ଭୁବନେଶ୍ବର:ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯୁବକଙ୍କ ଅଭିନବ ପ୍ରତିବାଦ । ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ିଲେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଉରକେଲାରୁ ଭୁବନେଶ୍ବର ଚାଲିଚାଲି ଆସିଥିଲେ ମୁକ୍ତିକାନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ଖବରପାଇ ଅଗ୍ନିଶମବାହିନୀ ଓ ପୋଲିସ ପହଞ୍ଚି ତାଙ୍କୁ ବୁଝାସୁଝା କରୁଥିବା ସୂଚନା ।
ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ - ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ
ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ିଲେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ସୂଚନା । ଅଧିକ ପଢନ୍ତୁ
ସୂଚନାଅନୁସାରେ, ମୁଖ୍ୟମନ୍ତ୍ରୀ 2013 ମସିହାରେ ରାଉରକେଲାରେ ସରକାରୀ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲର ମାନ୍ୟତା, କୋଏଲ ବ୍ୟାରେଜ, ରିଙ୍ଗ୍ ରୋଡ ଏବଂ ଶୀତଳ ଭଣ୍ଡାର ଭଳି ଅନେକ ବିକାଶର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘ 9 ବର୍ଷ ପରେ ବି କୌଣସି ପ୍ରତିଶ୍ରୁତି ପୂରଣ ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । ଏକ ମାସ ଧରି ପଦଯାତ୍ରାରେ ରାଉରକେଲାରୁ ନବୀନ ନିବାସ ଆସିଥିଲେ ମୁକ୍ତିକାନ୍ତ । କିନ୍ତୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇନପାରିବା କାରଣରୁ ଏଭଳି ଚରମ ପନ୍ଥା ଆପଣେଇ ଥିବା ସୂଚନା ମିଳିଛି । ୭ଦିନ ଅପେକ୍ଷା କରିଥିଲେ ମଧ୍ୟ ସାକ୍ଷାତ ହୋଇପାରିନଥିଲା ।
ତେବେ ମୁକ୍ତିକାନ୍ତ ହୋର୍ଡିଂ ଉପରେ ଚଢିଥିବା ବେଳେ ହାତରେ ଏକ ବୋତଲ ଧରି କିଛି ଇଶାରା କରୁଥିବା ଦେଖାଦେଇଛି । ତେବେ ବୋତଲ ଭିତରେ କଣ ରହିଛି ସେ ନେଇ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରକାଶଯୋଗ୍ୟ ଯେ,ପୂର୍ବରୁ 2018ରେ ମଧ୍ୟ ଏକ ପଦଯାତ୍ରା କରି ଭୁବନେଶ୍ଵର ଆସିଥିଲେ ମୁକ୍ତିକାନ୍ତ ।
ଇଟିଭି ଭାରତ, ଭୁବନେଶ୍ବର