ଓଡିଶା

odisha

ETV Bharat / state

ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ - ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଆଦିବାସୀ ପରିବାରଙ୍କ ପ୍ରାୟ ୧ ଏକର ଅଧିକ ଜମି ହଡ଼ପ ହୋଇଥିବା ଅଭିଯୋଗ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ । ଅଧିକ ପଢନ୍ତୁ

ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ
ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ

By

Published : Jul 11, 2022, 7:41 PM IST

ଖୋର୍ଦ୍ଧା:ଜାତୀୟ ଦଳିତ ଆଦିବାସୀ ମହାସଂଘ ୩ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛି । ଲଗାତର ଭାବେ ତହସିଲ, ବ୍ଲକ, ଥାନା ଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପ୍ରତି ଅବହେଳା ଓ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି ଏହି ଘେରାଉ କରାଯାଇଛି ।

ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ

ଭୁବନେଶ୍ଵର ତହସିଲ ଘାଟିକିଆ ମୌଜା ବାରମାଣିଆ ଗାଁର ୧୦ଟି ଦିନ ମଜୁରିଆ ଆଦିବାସୀ ପରିବାରଙ୍କ ୧ ଏକର ୨୦ ଡିସିମିଲ ଜମି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଏହି ଜମିକୁ ବିନା ଅନୁମୋଦନରେ ସମଷ୍ଟି ବିଲଡ଼ରର ସ୍ଥିତପ୍ରଜ୍ଞା ନନ୍ଦ, ନିଶିଥ ନନ୍ଦ ଓ ସେମାନଙ୍କ ସହଯୋଗୀ ୨୦୦୬ ଏବଂ ୨୦୦୭-୦୮ରେ ପୂର୍ଣ୍ଣ କ୍ଷମତା ପତ୍ର ନେଇ ଜାଲ କାଗଜପତ୍ର କରି ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ‘ସହର’ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହୋଇଥିବା ବେଳେ ସାଧାରଣ ବର୍ଗରେ ଆସୁଥିବା ‘ସଅର’ ଜାତିର ଲୋକେ ଜାଲିଆତି କରି ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ପୁରୁଷ ପୁରୁଷ ଧରି ଏହି ପରିବାର ଜମିରେ ଚାଷବାସ କରୁଥିଲେ, ଏବେ ତାହା ମଧ୍ୟ ହେଉ ନାହିଁ । ଭୂମିହୀନ ଅବସ୍ଥାରେ ଏମାନେ ପଡ଼ିରହିଛନ୍ତି । ନ୍ୟାୟ ପାଇଁ ତହସିଲଦାର, ଉପଜିଲ୍ଲାପାଳ, ଭରତପୁର ଥାନା, ଏସିପି-୩, ଅତିରିକ୍ତ ଡ଼ିସିପି, ଡ଼ିସିପି, ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଆଜି ଶହ ଶହ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି । ଆଗାମୀ ଦିନରେ ଦାବୀ ପୂରଣ ନହୁଏ ତେବେ ହଜାର ହଜାର ସଂଖ୍ୟାରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ABOUT THE AUTHOR

...view details