ଓଡିଶା

odisha

ETV Bharat / state

ସଂଧ୍ୟାରେ ନିଲମ୍ବନ ହେବେ ମନ୍ମଥ ! କାଲି ଦେଇଥିଲେ ଦଳ ବିରୋଧୀ ମନ୍ତବ୍ୟ - ପିସିସି ସମ୍ପାଦକ ମନ୍ମଥ ରାଉତରାୟ

ସଂଧ୍ୟାରେ ନିଲମ୍ବନ ହେବେ ମନ୍ମଥ ରାଉତରାୟ । କାଲି ଦେଇଥିଲେ ଦଳ ବିରୋଧୀ ମନ୍ତବ୍ୟ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 7, 2023, 4:58 PM IST

ସଂଧ୍ୟାରେ ନିଲମ୍ବନ ହେବେ ମନ୍ମଥ

ଭୁବନେଶ୍ବର:ନିଲମ୍ବନ ହୋଇପାରନ୍ତି ପିସିସି ସମ୍ପାଦକ ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଆଗାମୀ ୨୦୨୪ ନିର୍ବାଚନରେ ସେ କଂଗ୍ରେସରୁ ଲଢିବେ ନାହିଁ ସିଧା ସିଧା କହିଥିଲେ । ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଆଜି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶଙ୍କା କରାଯାଉଛି । ସେପଟେ ବିଧାୟକ ସୁର ରାଉତରାୟ ଏହାକୁ ମନ୍ମଥର ଖାମଖିଆଲ ମନୋଭାବ ବୋଲି କହିଛନ୍ତି । ସେ କଂଗ୍ରେସରୁ ହିଁ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର ।

ମନ୍ମଥଙ୍କ ମନ୍ତବ୍ୟ ଉପରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁର କହିଛନ୍ତି, " କଂଗ୍ରେସ ଦଳରୁ ଅଲବତ ଛିଡ଼ା ହେବ ମନ୍ମଥ ରାଉତରାୟ । କଂଗ୍ରେସରେ ନ ଲଢିଲେ ଭଲ ହେବ ଚାକିରୀରେ ରହୁ । ମନ୍ମଥ ରାଉତରାୟ ରେଜିଗନେଶନ ଏଯାଏଁ ଗ୍ରହଣ ହୋଇନି । ସେ ରାଜନୀତିରେ ଟ୍ରେନିଂ ନେଇନି । ମୋର ଇଚ୍ଛା କଂଗ୍ରେସରୁ ସେ ଜଟଣୀରୁ ଛିଡ଼ା ହେଉ । ସେ କଂଗ୍ରେସରୁ ଲଢ଼ିବ ନିଶ୍ଚୟ ଲଢ଼ିବ । ଯଦି ସେ କଂଗ୍ରେସରୁ ଜଟଣୀର ପ୍ରାର୍ଥୀ ନହେବ ମୁଁ ମୋ ଉତ୍ତରାଧିକାରୀ ବାଛିବି । ମନ୍ମଥ ୨୦୨୪ରେ କଂଗ୍ରେସ ଟିକେଟ ନେଇ ନାମାଙ୍କନ ପତ୍ର ଦାଖଲ କରିବ ।"

ଏହା ବି ପଢନ୍ତୁ- କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ! ଜାଣନ୍ତୁ କେଉଁ ଦଳରୁ ମିଳିବ ଟିକେଟ୍

ସୁର ଆହୁରି କହିଛନ୍ତି, "ସାନ ପୁଅକୁ ସୁରଙ୍କ ପରାମର୍ଶ ରାଜନୀତିକୁ ଆସିବ ଯଦି କଂଗ୍ରେସରୁ ନିର୍ବାଚନ ଲଢୁ । ଯଦି ଦୁଇ ପୁଅ କଂଗ୍ରେସରୁ ନିର୍ବାଚନ ନ ଲଢ଼ିବା ପାଇଁ କହିବେ ତେବେ ମୁଁ ତୃତୀୟ ପକ୍ଷକୁ ଜଟଣୀବାସୀଙ୍କ ମତାମତ ନେଇ ଛିଡ଼ା କରିବି । କଂଗ୍ରେସର ବହୁତ କ୍ଷତି କରି ବହୁତ ଲୋକ ଟିକେଟ ନେଇଛନ୍ତି । ମୋ ପୁଅ ତ କେବଳ ଛିଡ଼ା ହେବ ନାହିଁ ବୋଲି କହିଛି ।" ସେପଟେ ଆଜି ପିସିସି ପକ୍ଷରୁ ମନ୍ମଥଙ୍କୁ ନିଲମ୍ବନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯେହେତୁ ମନ୍ମଥ ପିସିସିର ସମ୍ପାଦକ ଅଛନ୍ତି, ତେଣୁ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଦଳ ତାଙ୍କ ଉପରେ ଆଜି ସଂଧ୍ୟାରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି ।

ସୂଚନା ଥାଉ କି ଗତକାଲି ମନ୍ମଥ ରାଉତରାୟ କିଛି ଗଣମାଧ୍ୟମକୁ ସୂଚନା ଦେଇଥିଲେ ସେ କଂଗ୍ରେସରୁ ଲଢ଼ିବେ ନାହିଁ । କେଉଁ ଦଳରୁ ଲଢ଼ିବେ ଅକ୍ଟୋବର ପରେ ସ୍ପଷ୍ଟ କରିବେ ବୋଲି କହିଥିଲେ । ତେବେ ମନ୍ମଥଙ୍କ ମନ୍ତବ୍ୟକୁ ଖଣ୍ଡନ କରି ଆଜି ବିଧାୟକ ସୁର ରାଉତରାୟ ଏହାକୁ ମନ୍ମଥର ଖାମଖିଆଲ ମନୋଭାବ ବୋଲି କହିବା ସହ ସେ କଂଗ୍ରେସରୁ ହିଁ ଟିକେଟ ନେଇ ଲଢ଼ିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details