ଓଡିଶା

odisha

ସ୍ପିନ୍‌ଫେଡ୍‌ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ MOU ସ୍ବାକ୍ଷରିତ

ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପ୍ରକୋଷ୍ଠରେ ସ୍ପିନ୍‌ଫେଡ୍‌ ଓ ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷର । ଅଧିକ ପଢନ୍ତୁ

By

Published : Jul 26, 2023, 11:17 AM IST

Published : Jul 26, 2023, 11:17 AM IST

ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ
ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ସ୍ପିନ୍‌ଫେଡ୍‌ ଓ ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏକ ଏମଓୟୁ ଗତକାଲି(ମଙ୍ଗଳବାର) ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପ୍ରକୋଷ୍ଠରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି । ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନା ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ମନୋନୀତ ହୋଇଥିବା ଯୁବ ଉଦ୍ୟୋଗୀ କେନ୍ଦ୍ରାପଡାର ମୁକେଶ ନାୟକ, ରାଇରଙ୍ଗପୁରର ବିନୟ ମୁଣ୍ଡା, ସୁନ୍ଦରଗଡ ଜିଲ୍ଲାର ବିଶ୍ୱଜିତ କିରୋ, ଭୁବନେଶ୍ୱରର ପଟିଆରେ ପ୍ଲଗ ଆଣ୍ଡ ପ୍ଲେ ମଡେଲରେ ଇନକ୍ୟୁବେସନ ସେଣ୍ଟରକୁ କାର୍ଯ୍ୟକାରୀ କରିବେ । ଏହି ଇନକ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ୫୦୦ ଜଣ ଯୁବକଯୁବତୀ କର୍ମ ନିଯୁକ୍ତି ପାଇପାରିବେ । ଏହି ତିନିଜଣ ଯୁବ ଉଦ୍ୟୋଗୀ ଓ ସ୍ପିନଫେଡର ପରିଚାଳନା ନିର୍ଦ୍ଦେଶକ ଦେବଜିତ ନନ୍ଦୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଏହି ବୁଝାମଣାପତ୍ର । ଏମଓୟୁର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଉଦ୍ୟୋଗର ପ୍ରଚାରପ୍ରସାର, ଅତିରିକ୍ତ ପ୍ରସ୍ତୁତି କ୍ଷମତା ସୃଷ୍ଟି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ନିୟୋଜିତ ହୋଇ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।



ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ‘‘ଏହି ତିନିଜଣ ଉଦ୍ୟୋଗୀ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାରେ ରୋଲ ମଡେଲ ହୋଇ ଭବିଷ୍ୟତରେ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଉତ୍ସାହିତ କରିବେ । ଏହା ଦ୍ୱାରା ବୟନ ଓ ପୋଷାକ କ୍ଷେତ୍ରରେ ବହୁମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଇନକ୍ୟୁବେସନ ସେଣ୍ଟର ନିମନ୍ତେ ୧୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଭିତ୍ତିଭୂମି ନିର୍ମାଣ, ୪୫ ହଜାର ବର୍ଗ ଫୁଟ ପରିମିତ ତିନିମହଲା କୋଠା ନିର୍ମାଣ କରାଯାଇଛି । ଯେଉଁଠାରେ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ମେସିନ୍ କ୍ରୟ କରାଯାଇ ପ୍ରତିଷ୍ଠା କରାଯାଇଛି । ପ୍ରତି ଯୁବ ଉଦ୍ୟୋଗୀଙ୍କୁ ସେମାନଙ୍କ ଇନକ୍ୟୁବେସନ ସେଣ୍ଟରରେ ଉଦ୍ୟୋଗର ଅଭିବୃଦ୍ଧି ସହିତ ଆତ୍ମବିଶ୍ୱାସ ବଢ଼ାଇବା ନିମନ୍ତେ ୩ ବର୍ଷ ପାଇଁ ସରକାର ଏହି କେନ୍ଦ୍ରର ବ୍ୟୟ ବହନ କରିବେ ।’’ ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ, ବିଭାଗୀୟ ସ୍ୱତନ୍ତ୍ର ସଚିବ ସରୋଜ କୁମାର ପଟେଲ ଓ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details