ଓଡିଶା

odisha

ETV Bharat / state

ନୂଆବର୍ଷରେ ଖୋଲିଲା ନନ୍ଦନକାନନ, ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ - ନୂଆବର୍ଷରେ ନନ୍ଦନକାନନ ଖୋଲା

Nandankanan zoo:ନୂଆବର୍ଷରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ । ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଆଜି ନୂଆବର୍ଷକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ଏହା ଖୋଲାଯାଇଛି । ଅଧିକ ପଢନ୍ତୁ

ନୂଆ ବର୍ଷରେ ଖୋଲିଲା ନନ୍ଦନକାନନ
ନୂଆ ବର୍ଷରେ ଖୋଲିଲା ନନ୍ଦନକାନନ

By ETV Bharat Odisha Team

Published : Jan 1, 2024, 1:47 PM IST

ନୂଆ ବର୍ଷରେ ଖୋଲିଲା ନନ୍ଦନକାନନ

ଭୁବନେଶ୍ବର:ନୂଆ ବର୍ଷରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ । ପ୍ରତ୍ୟେକ ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହୁଥିବା ବେଳେ ଆଜି ନୂଆ ବର୍ଷକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ଏହା ଖୋଲାଯାଇଛି । ଅନ୍ୟପଟେ ପର୍ଯ୍ୟଟକମାନଙ୍କ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ନୂଆ ବର୍ଷରେ ଖୋଲିଲା ନନ୍ଦନକାନନ । ପ୍ରତ୍ୟେକ ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହୁଥିବା ବେଳେ ଆଜି କିନ୍ତୁ ଖୋଲାଯାଇଛି । ନୂଆବର୍ଷରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ବଡ ଦିନରେ ମଧ୍ୟ ସର୍ବସାଧାରଣମାନଙ୍କ ପାଇଁ ନନ୍ଦନକାନନ ଖୋଲାଯାଇଥିଲା ।ଅନ୍ୟପଟେ ଆଜି ସକାଳୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିବାରେ ଲାଗିଛି ।

ତେବେ ଏନେଇ ନନ୍ଦନକାନାନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ସନତ ଏସ କୁମାର କହିଛନ୍ତି, " ନୂଆ ବର୍ଷକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ସିସିଟିଭି ବନ୍ଦୋବସ୍ତ କରାଯାଇଛି । ନନ୍ଦନକାନନରେ ସୁରକ୍ଷାକର୍ମୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ବିଶେଷ ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଷ୍ଟ୍ରିଜ ପକ୍ଷୀ, ଛୋଟ କଙ୍ଗାରୁ ଏହା ସହ ରୋପ ୱେ ବର୍ତ୍ତମାନ ମୁଖ୍ୟ ଆକର୍ଷଣ ସାଜିଛି ।"

ଏହାମଧ୍ୟ ପଢନ୍ତୁ..ବିଶ୍ଵସ୍ତରୀୟ ହେବ ନନ୍ଦନକାନନ; ଦୁବାଇରୁ ଆସିବ ଚିତା ବାଘ, ମିଳିବ ନାଇଟ୍ ସଫାରୀ ମଜା

ପ୍ରକାଶଯୋଗ୍ୟ, ଗତ ବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପାଖାପାଖି ୫୦ ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ତେବେ ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନ ବିଶ୍ଵସ୍ତରୀୟ ହେବା ନେଇ ପ୍ରସ୍ତୁତି ଚାଲିଛି । ଗତ ୮-୧୦ ମାସ ମଧ୍ୟରେ ଅନେକ ରୂପରେଖ ବଦଳିଛି । ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଜରିଆରେ ବହୁ ନୂଆ ଜୀବଜନ୍ତୁ ଆସିଛନ୍ତି । ରୋପ ୱେ, ବୋଟିଂ ବ୍ୟବସ୍ଥା ହୋଇଛି । ଦୁବାଇରୁ ଖୁବଶୀଘ୍ର ଚିତା ବାଘ ଓ ଧଳା ସିଂହ ଶାବକ ଆସିବ । କାଞ୍ଜିଆ ହ୍ରଦ ବିକାଶ ଲାଗି SRC ପାଣ୍ଠିରୁ ୧୭ କୋଟି ଟଙ୍କା ଦିଆଯାଇଛି । ନନ୍ଦନକାନନ ଚିଡ଼ିଆଖାନା ଚୁଡ଼ଙ୍ଗ ଯାଏଁ ବଢିବା ସହ ଖୁବଶୀଘ୍ର ନାଇଟ ସଫାରୀ ବ୍ୟବସ୍ଥା ମଧ୍ୟ ହେବ। ଦୁବାଇ ସଫାରୀ ପାର୍କ ସହ ଚାଲିଥିବା ଏଗ୍ରୀମେଣ୍ଟ ଅନୁସାରେ ନନ୍ଦନକାନନକୁ ଚିତା ବାଘ ସହଧଳା ସିଂହ, ଆଫ୍ରିକୀୟ ସିଂହ, ମକାଓ ଆସିବ । ଚିତା ପାଇଁ ନନ୍ଦନକାନନରେ ନୂଆ ଏନକ୍ଲୋଜର ତିଆରି କରାଯାଉଥିବା ସୂଚନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details