ଓଡିଶା

odisha

ETV Bharat / state

ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ, ବସିଲା ସର୍ବଦଳୀୟ ବୈଠକ - ବସିଲା ସର୍ବଦଳୀୟ ବୈଠକ

ଅତାବିରା ଓ ହିନ୍ଦୋଳ ଏନଏସି କାର୍ଯ୍ୟକାଳ ଏପ୍ରିଲ 12 ତାରିଖରେ ଶେଷ ହେବ । ତା’ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ, ବସିଲା ସର୍ବଦଳୀୟ ବୈଠକ
ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ, ବସିଲା ସର୍ବଦଳୀୟ ବୈଠକ

By

Published : Feb 28, 2023, 10:58 PM IST

ଭୁବନେଶ୍ବର: ଅତାବିରା ଓ ହିନ୍ଦୋଳ ଏନଏସିର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ 3 ରେ ଭୋଟି ଗ୍ରହଣ, 5 ତାରିଖରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଅତାବିରା ଓ ହିନ୍ଦୋଳ ଏନଏସି କାର୍ଯ୍ୟକାଳ ଏପ୍ରିଲ 12 ତାରିଖରେ ଶେଷ ହେବ । ତା’ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ହେବାକୁ ଥିବା ନିର୍ବାଚନ ସଂପର୍କରେ ବିସ୍ତୃତ ଭାବେ ସେ ଅବଗତ କରାଇଛନ୍ତି । ଅତାବିରା ଏନଏସିରେ ସମୁଦାୟ ୧୨ ଟି ୱାର୍ଡର ୧୬ଟି ବୁଥ ଥିବାବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୧୩୫୨୦ ଜଣ । ସେହିପରି ହିନ୍ଦୋଳ ଏନଏସିର ସମୁଦାୟ ୧୬ ଟି ୱାର୍ଡର ୧୬ ଟି ବୁଥ ରହିଥିବାବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭ ଜଣ । ଉଭୟ ଏନଇସିର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି । ଉଭୟ ଏନଏସିର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଉଭୟ ଏନଏସିରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କାଉନସିଲର ଏବଂ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବେ ।

ଏହାବି ପଢନ୍ତୁ- NAC Elections: ଏପ୍ରିଲ 3 ରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ

ସେମାନେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠ ଦାଖଲ କରିବେ । ଅସଂପୂର୍ଣ୍ଣ ସତ୍ୟପାଠ କିମ୍ବା ସତ୍ୟପାଠ ଦାଖଲ ନକରିବା ଦ୍ୱାରା ସଂପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଯଦି କେହି ମିଥ୍ୟା ସତ୍ୟପାଠ ଦାଖଲ କରିବା ଜଣାଯାଏ, ସେମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ନିର୍ବାଚନ ଆୟୋଗ ପ୍ରାର୍ଥୀ ପତ୍ର ମନୋନୟନ ପ୍ରମାଣ ପତ୍ର ସହିତ ଜାତିଗତ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ କରିଛନ୍ତି । ଯେଉଁ ପ୍ରାର୍ଥୀମାନେ ସଂରକ୍ଷିତ ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ମନୋନୟନ ପତ୍ର ସହ ଦାଖଲ କରିବେ । ନଚେତ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ । ନିର୍ବାଚନ ଫିସରେ ଛାଡ଼ ପାଇଁ ସେମାନେ ବିବେଚିତ ହେବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ବୈଠକରେ ସୂଚନା ଦେଇଛନ୍ତି । କାଉନସିଲର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି ।

ନିର୍ବାଚନ ସମୟରେ କାଉନସିଲର ପଦ ନିମନ୍ତେ ଜଣେ ପ୍ରାର୍ଥୀ (ତିନି ଚକିଆ ଓ ଚାରିଚକିଆ ଯାନ) ମୋଟରେ ୨ ଟି ଯାନ ବ୍ୟବହାର କରିପାରିବେ । ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିଲେ ଜଣେ ପ୍ରାର୍ଥୀ (ଦୁଇ ଚକିଆ ଓ ଚାରିଚକିଆ ଯାନ) ମୋଟରେ ୪ ଟି ଯାନ ବ୍ୟବହାର କରିପାରିବେ । ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ ହିନ୍ଦ ପାଣିଗ୍ରାହୀ, ଅଇନ ଅଧିକାରୀ ମାଧୁରୀ ମିଶ୍ର, ଭାରତୀୟ ଜନତା ପାର୍ଟିର ଡ. ଜତୀନ ମହାନ୍ତି ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନା, ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ସମାଜବାଦୀ ପାର୍ଟି, ଓଡ଼ିଶାର ସୁଦର୍ଶନ ପ୍ରଧାନ, ଆମ ଆଦମି ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ୱାଇଁ, କଳିଙ୍ଗ ସେନାର ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ନାୟକ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଂପାଦକ ଜୟନ୍ତ ଦାଶ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, କୃପା ପାର୍ଟିର ବିଶ୍ୱନାଥ ରାଉତ ଓ ମୋ ଦଳର ଅଶୋକ କୁମାର ମହନ୍ତି ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details