ଓଡିଶା

odisha

By

Published : Sep 17, 2022, 1:59 PM IST

Updated : Sep 17, 2022, 2:05 PM IST

ETV Bharat / state

ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳରୁ ଚାରିଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର। ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଧିକ ପଢ଼ନ୍ତୁ

murdered in jatni khordha
ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଖୋର୍ଦ୍ଧା:ଚାରିଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର। ଦୁଇଜଣ ମଦ୍ୟପାନ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ବଚସାରୁ ଘଟିଛି ହତ୍ଯାକାଣ୍ଡ। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଜଟଣୀର ଗଜପତି ନଗରର ଜି ଇଶ୍ବର ରାଓ ଏବଂ ବକ୍ସିସା ସିଂ ମେହେର ଗୋଡା ଧର୍ମ ସାଗର ମିଲ ପୋଖରୀ ନିକଟରେ ଏକାଠି ବସି ମଦ୍ୟପାନ କରୁଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଆଉ ବଚସାରୁ ପରସ୍ପର ଆକ୍ରମଣ କରିଥିଲେ।

ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଏହା ମଧ୍ୟ ପଢ଼ନ୍ତୁ:ପାନ ଦୋକାନରେ ବ୍ରାଉନସୁଗାର ଜବତ,୨ ଗିରଫ

ଶେଷରେ ଏକ ଧାରୁଆ ବ୍ଲେଡ ସାହାଯ୍ଯରେ ଅଭିଯୁକ୍ତ ମେହେର ଇଶ୍ବରଙ୍କ ବେକକୁ କାଟିଦେବା ସହିତ ତାଙ୍କ ମୁଣ୍ଡ ଉପରେ ଏକ ପଥର ଛେଚି ଫେରାର ହୋଇଯାଇଥିଲା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏନେଇ ଭୁବନେଶ୍ବର ଏସିପି କହିଛନ୍ତି, " ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ମୃତକଙ୍କ ସାଙ୍ଗ ବକ୍ସିସା ସିଂଙ୍କୁ ଗିରଫ କରି ପଚରାଉଚରା କରାଯାଉଛି।" ଦୋଷୀ ନିଜ ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 17, 2022, 2:05 PM IST

ABOUT THE AUTHOR

...view details