ଓଡିଶା

odisha

By

Published : May 28, 2023, 4:31 PM IST

ETV Bharat / state

ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ, ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା

ଖୋର୍ଦ୍ଧାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ୍ତ । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା
ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା

ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା

ଖୋର୍ଦ୍ଧା: ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁବୃର୍ତ୍ତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ସାନକୁମାରୀ ଗାଁର ବିକ୍ରମ ରାଉତ ଓ ତାଙ୍କ ଭାଇ ବିପିନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବାବେଳେ ବିପିନଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଗାଁର ମଙ୍ଗଳା ମନ୍ଦିର ନିକଟରେ ବିକ୍ରମ ଛିଡା ହୋଇଥିବା ସମୟରେ ହଠାତ୍ ଦୁଇଜଣ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବିକ୍ରମଙ୍କ ସାନଭାଇ ବିପିନ ରାଉତ ଜୀବନ ବଞ୍ଚାଇବା ପାଇଁ ସେଠାରୁ ଦୌଡି ପଳାଇବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ବିପିନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ନିକଟସ୍ଥ ସୁନାଖଳା ରାସ୍ତାର ବ୍ରିଜ୍‌ ପାଖରେ ଥିବା ଏକ ଦୋକାନ ସମ୍ମୁଖରେ ବିପିନଙ୍କୁ ଅତି ନିର୍ମମଭାବେ ଦୁର୍ବୃତ୍ତମାନେ ଧାରୁଆ ଖଣ୍ଡା ସାହାଯ୍ୟରେ ହାଣି ପକାଇଥିଲେ । ତେବେ ଗାଁ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଛଟପଟ ହେଉଥିବା ଦେଖିବା ପରେ ବାଙ୍କୋଇ ଫାଣ୍ଡିରେ ଖବର ଦେଇଥିଲେ ଗ୍ରାମବାସୀ । ବାଙ୍କୋଇ ପୋଲିସ ଘଟଣାସ୍ଥରେ ପହଞ୍ଚି ବିପିନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ହତ୍ୟାକାଣ୍ଡ ଘଟାଇ ଦୁର୍ବୁତ୍ତମାନେ ଫେରାର ହୋଇଯାଥିବାବେଳେ ପୂର୍ବ ଶତୃତାକୁ ନେଇ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଆକ୍ରମଣ ହୋଇଥିବା ଏବଂ ଆକ୍ରମଣକାରୀ ଉଭୟ ସାନକୁମାରୀ ଗାଁର ବୋଲି ସୂଚନା ମିଳିଛି । ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଜ୍ୟରେ ବାରମ୍ବାର ବଢ଼ିଚାଲିଛି ହତ୍ୟା, ଦୁଷ୍କର୍ମ, ଛିନତାଇ ଭଳି ଅପରାଧିକ ମାମଲା । ପୋଲିସର ପାଟ୍ରୋଲିଂ ସତ୍ତ୍ବେ ଏଭଳି ଅପରାଧ ଥମିବାରେ ନାଁ ନେଉନି । ସ୍ପଷ୍ଟ ଦିବାଲୋକରେ ଦୁଇ ଭାଇଙ୍କୁ ଦୁବୃର୍ତ୍ତମାନେ ଏଭଳି ଗୋଡାଇ ଗୋଡାଇ ହାଣିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାଜଧାନୀ ଭୁବନେଶ୍ବରରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଲ ନିକଟରେ ଘଟିଥିବା ଏଭଳି ଚାଞ୍ଚଲ୍ୟକର ଘଟଣା ସବୁଠି ଭୟର ବାତାବରଣ ସୃଷ୍ଟି କରିଛି। ସେପଟେ ଆକ୍ରମଣକାରୀ ଫେରାର ଥିବା ଜଣାପଡିଛି । ସେମାନଙ୍କୁ କାବୁ କରିବାକୁ ତନାଘନା କରୁଛି ପୋଲିସ । ଯଥାଶୀଘ୍ର ସେମାନଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details