ଭୁବନେଶ୍ବର:ସାରା ରାଜ୍ୟରେ ପାଳନ ହେବ ଜାତୀୟ କୃମି ନାଶକ ଦିବସ । ଆସନ୍ତାକାଲି(ଶୁକ୍ରବାର) ୧ ରୁ ୫ ବର୍ଷର ଶିଶୁ ମାନଙ୍କୁ ସିରପ ଏବଂ ୫ ବର୍ଷରୁ ୧୯ ବର୍ଷ ପିଲାମାନଙ୍କୁ ଟାବଲେଟ ଦିଆଯିବ । ରାଜ୍ୟର ୨୦ଟି ଜିଲ୍ଲାରେ ଅଙ୍ଗନବାଡି ଏବଂ ସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଆସନ୍ତା ୧୦ ତାରିଖରେ ସାରା ରାଜ୍ୟରେ ପାଳନ ହେବ ଜାତୀୟ କୃମି ନାଶକ ଦିବସ। ଏହି ଦିନ ରାଜ୍ୟରେ ୧ ବର୍ଷରୁ ଅଧିକ ଏବଂ ୧୯ ବର୍ଷରୁ କମ୍ ଶିଶୁ ଓ କିଶୋର କିଶୋରୀମାନଙ୍କୁ ଆଲବେନଡିଜୋଲ ସିରପ ଏବ ଟାବଲେଟ ଖାଇବାକୁ ଦିଆଯିବ। ୧ରୁ ୫ ବର୍ଷର ଶିଶୁ ମାନଙ୍କୁ ସିରପ ଏବଂ ୫ ବର୍ଷରୁ ୧୯ ବର୍ଷ ପିଲାମାନଙ୍କୁ ଟାବ୍ଲେଟ୍ ଦିଆଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଜାତୀୟ କୃମି ନାଶକ ଦିବସ ପାଳିବ ପରିବାର କଲ୍ୟାଣ ବିଭାଗ, ଶିଶୁଙ୍କୁ ଦିଆଯିବ ଆଲବେନଡିଜୋଲ ସିରପ
ଶୁକ୍ରବାର ସାରା ରାଜ୍ୟରେ ଜାତୀୟ କୃମି ନାଶକ ଦିବସ କରାଯିବ । ଶିଶୁଙ୍କୁ ଆଲବେନଡିଜୋଲ ସିରପ ଦିଆଯିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରତିବର୍ଷ ଭଳି ଆସନ୍ତା ୧୦ ତାରିଖରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ । ଏହି ଯୋଜନା ରାଜ୍ୟର ୨୦ଟି ଜିଲ୍ଲାରେ ଅଙ୍ଗନବାଡି ଏବଂ ସ୍କୁଲରେ କାର୍ଯ୍ୟକାରୀ କରାଯିବ । ଅଙ୍ଗନବାଡିରେ ଅଙ୍ଗନବାଡି କର୍ମୀ ଏବଂ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଔଷଧ ଖୁଆଇବେ। ଏଥିପାଇଁ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅଙ୍ଗନବାଡି କର୍ମୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମ୍ନାରେ ପିଲାମାନେ ଔଷଧ ଖାଇବେ । କୌଣସି ପିଲାଙ୍କୁ ଘରକୁ ନେଇ ଖାଇବା ପାଇଁ ଅନୁମତି ଦିଆଯିବ ନାହିଁ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୮୪ ଲକ୍ଷ ୪୯ ହଜାର ପିଲାଙ୍କୁ କୃମି ନାଶକ ଔଷଧ ସେବନ ପାଇଁ ଦିଆଯିବ।
୧୦ ତାରିଖରେ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନେ ନିକଟସ୍ଥ ଅଙ୍ଗନବାଡି ଏବଂ ସ୍କୁଲ୍କୁ ଯାଇ ଔଷଧ ସେବନ କରିବା ପାଇଁ ଅନୁରୋଧ କରାଯାଉଛି । ଯେଉଁମାନେ କୌଣସି କାରଣ ପାଇଁ ୧୦ ତାରିଖରେ ସ୍କୁଲରେ ଅନୁପସ୍ଥିତ ରହିବେ କିମ୍ବା ଅସୁସ୍ଥ ଥିବେ ସେମାନଙ୍କ ପାଇଁ ଅନ୍ୟ ଏକ ସୁଯୋଗ ଦିଆଯିବ । ୧୭ ତାରିଖରେ ପୁଣିଥରେ ସ୍କୁଲକୁ ଯାଇ ଏହି ଔଷଧ ନେଇପାରିବେ । ଏହି ଔଷଧର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ତେଣୁ ନିସଙ୍କୋଚରେ ଆସି ଔଷଧ ଖାଇବାକୁ ଆହ୍ୱାନ ଦେଇଛି ପରିବାର କଲ୍ୟାଣ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର