ଓଡିଶା

odisha

ETV Bharat / state

ଓଡ଼ିଶାରେ ସଂଖ୍ୟାଲଘୁଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଛି: ଜାତୀୟ ସଂଖ୍ୟାଲଘୁ କମିଶନ - ଓଡ଼ିଶା ଗସ୍ତରେ ଜାତୀୟ ସଂଖ୍ୟାଲଘୁ କମିଶନ ସଦସ୍ୟ

ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସରକାରଙ୍କ ଜାତୀୟ ସଂଖ୍ୟାଲଘୁ କମିଶନ ସଦସ୍ୟ ସେୟଦ୍ ସେହେଜାଦି । ଅଧିକ ପଢ଼ନ୍ତୁ

_National commission for minorities member visit odisha
ଓଡ଼ିଶାରେ ସଂଖ୍ୟାଲଘୁଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଛି: ଜାତୀୟ ସଂଖ୍ୟାଲଘୁ କମିଶନ

By

Published : Dec 2, 2022, 12:19 PM IST

Updated : Dec 2, 2022, 12:39 PM IST

ଭୁବନେଶ୍ବର: ରାଜ୍ୟରେ ସଂଖ୍ୟାଲଘୁଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଛି । ଓଡ଼ିଶାରେ ରାଜ୍ୟ ସଂଖ୍ୟାଲଘୁଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ବିଭାଗ ନାହିଁ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଜାତୀୟ ସଂଖ୍ୟାଲଘୁ କମିଶନ ସଦସ୍ୟ ସେୟଦ୍ ସେହେଜାଦି ଏପରି କହିଛନ୍ତି ।

ଓଡ଼ିଶାରେ ସଂଖ୍ୟାଲଘୁଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଛି

ଓଡ଼ିଶାରେ ସ୍ବତନ୍ତ୍ର ବିଭାଗ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସେୟଦ୍ ସେହେଜାଦି । ଗସ୍ତ ସମୟର ସେ ଯେଉଁ ସବୁ ଅଞ୍ଚଳ ବୁଲୁଥିଲେ ତାହାର ଅନୁଧ୍ୟାନ କରି କହିଛନ୍ତି ଯେ, "ରାଜ୍ୟରେ ପର୍ଯ୍ୟାପ୍ତ ଉର୍ଦ୍ଦୁ ଶିକ୍ଷକ ଟ୍ରେନିଂ ସେଣ୍ଟର ନାହିଁ । ଓଡ଼ିଶାରେ ଯେତିକି ମଦ୍ରାସା ବିଦ୍ୟାଳୟ ଅଛି ସେଥିରେ ଛାତ୍ର ଅନୁସାରେ ଶିକ୍ଷକ ନାହାଁନ୍ତି । ସଂଖ୍ୟାଲଘୁ ଗୋଷ୍ଠୀର ଲୋକମାନଙ୍କ ଲାଗି କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଥିଲେ ସୁଦ୍ଧା ସେମାନେ ସଚେତନ ଅଭାବରୁ ଜାଣି ପାରୁନାହାନ୍ତି । ଯାହା ସବୁ ଟଙ୍କା ଆସୁଛି ତାହା କୌଣସି କାମରେ ନ ଲାଗି ଫେରିଯାଉଛି ।" ଏହି ପ୍ରସଙ୍ଗରେ ଗତକାଲି (ଗୁରୁବାର) ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 2, 2022, 12:39 PM IST

ABOUT THE AUTHOR

...view details