ଖୋର୍ଦ୍ଧା: ଶିଶୁ ହସିଲେ ଦୁନିଆ ହସେ, ଏମିତି ଏକ ସ୍ମୃତିକୁ ମନେ ପକାଇଲେ ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ମୁନା ଖାଁ । ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁନା ଖାଁ । ଏଥିରେ ଯୋଗ ଦେଇ ବିଦ୍ୟାଳୟରେ ଶିଶୁର ବୌଦ୍ଧିକ ଶକ୍ତିର ବିକାଶ ଘଟେ ବୋଲି କହିଛନ୍ତି ସାଂସଦ ।
ବିଦ୍ୟାଳୟରେ ଶିଶୁର ବୌଦ୍ଧିକ ଶକ୍ତିର ବିକାଶ ଘଟେ: ମୁନା ଖାଁ - ରାଜ୍ୟସଭା ସାଂସଦ ମୁନା ଖାଁ
ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ଏହି ଅବସରରେ ବିଦ୍ୟାଳୟରେ ଶିଶୁର ବୌଦ୍ଧିକ ଶକ୍ତିର ବିକାଶ ଘଟେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ
ଏହି ଅବସରେ ପିଲାମାନଙ୍କୁ ନିଜ କଳା ବିଷୟରେ କହିବା ସହ ସେ କିପରି ସରପଞ୍ଚରୁ ସାଂସଦ ହେଲେ, ସେହି ଅନୁଭୂତି ବାଣ୍ଟିଥିଲେ । ସେହିଭଳି ସମସ୍ତ ଛାତ୍ରଛାତ୍ରୀ ଭଲ ପାଠ ପଢି ନିଜର ପିତାମାତାଙ୍କର ନାମ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରକୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସଂଘର ସଭାପତି ଓ ସମ୍ପାଦକ ଯୋଗଦେଇଥିଲେ । ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଯୋଗଦେଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା
TAGGED:
MP Munna Khan