ଓଡିଶା

odisha

ETV Bharat / state

ଚାଷୀ ପେନସନ୍ ଦାବି, ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ - ଚାଷୀଙ୍କ ପେନସନ ଦାବି

ମାର୍ଚ୍ଚ ୨୦ରେ ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟରେ ମିଲରଙ୍କ କଟନୀ ଛଟନୀ, ଟାଟା ପାୱାରର ଗ୍ରାହକଙ୍କୁ ଶୋଷଣ ଓ ଚାଷୀଙ୍କ ପେନସନ ଦାବିରେ ପ୍ରତିବାଦ । ଅଧିକ ପଢ଼ନ୍ତୁ

ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ
ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ

By

Published : Mar 9, 2023, 6:57 PM IST

Updated : Mar 9, 2023, 7:48 PM IST

ମାର୍ଚ୍ଚ ୨୦ରେ ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ମାର୍ଚ୍ଚ ୨୦ରେ ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସରକାରଙ୍କ ଘେରିବ କୃଷକ ସଂଗଠନ । ରାଜ୍ୟରେ ମିଲରଙ୍କ କଟନୀ ଛଟନୀ, ଟାଟା ପାୱାରର ଗ୍ରାହକଙ୍କୁ ଶୋଷଣ ଓ ଚାଷୀଙ୍କ ପେନସନ ଦାବିରେରେ ଏହି ପ୍ରତିବାଦ କରାଯିବ । ତେବେ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ମଧ୍ୟ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ କରାଯାଇଥିଲା । ହେଲେ କାହାର ଦାବିପ୍ରତି ସରକାର କର୍ଣ୍ଣପାତ କରିନଥିଲେ ।

ତେବେ ସରକାର ସବୁବେଳେ କୃଷକମାନଙ୍କୁ ଉପେକ୍ଷିତ ଓ ଶୋଷିତ କରୁଥିବା ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ । ବିଧାନସଭା ଓ ଲୋକସଭା ପରି ଲୋକତନ୍ତ୍ରରେ ଜନସ୍ବାର୍ଥ କାର୍ଯ୍ୟ କରାଯାଉନାହିଁ । ଏପରିକି ମିଲରଙ୍କ ଶୋଷଣରୁ ଅଘୋଷିତ କଟନି, ଛଟନି ନେବା ବିଧାନସଭାରେ କଥା ଉଠିଲା ମାତ୍ରେ କାର୍ଯ୍ୟାନୁଷ୍ଠାନ ଶୂନ ରହୁଛି । ଗଣତନ୍ତ୍ରରେ ଓଡିଶାର ନ୍ୟାୟପୂର୍ଣ୍ଣ ଦାବି ହାସଲ କରିବାରେ ବିଫଳ ହୋଇଛନ୍ତି କୃଷକ ।

ସରକାର ଲୋକଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ମାତ୍ର ଚାଷୀଙ୍କ ପାଇଁ ପେନସନ ନାହିଁ । ପ୍ରତିଥର ସରକାର ସରକାରୀ କର୍ମଚାରୀଙ୍କ ପେନସନ ବୃଦ୍ଧି କରୁଛନ୍ତି ହେଲେ ଚାଷୀ ପେନସନ୍ କଥା ଧରୁ ନାହାନ୍ତି ସରକାର । ଗଣମାଧ୍ୟମ ଯୁଗରେ ଗଣତନ୍ତ୍ର ଶାସନରେ ଯଦି ଏତେ ବିସଙ୍ଗତି ହେବ ତେବେ ବିଧାନସଭାର ଲୋକପ୍ରତିନିଧି ମାନେ ଏହାର ସମାଧାନ କରିବା ପରିବର୍ତ୍ତେ ଏହାକୁ ଅଣାଦେଖା କରୁଥିବା ଆଭିଯୋଗ ହୋଇଛି ।

ତେଣୁ ରାଜରାସ୍ତାକୁ ଯିବା ଜରୁରୀ ହୋଇପଡିଛି ବୋଲି କହିଛି ସଂଗଠନ । ତେଣୁ ଚାଷୀଙ୍କ ନ୍ୟାୟ ଦାବିରେ ପୁଣି ଥରେ ସରକାରଙ୍କୁ ଘେରିବା ନବନିର୍ମାଣ କୃଷକ ସଂଗଠନ । ଖାଲି ସେତିକି ନୁହେଁ କୃଷକଙ୍କ ପାଇଁ ସରକାର ବହୁବିଧ ଉଦ୍ୟମ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି । ହେଲେ ମଣ୍ଡିରେ ଧାନ ବିକିବାକୁ ଯାଇ ଚାଷୀ ଟଳି ପଡୁଛି । ଚାଷୀଙ୍କ ଜୀବନ ଗଲା ପରେ ତାଙ୍କର ଧାନ ଉଠୁଛି ।

ତେଣୁ ବର୍ତ୍ତମାନର ମହଙ୍ଗା ଯୁଗରେ ଚାଷୀ ପାଇଁ ସୁବିଧା ନ କରିବା ସବସିଡି ନ ଦେଇ ସରକାର ଯେଭଳି ବାହାର କମ୍ପାନୀକୁ ପୋଷୁଛି ତାହା ଅତ୍ୟନ୍ତ ନିଦନୀୟ ଓ ସାଧାରଣ ଲୋକଙ୍କ ଉପରେ ଜୁଲମ ବୋଲି କହିଛି ସଂଗଠନ କହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମୀରଞ୍ଜନ ସ୍ୱାଇଁ, ନବ ନିର୍ମାଣ ଯୁବ ଛାତ୍ର ରାଜ୍ୟ ସଂଯୋଜକ ଏମଡି ମନୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 9, 2023, 7:48 PM IST

ABOUT THE AUTHOR

...view details