ଓଡିଶା

odisha

ସୋମବାର ବି ଖୋଲା ରହିବ ନନ୍ଦନକାନନ, ନୂଆବର୍ଷ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ

By ETV Bharat Odisha Team

Published : Dec 23, 2023, 2:05 PM IST

Nandankanan zoo open on Monday: ଭିଡକୁ ଦେଖି ଡିସେମ୍ବର ୨୫ ଓ ଜାନୁଆରୀ ୧ ତାରିଖ ଦିନ ସୋମବାର ପଡ଼ୁଥିବାରୁ ଉକ୍ତ ଦିନ ଖୋଲା ରହିବା ନନ୍ଦନକାନନ । ଏହାସହ ନୂଆ ବର୍ଷ ପୂର୍ବରୁ ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି । ଅଧିକ ପଢନ୍ତୁ

ସୋମବାର ଖୋଲା ରହିବ ନନ୍ଦନକାନନ
ସୋମବାର ଖୋଲା ରହିବ ନନ୍ଦନକାନନ

ଭୁନେଶ୍ବର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳୁଛି । ଏହି ପ୍ରରିପେକ୍ଷୀରେ ନନ୍ଦନକାନନରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ପରିଲିକ୍ଷିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବରୁ ପ୍ରତି ସୋମବାର ନନ୍ଦନକାନନର ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହୁଥିଲା । କିନ୍ତୁ ଏବେ ଭିଡକୁ ଦେଖି ଡିସେମ୍ବର ୨୫ ଓ ଜାନୁଆରୀ ୧ ତାରିଖ ଦିନ ସୋମବାର ପଡ଼ୁଥିବାରୁ ଉକ୍ତ ଦିନ ନନ୍ଦନକାନନ ଖୋଲା ରହିବା । ଏହାର ପରଦିନ ଅର୍ଥାତ ମଙ୍ଗଳବାର ଉଦ୍ୟାନ ବନ୍ଦ ରହିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ମିଳିଛି ।

ଏପଟେ ନୂଆ ବର୍ଷ ପୂର୍ବରୁ ନନ୍ଦନକାନନକୁ ଆସିଛି ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି ଆସିଛନ୍ତି । ପ୍ରଥମ ଥର ପାଇଁ ନନ୍ଦନକାନନକୁ ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ଫାର୍ମର ଏହି ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି । ତେବେ ୨୯ ତାରିଖରେ ୪ ନୂଆ ଅତିଥିଙ୍କୁ ଦେଖିବାକୁ ପାଇବେ ପର୍ଯ୍ୟଟକ । ସେହିପରି ଅନ୍ୟପଟେ ବର୍ଷର ଶେଷ ସପ୍ତାହ ଓ ବର୍ଷର ପ୍ରଥମ ସପ୍ତାହ ଅଧିକ ଭିଡ଼ ହେବାକୁ ଦୃଷ୍ଟି ରଖି ନନ୍ଦନକାନନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ନନ୍ଦନକନନର ଉଭୟ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଅନଲାଇନ କିମ୍ବା ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ନନ୍ଦନକାନନ ପ୍ରବେଶ ଟିକେଟ କାଟିବାକୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ପର୍ଯ୍ୟଟକ ଭିଡ଼ରେ ନଫସି ସହଜରେ ନନ୍ଦନକାନନ ବୁଲିବାର ଲାଭ ଉଠାଇ ପାରିବେ ।

ଏହା ସହ ପର୍ଯ୍ୟଟକ ମାନଙ୍କ ପାଇଁ ସୁରକ୍ଷା ଏବଂ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି ଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏହା ସହ ମଧ୍ୟ ପୋଲିସ ମଧ୍ୟ ରହିଛନ୍ତି। ଅଧିକ ପର୍ଯ୍ୟଟକଙ୍କୁ ଦୃଷ୍ଟି ର ରଖି ସିସିଟିଭି ମଧ୍ୟ ଲଗାଯାଇଛି । ଯେପରି ଜୀବଜନ୍ତୁଙ୍କ ଉପରକୁ ପର୍ଯ୍ୟଟକମାନେ ବାହାର ଖାଦ୍ୟ ପକାଇବା ଆଦିକୁ ମଧ୍ୟ ନଜର ଦିଆଯିବ ।

ଏହା ମଧ୍ୟ ପଢନ୍ତୁ- ଶୀତଦିନେ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା; ଖୁଆଡରେ ରୁମ ହିଟର, ସିମ୍ପାଜିଙ୍କ ପାଇଁ କମ୍ବଳ

ପ୍ରକାଶ ଥାଉକି,ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗତ ବର୍ଷ ପାଖାପାଖି ୪୬ ହଜାର ପର୍ଯ୍ୟଟକ ଡିସେମ୍ବର ୨୫ ଦିନ ବୁଲିବାକୁ ଆସିଥିଲେ। ଅଫଲାଇନରେ 42 ହଜାର 571 ଓ ଅନଲାଇନରେ 3 ହଜାର 577 ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିଥିଲେ। ଏହା ସହ ବଟାନିକାଲ ଗାର୍ଡେନ ପର୍ଯ୍ୟଟକ ବୁଲୁଥିଲେ 5 ହଜାର 358 ଜଣ । ଏହା ସହ ଟଏ ଟ୍ରେନରେ 811 ଜଣ ବୁଲୁଥିଲେ ପର୍ଯ୍ୟଟକ। ସେହିପରି ଡିସେମ୍ବର 25 ଦିନ ମାନଙ୍କରେ ଗତ 7 ବର୍ଷର ତଥ୍ୟ ଦେଖିଲେ 2016ରେ 40,078 ଜଣ,2017ରେ23,628ଜଣ, 2018ରେ 34,914ଜଣ, 2019ରେ 29,701ଜଣ, 2020ରେ 6,769ଜଣ, 2021ରେ 20,013 , 2022ରେ46,148 ଜଣ ଦର୍ଶକ ଆସିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details