ଓଡିଶା

odisha

ରାଜ୍ୟ ସରକାରଙ୍କ ନୈତିକତା ନାହିଁ ତଦନ୍ତ କରିବାକୁ: ବିଜେପି

By

Published : Feb 2, 2023, 10:12 PM IST

ବିଜେପି ଅଭିଯୋଗ କରିଛି ନିକଟରେ ସେହି ସମାନ ଲୋକ ମମିତା ମେହେର ହତ୍ୟାକାଣ୍ଡରେ ଆଖୁ କିଆରୀ ଗପ ଶୁଣାଇ କେସକୁ ରଫାଦଫା କଲେ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ନୈତିକତା ନାହିଁ ତଦନ୍ତ କରିବାକୁ: ବିଜେପି
ରାଜ୍ୟ ସରକାରଙ୍କ ନୈତିକତା ନାହିଁ ତଦନ୍ତ କରିବାକୁ: ବିଜେପି

ଭୁବନେଶ୍ବର: ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ସମ୍ପର୍କିତ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ଦଳୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ରାଜ୍ୟ ସରକାରଙ୍କ କୌଣସି ନୈତିକତା ନାହିଁ ତଦନ୍ତ କରିବା ପାଇଁ । ଅତୀତରେ କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ମୋହରା ହୋଇ କାମ କରିଆସିଛି । ବହୁ ଚର୍ଚ୍ଚିତ ନୟାଗଡ଼ର ପରି ହତ୍ୟାକାଣ୍ଡରେ ତଦନ୍ତ ଦାୟିତ୍ୱ ଅରୁଣ ବୋଥ୍ରାଙ୍କୁ ଦିଆଗଲା । ସେ ଏକ ଜାମୁକୋଳି ଗଛ କାହାଣୀ ଗପ କହି ମାମଲାକୁ ରଫାଦଫା କଲେ ।

ଦଳ ଅଭିଯୋଗ କରିଛି ନିକଟରେ ସେହି ସମାନ ଲୋକ ମମିତା ମେହେର ହତ୍ୟାକାଣ୍ଡରେ ଆଖୁ କିଆରୀ ଗପ ଶୁଣାଇ କେସକୁ ରଫାଦଫା କଲେ । ରାଜ୍ୟ ସରକାର ଯେତେବେଳେ ତଥ୍ୟକୁ ଲୁଚାଇବାକୁ ଅବା ଲିପାପୋତି କରିବାକୁ ଚାହାଁନ୍ତି, ଲିପାପୋତି ମାଷ୍ଟର, କନଫେସନ କିଙ୍ଗ କ୍ରାଇମବ୍ରାଞ୍ଚ ମୁଖ୍ୟଙ୍କୁ ଦାୟିତ୍ୱ ଦିଅନ୍ତି ।

ସମ୍ବେଦନଶୀଳ ଘଟଣା କ୍ୟାବିନେଟ ମନ୍ତ୍ରୀ ଯଦି ସୁରକ୍ଷିତ ନାହାନ୍ତି, ତେବେ ସାଧାରଣ ନାଗରିକ ଆତଙ୍କରେ ଅଛନ୍ତି। କ୍ରାଇମବ୍ରାଞ୍ଚ କୁ ଲିପାପୋତି କରିବାକୁ ପଠାଯାଇଛି, ନୂଆ କାହାଣୀ ରଚିବା, ତଥ୍ୟ ପ୍ରମାଣ ନଷ୍ଟ କରିବା ଏଜେଣ୍ଡାରେ ଯାଇଛି । ଓଡିଶାବାସୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତରେ ବିଶ୍ୱାସ ନାହିଁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସବୁ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଲେଖାଶ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details