ଓଡିଶା

odisha

By

Published : Jan 29, 2023, 7:57 PM IST

Updated : Jan 29, 2023, 10:12 PM IST

ETV Bharat / state

Health Minister Naba Das passes away: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ଅଧିକ ପଢନ୍ତୁ

Etv BharatHealth Minister Naba Das: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ
Etv BharatHealth Minister Naba Das: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ । ଡାକ୍ତରଙ୍କ ସମସ୍ତ ଉଦ୍ୟମ ଫେଲ ମାରିଲା । କାମ ଦେଲା ନାହିଁ ସମର୍ଥକ ଶୁଭେଚ୍ଛୁଙ୍କ ପ୍ରାର୍ଥନା । ମାତ୍ର 61 ବର୍ଷରେ ଆରପାରିକୁ ଚାଲିଗଲେ ରାଜ୍ୟର ବିତ୍ତଶାଳୀ ମନ୍ତ୍ରୀ । ପୋଲିସ କର୍ମୀଙ୍କ ଗୁଳିମାଡ ନେଇଗଲା ମନ୍ତ୍ରୀ ନବ ଦାସଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନ୍ତ୍ରୀ ନବ ଦାସ ।

Health Minister Naba Das passes away: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

ଏହାବି ପଢନ୍ତୁ- ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା: ଆପୋଲୋରେ ପହଞ୍ଚିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସାଲୁଜା

ଆଜି ପୂର୍ବାହ୍ନରେ ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧି ଛକରେ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ ହୋଇଥିଲେ । ତୁରନ୍ତ ତାଙ୍କୁ ପ୍ରଥମେ ଝାରସୁଗୁଡା ପରେ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିମାନ ବନ୍ଦରରୁ ଗ୍ରୀନ କରିଡର ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି ।

ଏହାବି ପଢନ୍ତୁ- Naba Das Shot At: ASIଙ୍କ ମୁଣ୍ଡ ଖରାପ ଥିବା କହିଲେ ପତ୍ନୀ, ଝାରସୁଗୁଡାରେ ଅରୁଣ ବୋଥ୍ରା

ନବଦାସଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ସାରା ରାଜ୍ୟରେ ତାଙ୍କର ଆରୋଗ୍ୟ କାମନା କରି ଦୀପ ଦାନ କରାଯାଇଥିଲା । ପରେ ପରେ ମେଡିକାଲକୁ ନିଜେ ମୁଖ୍ୟମନ୍ତ୍ରୀ , ରାଜ୍ୟପାଳ, ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ, ବିଧାୟକ, ବିଭିନ୍ନ ଦଳର ନେତା ମେଡିକାଲ ଆସି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । କିନ୍ତୁ ଶେଷରେ ତାଙ୍କର ଦେହାନ୍ତ ହୋଇଛି ।

Last Updated : Jan 29, 2023, 10:12 PM IST

ABOUT THE AUTHOR

...view details