ଓଡିଶା

odisha

land scam: ରାଜ୍ୟରେ ‘ପାଣ୍ଡିଆନ ପ୍ରୋଜେକ୍ଟ’ ନାଁରେ ଚାଲିଛି ଜମି ହଡପ, ବାଦ ପଡୁନାହିଁ ଦେବଭୂମି କହିଲେ ଅପରାଜିତା

By ETV Bharat Odisha Team

Published : Aug 25, 2023, 9:41 PM IST

ଅପରାଜିତା କହିଛନ୍ତି ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା କିରୁଥିକା ପ୍ରଭାକରନଙ୍କ କମ୍ପାନୀ ତ୍ରିବେଣୀ ଆର୍ଥମୁଭରସ ଏହି ଜମି ଜବରଦଖଲ କରିଛି। ଏନେଇ ସରକାରଙ୍କ ପାଖେ ଲୋକମାନେ ବାରମ୍ବାର ଅଭିଯୋଗ କଲେଣି । ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି।ଏଇଟା ‘ପାଣ୍ଡିଆନ ପ୍ରୋଜେକ୍ଟ’ ଚାଲିଛି କୌଣସି ସରକାରୀ କର୍ମଚାରୀ କିଛି କହିପାରିବେ ନାହିଁ । କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ। 300 ଚାଷୀ ପରିବାରଙ୍କ ଜମି ରହିଛି ସେଥିରେ । ଅଧିକ ପଢନ୍ତୁ

‘ରାଜ୍ୟରେ ହେଉଛି ଜମି ହଡପ, ବାଦ ପଡୁନାହିଁ ଦେବ ଭୂମି’
‘ରାଜ୍ୟରେ ହେଉଛି ଜମି ହଡପ, ବାଦ ପଡୁନାହିଁ ଦେବ ଭୂମି’

‘ରାଜ୍ୟରେ ହେଉଛି ଜମି ହଡପ, ବାଦ ପଡୁନାହିଁ ଦେବ ଭୂମି’

ଭୁବନେଶ୍ବର: ରାଜ୍ୟରେ ଚାଲିଛି ଲ୍ୟାଣ୍ଡ ସ୍କାମ । ସ୍କାମରୁ ବାଦ ପଡୁନାହିଁ ଦେବ ଜମି, ଚାଷ ଜମି କି ଅନାବାଦୀ ଜମି । ସାରା ରାଜ୍ୟରେ ଯେଉଁ ଜମି ଦୁର୍ନିତୀ ଚାଲିଛି ସେଥିରେ ପ୍ରଭାବଶାଳୀ ଲୋକଙ୍କ ହାତ ରହିଛି । ଯେଉଁ ମାନଙ୍କର ଲିଙ୍କ ସିଧା ସଳଖ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) ସହିତ ରହିଛି । ଆଜି ଏଭିଳ ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଏହାବି ପଢନ୍ତୁ- Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

ଦଳୀୟ କାର୍ଯ୍ୟାଳୟରେ ଆଯୋଜିତ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି, ‘‘ରାଜ୍ୟରେ ଚାଲିଛି ଲ୍ୟାଣ୍ଡ ସ୍କାମ । ସ୍କାମରୁ ବାଦ ପଡୁନାହିଁ ଦେବ ଜମି, ଚାଷ ଜମି କି ଅନାବାଦୀ ଜମି । ସାରା ରାଜ୍ୟରେ ଯେଉଁ ଜମି ଦୁର୍ନିତୀ ଚାଲିଛି ସେଥିରେ ପ୍ରଭାବଶାଳୀ ଲୋକଙ୍କ ହାତ ରହିଛି । ଯେଉଁ ମାନଙ୍କର ଲିଙ୍କ ସିଧା ସଳଖ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) ସହିତ ରହିଛି । ଭୁବନେଶ୍ବରର ସହର ଠାରୁ ମାତ୍ର 15 କିମି ଦୂରରେ ଏଭଳି ଜମି ଦୁର୍ନିତୀ ଚାଲିଛି । ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇ ବିଳାସପୂର୍ଣ୍ଣ ଫାର୍ମ ହାଉସ ନିର୍ମାଣ ହୋଇଛି। ଫାର୍ମହାଉସ ନିର୍ମାଣରେ ଅନାବାଦୀ, ଜଙ୍ଗଲ, ଦେବ ଜମି ସହ ବ୍ୟକ୍ତିଗତ ଜମି ରହିଛି । ଖାଲି ଏତିକି ନୁହେଁ ହାଲ କର୍ମଚାରୀ ସଂଘର ୨୫ ଏକର ଜମି ମଧ୍ୟ ଜବରଦଖଲ ଭିତରେ ରହିଛି। ରାଜ୍ୟରେ ‘ପାଣ୍ଡିଆନ ପ୍ରୋଜେକ୍ଟ’ ନାଁରେ ଜମି ହଡପ ଚାଲିଛି। ସରକାରୀ ଅଧିକାରୀ ଯିଏ ଶାସନ ବ୍ୟବସ୍ଥା ହାଇଜାକ କରିଥିଲେ ଏ ହେଉଛି ତାଙ୍କର ଆଉ ଏକ ରୂପ ।’’

ଏହାବି ପଢନ୍ତୁ- ଅଣ ଓଡିଆଙ୍କ ପତ୍ନୀ ଚନ୍ଦକା ଅଞ୍ଚଳରେ ହାତେଇଛନ୍ତି ମୂଲ୍ୟବାନ ଜମି: ଭୁବନେଶ୍ବର ସାଂସଦ

ସେହିପରି ଅପରାଜିତା କହିଛନ୍ତି ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା କିରୁଥିକା ପ୍ରଭାକରନଙ୍କ କମ୍ପାନୀ ତ୍ରିବେଣୀ ଆର୍ଥମୁଭରସ ଏହି ଜମି ଜବରଦଖଲ କରିଛି। ଏନେଇ ସରକାରଙ୍କ ପାଖେ ଲୋକମାନେ ବାରମ୍ବାର ଅଭିଯୋଗ କଲେଣି । ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି।ଏଇଟା ‘ପାଣ୍ଡିଆନ ପ୍ରୋଜେକ୍ଟ’ ଚାଲିଛି କୌଣସି ସରକାରୀ କର୍ମଚାରୀ କିଛି କହିପାରିବେ ନାହିଁ । କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ। 300 ଚାଷୀ ପରିବାରଙ୍କ ଜମି ରହିଛି ସେଥିରେ । ସେମାନେ ତାଙ୍କ ଜମିକୁ ଯାଇ ପାରୁନାହାନ୍ତି କି ପାଣି ପାଉ ନାହାଁନ୍ତି । ଏତତ ବ୍ୟତୀତ ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ନିଆଳି ଓଲଟପୁରରେ ବି ଜାଗା ନେଇଛନ୍ତି। ମାଇନିଂରୁ ପଇସା ଲଗେଇକି ତୃତୀୟ ମହଲା ଜଣେ କର୍ମଚାରୀଙ୍କ ନାଁ ନେଇ ଲୋକଙ୍କୁ ଚାପି ଅଧିକାରୀଙ୍କୁ ଡରେଇ ଜମି ହଡପ କରୁଛନ୍ତି। ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବେ କି ସେଥିରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ନାହିଁ। ଏହା ସହ କିରୁଥିକା ପ୍ରଭାକରନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ସାହସ ଅଛି କି? ମୁଖ୍ୟମନ୍ତ୍ରୀ ସେହି ସ୍ଥାନକୁ ଯିବେକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଏସବୁ ପ୍ରଶ୍ନର ଉତ୍ତର ନରଖିଲେ ଆଗକୁ ପ୍ରତିବାଦ ହେବ ବୋଲି ଚେତାଇ ଦେଇଛନ୍ତି ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details