ଖୋର୍ଦ୍ଧା: ବିଜେପିର ଲୋକ ସଂପର୍କ ପଦଯାତ୍ରା ଆରମ୍ଭ । ବେଗୁନିଆ ଠାରେ ବିଜେପିର ଲୋକ ସଂପର୍କ ପଦଯାତ୍ରା ଆରମ୍ଭ କଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରୁ ଦଳୀୟ କର୍ମୀଙ୍କ ଗହଣରେ ପଦଯାତ୍ରା ଆରମ୍ଭ କରି ବେଗୁନିଆ ବଜାର ପରିକ୍ରମା କରି ବ୍ଳକ ଛକ ଠାରେ ଶେଷ କରିଥିଲେ ।
ଏହି ଲୋକ ସଂପର୍କ ପଦଯାତ୍ରାରେ ବେଗୁନିଆ ବିଧାନସଭା ଅଞ୍ଚଳରେ ଥିବା 40ଟି ପଞ୍ଚାୟତକୁ ଯିବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ ଆଜିଠାରୁ ଏହାର ଆରମ୍ଭ ହୋଇଥିବା ସାଂସଦ କହିଛନ୍ତି । ଏହି ସମୟରେ ସାଂସଦ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଖକୁ ଯାଇ ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।