ଖୋର୍ଦ୍ଧା : ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ମୋହର ମାରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନାପସନ୍ଦ କରିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ପ୍ରତିଷ୍ଠା ହୋଇଥିବା ପାଇକ ଏକାଡେମୀର ପୁନରୁଦ୍ଧାର କାହିଁକି ନକରାଗଲା ସେନେଇ ପ୍ରଶ୍ନ କରିଛିନ୍ତି ସାଂସଦ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘‘ଅବହେଳିତ ଏକାଡେମୀର ପୁନରୁଦ୍ଧାର ନକରି ଅନ୍ୟ ଏକ ଏକାଡେମୀ ଗଠନର କରିବାର କଣ ଆବଶ୍ୟକତା । ଖୋଲି ଏତିକି ନୁହେଁ ବରଂ ବରୁଣେଇ ତଳେ ପାଇକ ସ୍ମାରକୀ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ରାଜ୍ୟ ସରକାର ପାଇକଙ୍କ ଗାରିମା ବହନ କରିବାକୁ ଥିବା ଏହି ଐତିହ ପାଇଁ ଆବଶ୍ୟକ ଜମି ଯୋଗାଇ ଦେଇ ନଥିଲେ । ବହୁ ବିଳମ୍ବରେ 50 ଏକର ବଦଳରେ 10 ଏକର ଜମି ଯୋଗାଇଛନ୍ତି । ସେହିପରି 2015 ମସିହାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ପାଇକ ସଂଗ୍ରହାଳୟ ମଧ୍ୟ ବନ୍ଦ ପଡିଥି ରହିଛି । ସରକାର ଖାଲି ନୂତନ ନୂତନ ପ୍ରକଳ୍ପ କରି ମୂଳ ଦୁଆର ବିକାଶ ପାଇଁ ମନବଳଉ ନାହାଁନ୍ତି ।’’