିଶା

odisha

ETV Bharat / state

ରାସ୍ତା ନୁହେଁ ମରଣଯନ୍ତା, ଯାତ୍ରୀଙ୍କୁ ଜଗନ୍ନାଥ ଭରଷା

ପୁରୀ- ଭୁବନେଶ୍ବର ଜାତୀୟମାର୍ଗ ଏବେ ପାଲଟିଛି ଯମ ମାର୍ଗ । ବୁଲା ଗୋରୁଙ୍କ ଚରା ଭୂଇଁ ପାଲଟିଛି ରାଜପଥ । ଯାହାକୁ ନେଇ ଯାତ୍ରୀ ହନ୍ତସନ୍ତ ।

By

Published : Jun 23, 2019, 8:16 PM IST

ଫଟୋସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ । ପ୍ରତି ସେକେଣ୍ଡରେ ଏଠି ପାଦେ ପାଦେରେ ବିପଦ । କାରଣ ରାସ୍ତା ପାଲଟିଛି ଗାଇ ଓ ଷଣ୍ଢଙ୍କ ଚରା ଭୂଇଁ । ଗୋଟିଏ କି ଦୁଇଟି ନୁହେଁ ଯେମିତି ରାସ୍ତା ଏକପ୍ରକାର ସାଜିଛି ବୁଲା ଗୋରୁଙ୍କ ଆଶ୍ରୟସ୍ଥଳ । ପ୍ରତି ମୂହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କାରେ ଯାତ୍ରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁଇ ଚକିଆ ହେଉ ବା ଚାରି ଚକିଆ ଯାନ, ରାସ୍ତା ମଝିରେ ଘାସ ଓ ଗଛ ଯୋଗୁଁ ବୁଲା ଗୋରୁଗାଇଙ୍କ ଜମୁଛି ଭିଡ। ରାତି ହେଉ ବା ଦିନ ହଠାତ ରାସ୍ତା ଭିତରକୁ ପଶିଆସୁଛନ୍ତି ଏମାନେ । ଫଳରେ ଲୋକେ ସାମ୍ନା କରୁଛନ୍ତି ଦୁର୍ଘଟଣାଜନିତ ପରିସ୍ଥିତି । ଅନ୍ୟପକ୍ଷରେ ରାସ୍ତାର ଦୁଇ ପାର୍ଶ୍ବରେ ଜମି ରହୁଛି ଅନେକ ବାଲିଚର । ଫଳରେ ଗାଡି ଚକା ବାରମ୍ବାର ଖସି ଦୁର୍ଘଟଣା ପରିସ୍ଥିତି ଉପୁଜୁଛି ।

ତେବେ ରକ୍ଷଣାବେଖଣ ଦାୟିତ୍ବରେ ଥିବା ଏନଏଚଆଇ କତ୍ତୃପକ୍ଷ ନା ଏଥି ପ୍ରତି ଦୃଷ୍ଟି ଦେଉଛନ୍ତି ନା ସେମାନଙ୍କର ଏଥିପ୍ରତି ପଡୁଛି ନଜର । ଫଳରେ ଲୋକ ଭୋଗୁଛନ୍ତି ନାହିଁ ନଥିବା ସମସ୍ଯା । ଏଭଳିସ୍ଥିତିରେ ଆଗକୁ ଆସୁଛି ରଥ ଯାତ୍ରା । ଲୋକଙ୍କ ଯିବା ଆସିବା ଓ ଗହଳିକୁ ଦୃଷ୍ଟିରେ ରଖି ଦୁର୍ଘଟଣ କୁ ସାମ୍ନା କରିବା ଏକମାତ୍ର ଯାତ୍ରୀଙ୍କ ପାଇଁ ଭରଷା ସାଜିଛନ୍ତି ଜଗନ୍ନାଥ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details