ଓଡିଶା

odisha

By

Published : Feb 23, 2023, 8:35 PM IST

Updated : Feb 23, 2023, 10:03 PM IST

ETV Bharat / state

Naba Das Murder Mystery : ସ୍ବତନ୍ତ୍ର ମୋସନ ଜରିଆରେ ବିଧାନସଭାରେ ଆଲୋଚନା

ଆଜି ସଂଧ୍ୟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଗତାକାଲି ବାଚସ୍ପତିଙ୍କ ନିଷ୍ପତି ଅନୁସାରେ ସ୍ବତନ୍ତ୍ର ମୋସନ ଜରିଆରେ ନବ ଦାସ ହତ୍ୟାକାଣ୍ଡର ଆଲୋଚନା ହୋଇଛି । ଆଲୋଚନା ଆରମ୍ଭ କରି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି ‘‘ କୌଣସି ହତ୍ୟାକାଣ୍ଡର କାରଣ ଥାଏ ଉଦ୍ଦେଶ୍ୟ ଥାଏ। ନବ ଦାସ ହତ୍ୟା ଘଟଣାରେ ଏଯାଏଁ କାରଣ କଣ ଜଣା ପଡିଲାନାହିଁ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ସ୍ଵତନ୍ତ୍ର ମୋସନ ଜରିଆରେ ବିଧାନସଭାରେ ଆଲୋଚନା । ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ସରକାରଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ, ଶାସକ ଦଳର ସଭ୍ୟ ମାନେ ମଧ୍ୟ ଜବାବ ରଖିଛନ୍ତି ।

ଆଜି ସଂଧ୍ୟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଗତାକାଲି ବାଚସ୍ପତିଙ୍କ ନିଷ୍ପତି ଅନୁସାରେ ସ୍ବତନ୍ତ୍ର ମୋସନ ଜରିଆରେ ନବ ଦାସ ହତ୍ୟାକାଣ୍ଡର ଆଲୋଚନା ହୋଇଛି । ଆଲୋଚନା ଆରମ୍ଭ କରି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି ‘‘ କୌଣସି ହତ୍ୟାକାଣ୍ଡର କାରଣ ଥାଏ ଉଦ୍ଦେଶ୍ୟ ଥାଏ। ନବ ଦାସ ହତ୍ୟା ଘଟଣାରେ ଏଯାଏଁ କାରଣ କଣ ଜଣା ପଡିଲାନାହିଁ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବ ଦାସଙ୍କର ହୋଇଥିବା ଇସିଜି ରିପୋର୍ଟକୁ ସାର୍ବଜନୀନ କରାଯାଉ। ଅଭିଯୁକ୍ତ ଗୋପାଳ ଦାସକୁ କାହିଁକି ପାଗଳ ଭଳି ସଜେଇ ଦିଆଯାଇଛି? ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ଅତଥ ରାଜ୍ୟ ସରକାର ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଏଠି ଗୋପାଳ ବ୍ୟତୀତ କ୍ରାଇମବ୍ରାଞ୍ଚର ତଦନ୍ତ ଆଉ କୌଣସି ସ୍ତରକୁ ଯାଉନାହିଁ । ହତ୍ୟା ପଛରେ କିଏ, କଣ ଉଦ୍ଦେଶ୍ୟ? ଷଡଯନ୍ତ୍ରକାରୀ କିଏ? ସମସ୍ତ ଦିଗ ପ୍ରତି ତଦନ୍ତ ଜରୁରୀ । ଆଉ ଏତେ ସ୍ତରକୁ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ କରିପାରିବ ନାହିଁ । ତେଣୁ ପୁରା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଭାର ରାଜ୍ୟ ସରକାର ସିବିଆଇକୁ ଦିଅନ୍ତୁ । ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସାରି ତଦନ୍ତ ହେଉଛି ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ବିଧାନସଭାରେ ରଖନ୍ତୁ। କ୍ରାଇମବ୍ରାଞ୍ଚର ତଦନ୍ତ ସମ୍ପୂର୍ଣ୍ଣ ସ ଦିଗହରା। ଆମେ ଷଡଯନ୍ତ୍ର କଥା କହୁଛୁ । ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କେଉଁଠି ଷଡ଼ଯନ୍ତ୍ର କଥା କହିଲେନି କିନ୍ତୁ ତାଙ୍କର ମନ୍ତ୍ରୀ ବିରୋଧୀ ଦଳ ନେତା ଓ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ଷଡ଼ଯନ୍ତ୍ର କଥା କହିଲେ। ଆମେ କହୁଛୁ ଯଦି ସନ୍ଦେହ ହେଉଛି ତେବେ ଆମକୁ ବି ତଦନ୍ତ ପରିସରଭୁକ୍ତ କରଯାଉ।

ଏହାବି ପଢନ୍ତୁ - Odisha Assembly: ସ୍ବାଭାବିକ ଥିଲା ତୃତୀୟ ଦିବସ, ଆସନ୍ତାକାଲି ଆଗତ ହେବ ସାଧାରଣ ବଜେଟ

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଆଲୋଚନାରେ ଭାଗ ନେଇ ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ କଡା ପ୍ରହାର କରିଛନ୍ତି । ନରସିଂହ କହିଛନ୍ତି ନବ ଦାସ ହତ୍ୟାକାଣ୍ଡର ତଦନ୍ତ ସଠିକ ଦିଗରେ ଯାଉନାହିଁ । ଘଟଣାକୁ ଆଉ କିଛି ଦିନ ପରେ ଏକମାସ ପୁରିବ । ଅଥଚ ପୋଲିସ ଚୁପ । ଓଡିଶାବାସୀ ଅନ୍ଧାରରେ । ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ହତ୍ୟା ହେଉଛି । କିଏ କାହିଁକି? କେଉଁ ଉଦ୍ଦେଶ୍ୟରେ ନବଙ୍କ ହତ୍ୟା ଷଡଯନ୍ତ୍ର କରିଛି ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି । ଆଇନ ଅନୁସାରେ ତଦନ୍ତ ହେଉନାହିଁ । ସେହିଭଳି ନବ ଦାସଙ୍କ ହତ୍ୟା ଯେଉଁ ସ୍ଥାନରେ ହେଲା, ହତ୍ୟା ପରେ ନବ ଦାସଙ୍କୁ ଭୁବନେଶ୍ବର ପର୍ଯ୍ୟନ୍ତ ଆଣିବାରେ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ସନ୍ଦେହ ଘେରରେ । କାରଣ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଓ ଇସିଜି ରିପୋର୍ଟ ଅନୁସାରେ ଘଟଣା ସ୍ଥଳରେ ନବଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ରାଜ୍ୟ ସରକାର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଆଣିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ନବଙ୍କୁ ଗୁଳି ମାଡ ହୋଇଛି । ହେଲେ ତାଙ୍କୁ ନା ଅକ୍ସିଜେନ ମାସ୍କ ଦିଆଯାଇଛି, ନା ବ୍ଲଡ ଦିଆଯାଇଛି । ପୁଣି ଏକ ଘରୋଇ ମେଡିକାଲରେ ନବ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନମସ୍କାର କରିବାର ଉଦ୍ଦେଶ୍ୟ କଣ ଥିଲା? ସତ କଣ ଜାଣିବାର ଅଧିକାର ରାଜ୍ୟବାସୀଙ୍କ ର ରହିଛି । ତୁରନ୍ତ ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ।

ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଭାଗ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ ଲଦିଛନ୍ତି । ମୋହନ କହିଛନ୍ତି ନବ ଦାସ ହତ୍ୟାକାଣ୍ଡ ଏକ ବଡ ଷଡଯନ୍ତ୍ର । ଜଣେ ପୋଲିସ ଏଏସଆଇ ଜଣେ ମନ୍ତ୍ରୀଙ୍କୁ ଏକାକି ମାରିବାର ସାହସ କରିପାରିବ ନାହିଁ । ଗୋପାଳ ପଛରେ ଥିବା ପ୍ରଭାବଶାଳୀ ବ୍ୟକ୍ତିବିଶେଷ କିଏ? ଗୋପାଳକୁ କିଏ ସୁପାରି ଦେଇଛି । ଗୋପାଳକୁ ପାଗଳ କରିଦେଲେ ତଦନ୍ତ ଶେଷ ହୋଇଯିବ । କ୍ଷମତା ରାଜନୀତିରେ ପ୍ରତିଦ୍ବନ୍ଦିତା ଚାଲେ । ସେହି ପ୍ରତିଦ୍ବନ୍ଦିତାର ବଳି ପଡିନାହାଁନ୍ତି ତ ନବ ଦାସ?

ଏହାବି ପଢନ୍ତୁ- Naba Das Murder Case: ବିହେଭିୟର ଷ୍ଟଡିରୁ କିଛି ଜଣା ପଡିବନାହିଁ: ବିଜେପି ନେତା ପ୍ରକାଶ ମିଶ୍ର

ଆଲୋଚନାରେ ଶାସକ ଦଳ ପକ୍ଷରୁ ଭାଗ ନେଇ ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ତଦନ୍ତ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚ୍ଚିତ । ତଦନ୍ତବେଳେ ଏପରି ଅଭିଯୋଗ ଆଣିବାର ଅର୍ଥ ହେଉଛି ମାନସିକ ଭାରସାମ୍ୟ ହରାଇବା। ଗୋବେଲ ଥିଓରୀ ଓଡିଶାରେ କାମ କରିବନି। ଗୋଟେ ମିଛକୁ ବାରମ୍ବାର କହିଲେ ସତ ହେବନାହିଁ । ଆପୋଲୋ ହସ୍ପିଟାଲରେ ନବ ଦାସଙ୍କ ପାଖରେ ଯିଏ ଥିଲା, ସେ ହିଁ ଜାଣିଥିଲା ପରିସ୍ଥିତି କଣ ଥିଲା । ନମସ୍କାର କରିବା ଅର୍ଥ ହେଉଛି ସମସ୍ତେ ଠାକୁରଙ୍କୁ ଡାକୁଥିଲେ ଜୀବନ ବଞ୍ଚାଇବା ପାଇଁ । ସିବିଆଇ ଯେଉଁ ପ୍ରକ୍ରିୟାରେ ତଦନ୍ତ କରେ, କ୍ରାଇମବ୍ରାଞ୍ଚ ମଧ୍ୟ ସେହି ପ୍ରକ୍ରିୟାରେ କରୁଛି । ତଦନ୍ତକାରୀ ଟିମର ମନୋବଳ ଭାଙ୍ଗନ୍ତୁ ନାହିଁ ବିରୋଧୀ । ଯଦି ବିରୋଧୀଙ୍କ ପାଖେ କୌଣସି ତଥ୍ୟ ଅଛି କ୍ରାଇମବ୍ରାଞ୍ଚ ଆଗରେ ରଖନ୍ତୁ ।

ଅନ୍ୟପଟେ ଶେଷରେ ବିରୋଧୀଙ୍କୁ ଜବାବ ଦେଇଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ତୁଷାର କହିଥିଲେ ନବ ଦାସଙ୍କ ହତ୍ୟାକାଣ୍ଡ ଦୁଖଃଦାୟକ । ସରକାର ପୁରା ସଠିକ ଢଙ୍ଗରେ ତଦନ୍ତ କରୁଛନ୍ତି । ସମସ୍ତ ଦିଗରୁ ତଦନ୍ତ ହେଉଛି । ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ । ବିରୋଧୀ ତଦନ୍ତ ଶେଷ ହେବା ଯାଏଁ ଧର୍ଯ୍ୟ ଧରନ୍ତୁ । ତଦନ୍ତକାରୀ ସଂସ୍ଥା ନବଙ୍କ ପରିବାର, ପିଏସଓ, ଡ୍ରାଇଭର, ପଡୋଶୀଙ୍କୁ ଜେରା କରିଛି । ଯାହା ବିରୋଧୀ କହୁଛନ୍ତି ତାହା ଭୁଲ । ତଦନ୍ତକୁ ନେଇ ବିରୋଦୀ ଅଜ୍ଞ ଅଛନ୍ତି । ଯେଉଁଥିପାଇଁ ଏଭଳି କହୁଛନ୍ତି । ଯେଉଁ ଅଭିଯୋଗ ହେଉଛି ନବ ଦାସଙ୍କୁ କାହିଁକି ଭୁବନେଶ୍ବର ଅଣାଗଲା, ତାହାର ଜବାବ ଦେଇ ତୁଷାର କହିଛନ୍ତି କାରଣ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା । ମନ୍ତ୍ରୀ ଆହୁରି କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ମାନସିକ ବିକାରଗ୍ରସ୍ତ ଘୋଷଣା କରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2023, 10:03 PM IST

ABOUT THE AUTHOR

...view details