ଭୁବନେଶ୍ବର:ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ରହସ୍ୟ ଘେରରେ ରହିଛି । ଦିନକୁ ନୂଆ ହତ୍ୟାକାଣ୍ଡର ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ନବ ଦାସ ହତ୍ୟାକାଣ୍ଡ କମ୍ପନରେ କମ୍ପୁଛି ବିଧାନସଭା । ଏହାରି ଭିତରେ ପୋଲିସ ଡ଼ିଜିଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ବିଧାନସଭା ଅଭିମୁଖେ ଟପ୍ ଅଫିସିଆଲ ଟିମ ନଜର ଆସିଛନ୍ତି । ପୋଲିସ ଡିଜି ଓ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଥିଲେ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ନବ ଦାସ ହତ୍ୟା ମାମଲାରେ ଟପ୍ ପୋଲିସ ଅଧିକାରୀ ଏକାଠି ହେଉଛନ୍ତି । ଡିଜି କ୍ୟାମ୍ପ ଅଫିସରେ ଏକାଧିକ ସିନିୟର ଆଇପିଏସ ଅଫିସର ଏକାଠି ହୋଇଛନ୍ତି । ପୋଲିସ ଡିଜିଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭେଟି ତଥା ନବ ଦାସ ହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ଡିଜି କ୍ୟାମ୍ପ ଅଫିସରେ ପୋଲିସ ଆଇନଶୃଙ୍ଖଳା, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ଭଳି ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ବିଧାନସଭା ଅଭିମୁଖେ ସମସ୍ତ ଅଧିକାରୀ ଗସ୍ତ କରିଛନ୍ତି ।
ଏହା ବି ପଢନ୍ତୁ...Assembly Budget Session: ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ, ଅପରାହ୍ନ ୪ଟା ଯାଏ ମୁଲତବୀ
ସେପଟେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ନବ ଦାସ ହତ୍ୟା ମାମଲାରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି । ହତ୍ୟାକାଣ୍ଡ ମାମଲାରେ କଣ ରହିଛି ଅପଡେଟ । ଏଯାବତ ପୋଲିସ ପାଖରେ କଣ ତଥ୍ୟ ରହିଛି । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ପରେ କଣ ଓଡ଼ିଶା ପୋଲିସ ତଥ୍ୟ ସଂଗ୍ରହ କରିଛି । ଏହା ପଛରେ କିଛି ଷଡଯନ୍ତ୍ରର ସୁରାକ ଲାଗିଛି କି । ଏନେଇ ତମାମ ଦିଗକୁ ନେଇ ପୋଲିସ କଣ ତଥ୍ୟ ହାସଲ କରିଛି ସେନେଇ କଣ ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।