ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । କ୍ରାଇମବ୍ରାଞ୍ଚ ଏବେ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି । ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ । ଜଣେ ଅବସରପ୍ରାପ୍ତ ଜଜଙ୍କ ତଦାରଖରେ ଏହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସବୁ ତଦନ୍ତ ସରିଲେ, ଜଣାଇବୁ ବୋଲି ସେ କହିଛନ୍ତି ।
ଏହାବି ପଢନ୍ତୁ- Naba Das Murder: 543 ପୃଷ୍ଠାର ଚାର୍ଜସିଟ ଦାଖଲ, ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କ ଜୀବନ ନେଲା ଗୋପାଳ
ନବ ଦାସ ହତ୍ୟା ଘଟଣାର 543 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ସୁସ୍ଥ ମସ୍ତିଷ୍କରେ ନବଙ୍କୁ ହତ୍ୟା କରିଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ତେବେ ହତ୍ୟାର କାରଣକୁ ନେଇ ବିତର୍କ ଜାରି ରହିଛି । ଏନେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ କରିଛି ସେଥିରେ ଆହୁରି ଫର୍ମାଲିଟି ବାକି ଅଛି । କମ୍ପ୍ଲିଟ ଡାଟା ସର୍ବସାଧାରଣରେ ଉପଲବ୍ଧ ହେବା କଥା ନୁହେଁ । ଜଣେ ରିଟାୟାର୍ଡ଼ ଜର୍ଜଙ୍କ ତତ୍ୱାବଧାନରେ ତଦନ୍ତ ହେଉଛି । ତାଙ୍କ ସୁପରଭିଜନରେ ଟିକିନିଖି ତଦନ୍ତ ହେଉଛି । ସମ୍ପୂର୍ଣ୍ଣ ତଥ୍ୟ ଆସିଲା ପରେ କହିବି । କିନ୍ତୁ FBI ତଦନ୍ତ ନେଇ କେନ୍ଦ୍ରକୁ ଚିଠି କରାଯାଇ ନଥିବା ପ୍ରସଙ୍ଗକୁ ମନ୍ତ୍ରୀ ଏଡାଇ ଯାଇଥିଲେ ।