ଭୁବନେଶ୍ବର: ଗୋଟିଏ ଛାତ ତଳେ ଏକାଠି ହେଲେ ରାଜ୍ୟର ସମସ୍ତ ଲଘୁ ଓ କ୍ଷୁଦ୍ର ଉଦ୍ଦ୍ୟୋଗ, ଷ୍ଟାର୍ଟଅପ, ଇନୋଭେଟର । ଶିଳ୍ପର ବିକାଶ ନେଇ ଭୁବନେଶ୍ବରରେ ରବିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଏମଏସଏମଇ ମିଟ। ଇଜ ଅଫ ଡୁଇଙ୍ଗ ବିଜିନେସ ଆଧାରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାକୁ ରାଜ୍ୟରେ ଅଗ୍ରାଧିକାର ଦେବା ସହ ରାଜ୍ୟରେ ଶିଳ୍ପର ବିକାଶ ହେବା ଦିଗରେ ଆରମ୍ଭ ହୋଇଛି ଆଲୋଚନା । ଉଦ୍ଦ୍ୟୋଗର ବିକାଶ ,ଆର୍ଥିକ ସ୍ଥିତି ଏବଂ ପୁଞ୍ଜି ନିବେଶ ବିଶେଷକରି ବ୍ୟାଙ୍କ ମାନଙ୍କର ଆର୍ଥିକ ସହଯୋଗକୁ ନେଇ ବୈଠକରେ ଉଠିଛି ପ୍ରଶ୍ନ।
ବ୍ୟାଙ୍କ ମାନେ ପୁଞ୍ଜି ଯୋଗାଇବାରେ ସହଯୋଗ କରୁନଥିବା ବେଳେ ନିରାଶ ହେଉଛନ୍ତି ଉଦ୍ଦ୍ୟୋଗୀ । ରାଜ୍ୟ ସରକାର ଇଜ ଅଫ ଡୁଇଙ୍ଗ ବିଜିନେସ ଆଧାରରେ ଶିଳ୍ପର ବିକାଶ ଦିଗରେ ବିଭିନ୍ନ ସମୟରେ ବଡ ବଡ କମ୍ପାନୀମାନଙ୍କୁ ନେଇ ଉଦ୍ଦ୍ୟୋଗ ସମାବେଶ ଆୟୋଜନ କରୁଛନ୍ତି କିନ୍ତୁ ତାହା ବସ୍ତାବ କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ଶିଳ୍ପ ସଂସ୍ଥା ମୁହଁ ଫେରାଇବାରେ ଲାଗିଛନ୍ତି। କାରଣ ବ୍ୟାଙ୍କ ଗୁଡିକ ପୁଞ୍ଜି ଯୋଗାଇବାରେ ସହଯୋଗ କରୁନାହାନ୍ତି। ତେବେ ଆଜିର ସମାବେଶରେ ଏମଏସଏମଇ ସାମଗ୍ରୀ କ୍ରୟ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।