ଭୁବନେଶ୍ବର: ଆସୁଛି ସାଧାରଣ ନିର୍ବାଚନ 2024 । ଯୁବ ଭୋଟବ୍ୟାଙ୍କ ହାତେଇବାକୁ ରାଜ୍ୟର ପ୍ରମୁଖ ଦଳମାନେ ଯୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହାରି ଭିତରେ ବିଜେପି ଟାର୍ଗେଟରେ ୟୁଥ ଭୋଟର । 2024 ନିର୍ବାଚନ ଲଢେଇକୁ ନଜରରେ ରଖି ୟୁଥ ଭୋଟର ପାଇ ପଦ୍ମ କ୍ୟାମ୍ପର ମାଷ୍ଟରପ୍ଲାନ । ଏକ କୋଟି ଯୁବ ଭୋଟର ନିଜ ସପକ୍ଷରେ ନେବା ପାଇଁ ବିଜେପି କରିବ କ୍ୟାମ୍ପେନ । ଏହାକୁ ନେଇ ୧୦୦ ଦିନିଆ ଟାସ୍କ ଦେଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ନମୋ ଆପ ମାଧ୍ୟମରେ ଯୋଡିବା ପାଇଁ ଆଜିଠୁ ଆରମ୍ଭ ହେଲା ସୋସିଆଲ ମିଡିଆ କ୍ୟାମ୍ପେନ ।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନମୋ ଆପର ଜାତୀୟ ଆବାହକ କୁଲଜିତ ସିଂ ଚହଲ ଉପସ୍ଥିତିରେ ବୈଠକ ବସିଥିଲା । ନମୋ ଆପ ବିକଶିତ ଭାରତ ଆମ୍ବାସଡ଼ର ଅଭିଯାନରେ ଓଡିଶାର ୧୪୭ ବିଧାନସଭା କ୍ଷେତ୍ରର ଯୁବ ପିଢ଼ିଙ୍କୁ ନମୋ ଅପା ସମ୍ପର୍କରେ ସୂଚନା ଦିଆଯାଇଛି । ଦେଶ ଶହେ ତମ ସ୍ୱାଧୀନତା ଦିବସ ପାଳନ ଅବସରେ ଯୁବ ପିଢ଼ି ବିକଶିତ ଭାରତକୁ ଆଗକୁ ନେବେ । ନିକଟରେ ନିର୍ବାଚନ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମୋଦିଙ୍କ ଗ୍ୟାରେଣ୍ଟିକୁ ୩ ରାଜ୍ୟରେ ସ୍ବୀକାର କରିଛନ୍ତି । ଓଡିଶାରେ ୩୦ଲକ୍ଷ ବିଭିନ୍ନ କ୍ଷେତ୍ରରେ ପେଶାଗତ ଭାବେ କାର୍ଯ୍ୟ କରୁଥିବା ଯୁବ ପିଢ଼ିଙ୍କୁ ଏହି ନମୋ ଆପରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡି ହେବେ । ଏଥି ସହିତ ୨୪ ଓଡ଼ିଶାରେ ବିଜେପି ସରକାର କରିବା ସହ ଲୋକ ସଭାରେ ସମସ୍ତ ସିଟ ଦଖଲ କରିବ ବୋଲି ବିଜେପି ସମ୍ଭୋକ୍ତି ବାଢିଛି ।