ଓଡିଶା

odisha

ETV Bharat / state

ମାଆଙ୍କ ପୂଜାରେ ମୁସଲମାନ କର୍ତ୍ତା, ମାଣିକାଗୋଡାରେ ନିଆରା ପରମ୍ପରା - ଦୁର୍ଗା ପୂଜାରେ ମୁସଲମାନ ସାଜନ୍ତି କର୍ତ୍ତା

ଆଜି ବିଜୟା ଦଶମୀ। ସବୁଠି ପୂଜା ପାଉଛନ୍ତି ଜଗତଜନନୀ ମାଆ ଦୁର୍ଗା । ହିନ୍ଦୁ ଧର୍ମର ଏହି ପୂଜା ହୋଇଥିବା ବେଳେ ମୁସଲମାନ ସାଜନ୍ତି କର୍ତ୍ତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Oct 8, 2019, 2:09 PM IST

ଖୋର୍ଦ୍ଧା: ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଗାଁ ଠାରୁ ସହର। ସବୁଠି ପୂଜା ପାଉଛନ୍ତି ଜଗତଜନନୀ ଦୁର୍ଗା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କରାଯାଉଛି ମାଆଙ୍କ ଉପାସନା । ଦଶହରା ହିନ୍ଦୁ ଧର୍ମର ଏହି ପୂଜା ହୋଇଥିବା ବେଳେ କର୍ତ୍ତା ସାଜଥାନ୍ତି ମୁସଲମାନ। ଏଭଳି ଏକ ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳିତ ହୋଇଥାଏ ଖୋର୍ଦ୍ଧାର ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମରେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ଏଠାରେ ଦୁର୍ଗାପୂଜା ପାଳନ ଅବସରରେ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜିଥାନ୍ତି ମୁସଲମାନ ଦଳବେହେରା । ଆଉ ଏହି ପରମ୍ପରା ପ୍ରାୟ ତିନିଶହ ବର୍ଷରୁ ଊର୍ଦ୍ଧ୍ବ । ମାଣିକାଗୋଡାର ଏହି ପୂଜା ଭାଇଚାରା ପ୍ରଦାନ କରୁଥିବା ବେଳେ ଜାତି ଧର୍ମ ବର୍ଣ୍ଣ ଭିତରେ ସମନ୍ବୟ ରଖିଥାଏ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details