ଖୋର୍ଦ୍ଧା:ପଞ୍ଚାୟତ ନିର୍ବାଚନ(PanchayatElection) ପ୍ରଚାର ମୈଦାନକୁ ଓହ୍ଲାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରିଛନ୍ତି ।
ଆଜି (ସୋମବାର) ଖୋର୍ଦ୍ଧା ଜିଲ୍ଲାର 22 ନମ୍ବର ଜିଲ୍ଲା ପରିଷଦ ଜୋନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏବେବି ଖୋର୍ଦ୍ଧା ଜିଲ୍ଲାର ଅନେକ ଲୋକ ମାଟି, ଛପର ଘରେ ବସବାସ କରୁଥିବା ବେଳେ, ଏକାଧିକ ଗ୍ରାମକୁ ରାସ୍ତା ହୋଇପାରି ନାହିଁ । ଏହାସହ ଜଳଜୀବନ ମିଶନ ଜରିଆରେ କେନ୍ଦ୍ରରୁ ଟଙ୍କା ଆସୁଥିଲେ ମଧ୍ୟ କୌଣସି ସ୍ଥାନରେ ତାହାର ସୁଫଳ ହୋଇପାରୁ ନାହିଁ ବୋଲି ଅପରାଜିତା ଅଭିଯୋଗ କରିଛନ୍ତି ।