ଓଡିଶା

odisha

ETV Bharat / state

ନବ ଦାସଙ୍କୁ ହତ୍ୟା: ଅଭିଯୁକ୍ତ ବଡ ଭାଇକୁ ଉଠାଇଲା କ୍ରାଇମବ୍ରାଞ୍ଚ, କ୍ରାଇମ୍‌ସ୍ପଟକୁ ଗଲା ଆଉ ଏକ ଟିମ୍ - ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ ଟିମ

ଆଜି ଗୋପାଳ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ ଚଢାଉ କରିଥିବା ବେଳେ ବଡ ଭାଇ ସତ୍ୟନାରାୟଣକୁ କ୍ରାଇବ୍ରାଞ୍ଚ ଉଠାଇ ନେଇଛି। ଅଧିକ ପଢନ୍ତୁ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା

By

Published : Jan 31, 2023, 7:22 PM IST

Updated : Jan 31, 2023, 8:12 PM IST

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା

ବ୍ରହ୍ମପୁର:ନବ ଦାସଙ୍କ ହତ୍ୟା ମାମଲା। ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ ଟିମ। ଆଜି ଗୋପାଳ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ ଚଢାଉ କରିଥିବା ବେଳେ ବଡ ଭାଇ ସତ୍ୟନାରାୟଣକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ରାଜ୍ୟ ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ବ୍ରହ୍ମପୁର ସହରରେ ଆସି ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ଗୁଳି ଚଳାଇଥିବା ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପରିବାର ବର୍ଗଙ୍କୁ ପ୍ରାଥମିକ ଭାବରେ ପଚରା ଉଚରା କରିଥିଲା। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଥରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତ ଏଏସଆଇ ଗୋପାଳ ବଡଭାଇକୁ ଉଠାଇ କ୍ରାଇମବ୍ରାଞ୍ଚ ଟିମ୍ ନିଜ ଗାଡିରେ ନେଇ ଯାଇଥିବା ଦେଖିବାକୁ ମିଳିଛି ।

ତେବେ ବ୍ରହ୍ମପୁରରେ ପହଞ୍ଚିଥିବା କ୍ରାଇମବ୍ରାଞ୍ଚ ର ଟିମ୍ ରେ ଡି.ଏସ୍.ପି ଶିଶିର ମିଶ୍ର ଙ୍କ ସମେତ 4ଜଣିଆ ଟିମ୍ ରହିଛନ୍ତି । ସେମାନେ ବ୍ରହ୍ମପୁର ସହରରେ ଏହି ମାମଲାକୁ ନେଇ ତାଙ୍କ ପରିବାର ବର୍ଗଙ୍କ ସମେତ ଏଥିରେ ସଂପୃକ୍ତି ଆସୁଥିବା ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛି ଟିମ। ତେବେ ଏଥିସହ ବଡଭାଇକୁ ଉଠାଇ ନେବା ପରେ କ୍ରାଇମବ୍ରାଞ୍ଚକୁ କୌଣସି ଠୋସ ତଥ୍ୟ ମିଳିବା ନେଇ ଆଶା କରାଯାଉଛି ।

ସେହିପରି ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ ପାଇଁ ଆଜି ଆହୁରି ଗୋଟିଏ ଟିମ ଘଟଣାସ୍ଥଳକୁ ଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୮ ବଛା ବଛା ଦକ୍ଷ ଅଧିକାରୀଙ୍କୁ ଏହି ଟିମରେ ରଖାଯାଇଛି । ଡ଼ିଏସପି ବାସୁଦେବ ଭୂୟାଁ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମ ତଦନ୍ତ ରେ ସହଯୋଗ କରିବେ। ଏପରିକି ଅଭିଯୁକ୍ତ କୁ ପରୀକ୍ଷା ନିରୀକ୍ଷା କରିବେ ଏହି ଟିମ। କ୍ରାଇମବ୍ରାଞ୍ଚ ର ଅତିରିକ୍ତ ଡିଜି ସମସ୍ତ ତଦନ୍ତ ପ୍ରକ୍ରିୟା କୁ ତଦାରଖ କରୁଛନ୍ତି। ଘଟଣା ଘଟିଥିବା ସ୍ଥଳରେ ଥିବା ସିସିଟିଭି କୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଏଥିସହ ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ମଧ୍ୟ ଯାଞ୍ଚ କରାଯାଇଛି। ଏହା ପ୍ରମାଣ ସଂଗ୍ରହ କରିବାରେ ସହାୟତା କରିବ। କେବଳ ସେତିକି ନୁହେଁ ଘଟଣାସ୍ଥଳ ରୁ ଉପଯୁକ୍ତ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଫାରୋ 3D ସ୍କାନର ବ୍ୟବସ୍ଥା କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଭୁବନେଶ୍ବର ଷ୍ଟେଟ ଫରେନସିକ ଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି। ତେବେ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ଗତକାଲି ବାଲିଷ୍ଟିକ୍ ଲାବ୍ କୁ ପଠାଯାଇଛି। ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଥାଉକି, କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା ସାରା ରାଜ୍ୟ ତଥା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିସହିତ କ୍ରାଇବ୍ରାଞ୍ଚ ଅଧିକାରୀମାନେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା ସହ ତନତନ କରି ଯାଞ୍ଚ ମଧ୍ୟ କରୁଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 31, 2023, 8:12 PM IST

ABOUT THE AUTHOR

...view details