ଭୁବନେଶ୍ବର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି । ରାଜ୍ୟର ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ ରାଜ୍ୟ ସରକାର ବିଶ୍ବ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି। ଏହାର ଦ୍ବିତୀୟ କ୍ୟାମ୍ପସର ପରିଚାଳନା ଲାଗି ସିଙ୍ଗାପୁର ସ୍ଥିତ ଆଇଟିଇ ଏଜୁକେସନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି । ରାଜ୍ୟର ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ ରାଜ୍ୟ ସରକାର ବିଶ୍ବ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି । ଏହାର ଦ୍ବିତୀୟ କ୍ୟାମ୍ପସର ପରିଚାଳନା ଲାଗି ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଆଜି ଏନେଇ ଭୁବନେଶ୍ବରଠାରେ ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଊଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ବ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଉପସ୍ଥିତ ରହିଥିଲେ। ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ କ୍ୟାମ୍ପସ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୯ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯିବ।
ଅଧିକ ପଢନ୍ତୁ- ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା
ଏଥିରେ ରହିଛି ହସ୍ପିଟାଲିଟି–ଫୁଡ ଆଣ୍ଡ ବେଭେରେଜ ଅପରେସନସ୍, ହସ୍ପିଟାଲିଟି– ହୋଟେଲ ଅପରେସନସ, ଡିଜିଟାଲ ଆନିମେସନ, ହେଲଥ କେୟାର ଆସିଷ୍ଟାଣ୍ଟ ଟ୍ରେନିଙ୍ଗ, ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଟେକ୍ନୋଲୋଜି, ଏରୋସ୍ପେସ୍ ଆଭିଓନିକ୍ସ, ମେରାଇନ ଇଞ୍ଜିନିୟରିଂ ଏବଂ ନର୍ସିଂ ଆଦି ବିଷୟ । ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ଆଇଟିଇଇଏସ୍ ସହ ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ କ୍ୟାମ୍ପସ ଲାଗି ରାଜ୍ୟ ସରକାର ଏମଓୟୁ କରିଛନ୍ତି।