ଓଡିଶା

odisha

ଫୋକସରେ ଜଳବାୟୁ ଅନୁକୂଳ କୃଷି ରୋଡ ମ୍ୟାପ ପ୍ରସ୍ତୁତି, ବିଭାଗକୁ ଦିଗଦର୍ଶନ ଦେବ ISB

By

Published : Apr 10, 2023, 8:35 PM IST

ଓଡ଼ିଶା ପାଇଁ ଜଳବାୟୁ ଅନୁକୂଳ କୃଷି ରୋଡ ମ୍ୟାପ ପାଇଁ ନୀତିଗତ ଅଭିନବ ନିଷ୍ପତ୍ତି ଏବଂ ପଥ ଚିହ୍ନଟ କରିବାରେ ISB କୃଷି ବିଭାଗକୁ ସହାୟତା ପ୍ରଦାନ କରିବ । ଏ ନେଇ କୃଷି ବିଭାଗ ଓ ISB ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ । ଅଧିକ ପଢନ୍ତୁ

Etv Bharat
Etv Bharat

ଫୋକସରେ ଜଳବାୟୁ ଅନୁକୂଳ କୃଷି ରୋଡ ମ୍ୟାପ ପ୍ରସ୍ତୁତି

ଭୁବନେଶ୍ବର:କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆଜି ଇଣ୍ଡିଆନ ସ୍କୁଲ ଅଫ ବିଜିନେସ(ISB) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି । କୃଷି ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ ଏବଂ ISBର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶ୍ବିନୀ ଛତ୍ରୀଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଉପସ୍ଥିତରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।

ଏ ନେଇ କୃଷି ମନ୍ତ୍ରୀ କହିଛନ୍ତି, "କ୍ରମାଗତ ଭାବେ ଜଳବାୟୁ ପରିବର୍ତ୍ତନ ଘଟିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଆଗୁଆ ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ିବ । ବିଶେଷ କରି ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ ଖାଦ୍ୟଶସ୍ୟ ଉପରେ କଣ ପଦକ୍ଷେପ ନେବାକୁ ହେବ ସେଥିପାଇଁ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି । ସେହି ତଥ୍ୟ ହାସଲ କରିବା ଲାଗି ଏହି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି ।"

ଏହା ବି ପଢନ୍ତୁ- Jharsuguda By Poll: ଦଳ ନୁହେଁ, ଭୋଟ ଆଣନ୍ତି ପ୍ରାର୍ଥୀ !

ବୁଝାମଣାପତ୍ର ସ୍ବାକ୍ଷର ଅନୁସାରେ ଫଳ, ପନିପରିବା ଏବଂ ପଶୁସମ୍ପଦ ଉତ୍ସରୁ ଉତ୍ପାଦିତ ଖାଦ୍ୟ ଉପରେ ଧ୍ୟାନ ଦେଇ କୃଷି ଆଧାରିତ ପୁଷ୍ଟି ସମ୍ମିଶ୍ରଣକୁ ଦୃଢ କରି ରାଜ୍ୟର ଖାଦ୍ୟ ଶୈଳୀକୁ ଉନ୍ନତ ଓ ପୁଷ୍ଟିକର କରିବା । ଜଳବାୟୁ ଅନୁକୂଳ ସହାୟତା ସେଲ ପ୍ରତିଷ୍ଠା କରିବା, ଯାହା ସ୍ଥାୟୀ ଏବଂ ଜଳବାୟୁ ସହଣୀ କୃଷି ପାଇଁ ପଥ ନିର୍ମାଣରେ ସହାୟକ ହେବ । ଇଣ୍ଡିଆନ ସ୍କୁଲ ଅଫ ବିଜନେସ ରାଜ୍ୟର ସ୍ଵଳ୍ପ ଆୟକାରୀ ପରିବାର ମଧ୍ୟରେ ପୃଷ୍ଟିକର ଖାଦ୍ୟରୁ ପୃଷ୍ଟିବତ୍ତାକୁ ଉନ୍ନତ କରିବା ଲାଗି ବିଭାଗ ସହିତ କାର୍ଯ୍ୟ କରିବ । ଅପପୃଷ୍ଟି ହ୍ରାସ କରିବା ପାଇଁ ISB ଅନୁସନ୍ଧାନ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ ।

ଏହା ସହ କୃଷି ବିଭାଗ ଓ ISB ମିଳିତ ଭାବରେ ଏକ ଜଳବାୟୁ ଅନୁକୂଳ ସହାୟତା ସେଲ ପ୍ରତିଷ୍ଠା କରିବେ । ଜଳବାୟୁ ପରିବର୍ତ୍ତନଶୀଳତା ଯୋଗୁଁ ରାଜ୍ୟରେ ଫସଲ, କୃଷକ ଓ ଗ୍ରାମାଞ୍ଚଳର ଜୀବିକା ଉପରେ ପ୍ରଭାବ ପକାଉଥିବା କାରଣଗୁଡ଼ିକୁ ଚିହ୍ନଟ ଏବଂ ଅନୁଧ୍ୟାନ ପାଇଁ କୃଷି ବିଭାଗ ସହ କାର୍ଯ୍ୟରତ ରହିବ । ଓଡ଼ିଶା ପାଇଁ ଜଳବାୟୁ ଅନୁକୂଳ କୃଷି ରୋଡ ମ୍ୟାପ ପାଇଁ ନୀତିଗତ ଅଭିନବ ନିଷ୍ପତ୍ତି ଏବଂ ପଥ ଚିହ୍ନଟ କରିବାରେ ISB କୃଷି ବିଭାଗକୁ ସହାୟତା ପ୍ରଦାନ କରିବ ।

ISBର ଭାରତୀ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସି ମଧ୍ୟ ଓଡି଼ଶା ମିଲେଟ୍ସ ମିଶନ ଉପରେ ଏକ ବିସ୍ତୃତ ରିପୋର୍ଟ ଏବଂ କେସ ଷ୍ଟଡି ପ୍ରସ୍ତୁତ କରିବ । ମିଳିତ ସହଯୋଗ ଓଡ଼ିଶାର ଜଳବାୟୁ ଅନୁକୂଳ କୃଷି ପଥ ଚିହ୍ନଟ କରିବାରେ ସହାୟକ ହେବ । ପୃଷ୍ଟିକର ଖାଦ୍ୟର ଉନ୍ନତି ପାଇଁ ଦୀର୍ଘସ୍ଥାୟୀ ପ୍ରଭାବ ନିର୍ମାଣ କରିବା, କୃଷି ବିଭାଗ ଓ ଇଣ୍ଡିଆନ ସ୍କୁଲ ଅଫ ବିଜନେସ (ISB) ଏହି ଉଦ୍ଦେଶ୍ୟଗୁଡିକ ପାଇଁ ଏକତ୍ର କାର୍ଯ୍ୟ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details