ଓଡିଶା

odisha

NewYear2023: ନୂଆବର୍ଷରେ ନନ୍ଦନକାନନରେ ଖଚାଖଚ ଭିଡ଼, ବୋଟିଂ ନଥିବାରୁ ପର୍ଯ୍ୟଟକ ନିରାଶ

By

Published : Jan 1, 2023, 4:58 PM IST

ଆଜି ନୂଆବର୍ଷ ସାଙ୍ଗକୁ ରବିବାର ଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan Zoological Park)କୁ ଛୁଟିଛି ପ୍ରବଳ ପର୍ଯ୍ୟଟକଙ୍କ ସୁଅ । ପୂର୍ବରୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବୋଟିଂ ବ୍ୟବସ୍ଥା ନଥିବାରୁ ନିରାଶ ହୋଇଛନ୍ତି କିଛି ପର୍ଯ୍ୟଟକ (Tourists dissatisfy over Boating system) । ଅଧିକ ପଢନ୍ତୁ

Nandankanan Zoological Park
Nandankanan Zoological Park

ନୂଆବର୍ଷରେ ନନ୍ଦନକାନନରେ ଖଚାଖଚ ଭିଡ଼, ବୋଟିଂ ନଥିବାରୁ ପର୍ଯ୍ୟଟକ ନିରାଶ

ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନ (Nandankanan Zoological Park)ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଛୁଟି ଆସୁଛନ୍ତି । ଆଜି ରବିବାର ସମେତ ନୂଆ ବର୍ଷ ଥିବାରୁ ପର୍ଯ୍ୟଟକ ଅଧିକ ଆସିବାର ପୂର୍ବରୁ ଆଶା କରାଯାଇଥିଲା । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ବୋଟିଂର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ନିରାଶ ହୋଇଥିବା କହିଛନ୍ତି ।

ସୁରକ୍ଷା ଦୃଷ୍ଟିରୁ ସମସ୍ତ ଅଞ୍ଚଳରେ CCTV କାର୍ଯ୍ୟକ୍ଷମ ରହିଛି । ଟିକେଟ କାଉଣ୍ଟର ନିକଟରେ ଅଧିକ ପକେଟମାର ହେଉଥିବାରୁ ଏହା ପୋଲିସ ଓ CCTV ନଜରରେ ରଖାଯାଇଛି । ଏହାସହ ଜୀବଜନ୍ତୁଙ୍କ ଖୁଆଡ ଅଞ୍ଚଳରେ ମଧ୍ୟ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି । ମଝିରେମଝିରେ ନନ୍ଦନକାନନର କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ଗାଇଡ଼ କରିବା ପାଇଁ ରହିଛନ୍ତି । ଏପଟେ ନନ୍ଦନକାନନରେ ନୂତନ ଭାବରେ ଖୋଲାଥିବା ଶିଶୁ ଉଦ୍ୟାନରେ ଭରପୁର ଆନନ୍ଦ ନେଉଛନ୍ତି କୁନି ଶିଶୁ ପର୍ଯ୍ୟଟକ । ଏହାସହ ବାଘ, ସିଂହ, ଭାଲୁ ଏବଂ ପକ୍ଷୀ ଅଞ୍ଚଳରେ ଭରପୁର ଭାବରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି ।

ଏହା ବି ପଢନ୍ତୁ- ଜମିଲା ଜିରୋ ନାଇଟ ସେଲିବ୍ରେସନ, ନାଚ ଗୀତରେ ଝୁମିଲେ ରାଜଧାନୀବାସୀ

ତେବେ ଏନେଇ ଜଣେ ପର୍ଯ୍ୟଟକ କହିଛନ୍ତି, "ନନ୍ଦନକାନନ ବୁଲିବା ଖୁସିର କଥା । ସବୁଆଡ଼େ ସବୁଜ ସବୁଜ । ସମସ୍ତ ବ୍ୟବସ୍ଥା ଠିକ୍‌ ରହିଥିବା ବେଳେ କିଛି ମାତ୍ରାରେ ଆକୃଷ୍ଟ କରିପାରିନାହିଁ । ପୂର୍ବରୁ ଯାହା ସବୁ ଜୀବଜନ୍ତୁ ଥିଲା ସେହି ସବୁ ଅଛନ୍ତି । କିଛି ବନ୍ୟଜନ୍ତୁ କମିଛନ୍ତି କିନ୍ତୁ ବଢ଼ି ନାହାନ୍ତି । ଏହା ସହ ବୋଟିଂର ମଜା ନେବାକୁ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି। କାରଣ ବୋଟିଂ ବ୍ୟବସ୍ଥା ବନ୍ଦ ରଖାଯାଇଛି । ଲାଞ୍ଜିଆ ହ୍ରଦରୁ ଦଳ ସଫା କରାଯାଇଥିବାରୁ ବୋଟିଂ ବ୍ୟବସ୍ଥା ବନ୍ଦ ରହିଛି। ଏହା ସହ ରୋପ ୱେ ପାଇଁ ମଧ୍ୟ ପର୍ଯ୍ୟଟକ ନିରାଶ ହୋଇଛନ୍ତି । ଯଦି ଅଧିକରୁ ଅଧିକ ବିରଳ ହେଉ ବା ଅନ୍ୟାନ୍ୟ ଜୀବଜନ୍ତୁ ରହିଲେ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆସିବାକୁ ମନ ବଲାଇବେ।"

ସୂଚନା ଥାଉ କି, ନୂଆବର୍ଷରେ ନନ୍ଦନକାନନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି । ପର୍ଯ୍ୟଟକଙ୍କ ସୁରକ୍ଷା ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ନନ୍ଦନକାନନ ଥାନା ପୋଲିସ ଓ ନନ୍ଦନକାନନର କର୍ମଚାରୀ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ପ୍ରାଣୀ ଉଦ୍ୟାନ ଭିତରେ ସମସ୍ତ ଅଞ୍ଚଳରେ ଓ ଛକ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି । ଏହାସହ ଯେଭଳି ଭାବରେ ଜୀବଜନ୍ତୁଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେଉଛନ୍ତି । ଅନ୍ୟପଟେ ପକେଟମାର ଚୋରଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ମାଇକ ମାଧ୍ୟମରେ ପର୍ଯ୍ୟଟକଙ୍କୁ ନିଜ ଜିନିଷ ପାଖରେ ସୁରକ୍ଷିତ ରଖିବାକୁ ସୂଚନା ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details