ଭୁବନେଶ୍ବର:ATS ପଞ୍ଝାରେ OTP ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେର । ତେବେ ଏହି ଘଟଣାରେ ପୂର୍ବରୁ ୫ ଜଣ ଗିରଫ ହୋଇସାରିଥିବାବେଳେ ଏବେ ପୁଣି ଅଭିଜିତକୁ ତଦନ୍ତ ପରିସରଭୁକ୍ତ କରାଯାଇଛି l ସାକ୍ଷ୍ୟ ପ୍ରମାଣ ସହ ପୁନେରୁ ଅଭିଜିତକୁ ଜୁଲାଇ ମାସ 1 ତାରିଖରେ ଗିରଫ କରିଥିଲା STF । ଗିରଫ ପରେ ମୁମ୍ବାଇର ଅଭିଜିତକୁ ୪ ଦିନିଆ ରିମାଣ୍ଡରେ ଆଣିଛି ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍ l
ଅଭିଜିତ ସଞ୍ଜୟ ଜୁମ୍ବେରକୁ ପୁନେରୁ ଅଣାଯିବା ପରେ ମାରାଥନ ଜେରା କରାଯାଇଥିବା ଜଣାପଡିଛି । ତେବେ ଆଜି ୨ ଦିନରେ ପହଞ୍ଚିଥିଲା ଅଭିଜିତର ମାରାଥନ ଜେରା । STF ଓ ATS ମିଳିତ ଭାବେ ଅଭିଜିତକୁ ପଚରାଉଚରା କରୁଛନ୍ତି । ପୋଲିସର ସୂଚନା ଅନୁସାରେ, ୨୦୧୮ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ଅଭିଜିତ ଜରିଆରେ ଆଇଏସ ଆଇ ଫଣ୍ଡିଂ ହେଉଥିବା ଜଣାପଡିଛି । ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଜଣ ଅଭିଯୁକ୍ତ ପାଖକୁ ଟଙ୍କା ଆସିଥିବାର ମଧ୍ୟ ସୁରାକ ମିଳିଛି l ଏପରିକି ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ହେଉଥିଲା l ଗୋଟିଏ ସିମ୍କାର୍ଡକୁ ୩ରୁ ଆରମ୍ଭ କରି ୩୦ ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି କରାଯାଉଥିଲା l ପାକିସ୍ତାନର ଇଣ୍ଟଲିଜେନ୍ସି ଆର୍ମି ଅଫିସର ସହ କଥା ହୋଇ ଅଭିଜିତ ଏଭଳି କାରବାର ଚଳାଇଥିଲା l ତେବେ ଅଭିଜିତକୁ ମିଶାଇ ମୋଟ 5 ଜଣଙ୍କୁ OTP ସେୟାରିଂ ସ୍କାମ୍ ମାମଲାରେ ଗିରଫ କରିଛି STF।
ଏହା ମଧ୍ୟ ପଢନ୍ତୁ... OTP Sharing Scam: ସଫ୍ଟୱେର କମ୍ପାନୀ କର୍ମଚାରୀ ଗିରଫ