ଭୁବନେଶ୍ବର: ଭୁବନେଶ୍ଵର ଲୋକସଭା ଅଧିନ ଜୟଦେବ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବଢିଛି ବାଲି ଚୋରା ଚାଲାଣ । ଏନେଇ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଏନେଇ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସମିଟ କରି କହିଛନ୍ତି ଗତ ୩ ମାସ ତଳେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ତାହା ପ୍ରଭାବରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ବାଲି ଚୋରା ଚାଲାଣ ବନ୍ଦ ରହିଲା । କିନ୍ତୁ ଏହା ଏବେ ବଢିବାରେ ଲାଗିଛି । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନି । ଏଥରେ ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ସାଂସଦ । ଅଭିଯୋଗ ଅନୁଯାୟୀ ରାତିରେ ବାଲି ଖୋଳିବା, ମେସିନ ବ୍ୟବହାର କରିବା ଇତ୍ୟାଦି ଅପରାଧ । ତାସହ ବ୍ରିଜର ୫୦ ମିଟର ଉଭୟ ଉପରକୁ ଏବଂ ଭିତରକୁ ଖୋଲିବା ମଧ୍ୟ ଏକ ଅପରାଧ ।