ଓଡିଶା

odisha

ETV Bharat / state

ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ଝାରସୁଗୁଡ଼ା ଗଲା ପାର୍ଥିବ ଶରୀର - Naba Kishore Das

ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ନବ କିଶୋର ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Naba Kishore Das accorded Guard of Honour
ଗାର୍ଡ ଅଫ୍ ଅନର ପ୍ରଦାନ ପରେ ଅନ୍ତିମ ଯାତ୍ରାରେ ନବ ଦାସ

By

Published : Jan 30, 2023, 11:41 AM IST

Updated : Jan 30, 2023, 12:13 PM IST

ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ଝାରସୁଗୁଡ଼ା ଗଲା ପାର୍ଥିବ ଶରୀର

ଭୁବନେଶ୍ବର: ଅଫେରା ରାଇଜରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସ୍ବାସ୍ଥ୍ୟମନ୍ତ୍ରୀ ନବଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ପ୍ରଦାନ ପରେ ଅନ୍ତିମ ଯାତ୍ରାରେ ବାହାରିଛନ୍ତି ନବ ଦାସ ।

ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ସମୟ ପ୍ରାୟ 10ଟାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଶେଷ ଦର୍ଶନ କରିଛନ୍ତି । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ 5ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଘର ଭିତରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ନବ ଦାସଙ୍କ ପତ୍ନୀ ଓ ପୁଅଙ୍କୁ ମୁଖ୍ୟମନ୍ତ୍ରୀ ସାନ୍ତ୍ବନା ଦେଉଥିବାର ଦେଖିବାକୁ ମିଳିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବୁକ ହୋଇଯାଇଥିବା ପରିଲକ୍ଷିତ ହୋଇଛି ।

ଏହା ବି ପଢନ୍ତୁ...ନବ ଦାସଙ୍କ ନିଧନ, ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଏହାପରେ ନବଙ୍କ ପାର୍ଥିବ ଶରୀରକୁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । କାର୍ଯ୍ୟାଳୟରେ ଦଳର ବିଧାୟକ, ଦଳୀୟ ସମର୍ଥକ ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥିବ ଶରୀରରେ ଦଳୀୟ ପତାକା ପକାଇଥିଲେ । ସେହିପରି ବିଜେଡିର ସାଧାରଣ ସମ୍ପାଦକ ହେର୍ଡ କ୍ବାର୍ଟର ସଞ୍ଜୟ ଦାସବର୍ମା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ନିଆଯାଇଛି । ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା । 26 ପ୍ଲାଟୁନ ପୋଲିସଫୋର୍ସ ମୁତୟନ ହୋଇଛନ୍ତି । ଝାରସୁଗୁଡାରେ ଶେଷ ଦର୍ଶନ ପରେ ପ୍ରାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତିନି ଦିନିଆ ଶୋକ ପାଳୁଛି ରାଜ୍ୟ । ଅର୍ଦ୍ଧନମିତ ହୋଇ ରହିବ ଜାତୀୟ ପତାକା । ଗତକାଲି ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ନବ ଦାସଙ୍କ ଛାତିରେ ବାଜିଥିଲା । ତୁରନ୍ତ ଏୟାରଲିପ୍ଟ କରାଯାଇ ତାଙ୍କୁ ଭୁବନେଶ୍ବର ଆଣାଯାଇଥିଲା । ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା ଆରମ୍ଭ ହୋଇଯାଇଥିଲା । ହେଲେ ଡାକ୍ତରୀ ଟିମ୍‌ର ସମସ୍ତ ଚେଷ୍ଟା ସତ୍ତ୍ବେ ଆଖି ବୁଜିଥିଲେ ନବ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2023, 12:13 PM IST

ABOUT THE AUTHOR

...view details