ଭୁବନେଶ୍ବର:ରାଜଧାନୀରେ ଥିବା ଡ୍ରେନ, ଜଳାଶୟ, ରୋଡ, ପାର୍କ ପୁନଃରୁଦ୍ଧାର ଏବଂ ଉନ୍ନତିକରଣ କ୍ଷେତ୍ରରେ ଆଉ ଦୁଇ ପାଦେ ଆଗେଇଛି ସ୍ମାର୍ଟସିଟି । ଏହି ସଂପର୍କରେ ଭୁବନେଶ୍ବର ସ୍ମାର୍ଟସିଟି ଓ ନିରୀ (NEERI) ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି ।
ରାଜଧାନୀରେ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ପ୍ରଶାସନର ତତ୍ପରତା ଦେଖାଇଛି । ଭୁବନେଶ୍ବରରେ ମୁଖ୍ୟ ଡ୍ରେନ ୭ ଏବଂ ୧୦ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାକୁ କିଭଳି ଏଡାଇ ଦିଆଯାଇଆରିବ ସେ ନେଇ ସ୍ଥାନୀୟ ପ୍ରଶାସନ ତ୍ବରିତ ପଦକ୍ଷେପ ନେଉଛି । ସ୍ମାର୍ଟସିଟି ଭୁବନେଶ୍ବରର ସାମୂହିକ ବିକାଶ ଓ ଉନ୍ନୟନ ପାଇଁ ସାଇଟିସ (ସିଟି ଇନଭେଷ୍ଟମେଣ୍ଟ ଟୁ ଇନୋଭେଟ, ଇଣ୍ଟିଗ୍ରେଟ ଆଣ୍ଡ୍ ସଷ୍ଟେନ) କାର୍ଯ୍ୟକ୍ରମ ପାଇଁ ପ୍ରାୟ ୮୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ଯାହା ସହରର ଏହି ଉନ୍ନତିମୂଳକ କାର୍ଯ୍ୟରେ ଖର୍ଚ୍ଚ ହେବ।