ଭୁବନେଶ୍ବର:ପୋଲିସ ଅଧିକାରୀଙ୍କ ନିଃସ୍ଵାର୍ଥ ସେବାକୁ ସମ୍ମାନ ଜଣାଇ ଆୟୋଜିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ "ନମନ -୨୦୨୩" । ରାଜଧାନୀ ଭୁବନେଶ୍ୱରର ସପ୍ତମ ବାଟାଲିଅନ ଗ୍ରାଉଣ୍ଡରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ "ନମନ" ଫାଉଣ୍ଡେସନ ଆନୁକୂଲ୍ୟରେ ଶନିବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ବାଟାଲିୟନ ପରିସରରେ ଦ୍ବିତୀୟ ଥର ପାଇଁ ଏହି ନମନ କାର୍ଯ୍ୟକ୍ରମ କରାଯାଇଛି । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସେବାକୁ ସମ୍ମାନ ଜଣାଇବା ପାଇଁ ଏହା ଏକ ନିଆରା କାର୍ଯ୍ୟକ୍ରମ ଅଟେ ।
ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅହରହ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ଜୀବନକୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ ରଖିଥାନ୍ତି ପୋଲିସ କର୍ମଚାରୀ । ନିଃସ୍ଵାର୍ଥପର ଭାବେ ସେମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ବାର ମାସ ଅବିରତ ପରିଶ୍ରମ ସହ ଅନେକ ତ୍ୟାଗ କରିଥାନ୍ତି । ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି । ତେଣୁ କମିଶନରେଟ ପୋଲିସ ଓ ଅନ୍ୟ ସମସ୍ତ ପୋଲିସ ସହଯୋଗୀଙ୍କ ନିଃସ୍ଵାର୍ଥ ସେବାକୁ ହୃଦୟର ସହ ସମ୍ମାନ ଦେଇ ଏହି ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । 2022 ମସିହାଠାରୁ ଏହି ନମନ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି ।
ଏହାମଧ୍ୟ ପଢନ୍ତୁ... ସୁନ୍ଦରଗଡ଼ରେ ସରଗି ଫୁଲ୍, ପ୍ରତିଭା ଦେଖାଉଛନ୍ତି ଛାତ୍ରଛାତ୍ରୀ