ଓଡିଶା

odisha

ETV Bharat / state

ଅନୁଗୋଳ-ସୁକିନ୍ଦା ରେଳ ଲାଇନର କରାଯିବ ରକ୍ଷଣାବେକ୍ଷଣ, ଚୁକ୍ତିନାମା ସ୍ବାକ୍ଷରିତ - ପୂର୍ବତଟ ରେଳପଥ

ଅନୁଗୋଳ ଜିଲ୍ଲାର ବୁଢ଼ାପଙ୍କ ଓ ଯାଜପୁର ଜିଲ୍ଲାର ବାଘୁଆପାଳ ରେଳ ଷ୍ଟେସନ ମଧ୍ୟରେ ବ୍ରଡ ଗେଜ୍ ରେଳ ଲାଇନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରାଯିବ । ଏନେଇ ପୂର୍ବତଟ ରେଳପଥ ଏବଂ ଅନୁଗୋଳ-ସୁକିନ୍ଦା ରେଳ ଲିମିଟେଡ୍ ମଧ୍ୟରେ ସ୍ଵାକ୍ଷର । ଅଧିକ ପଢ଼ନ୍ତୁ

mou sign for management and maintenance of angul-sukinda railway line
ଅନୁଗୋଳ-ସୁକିନ୍ଦା ରେଳ ଲାଇନର କରାଯିବ ରକ୍ଷଣାବେକ୍ଷଣ, ଚୁକ୍ତିନାମା ସ୍ବାକ୍ଷରିତ

By

Published : Nov 30, 2022, 6:59 AM IST

ଭୁବନେଶ୍ବର:ପୂର୍ବତଟ ରେଳପଥ ଏବଂ ଅନୁଗୋଳ-ସୁକିନ୍ଦା ରେଳ ଲିମିଟେଡ୍ ମଧ୍ୟରେ ସ୍ଵାକ୍ଷର । ଅନୁଗୋଳ ଜିଲ୍ଲାର ବୁଢ଼ାପଙ୍କ ଓ ଯାଜପୁର ଜିଲ୍ଲାର ବାଘୁଆପାଳ ରେଳ ଷ୍ଟେସନ ମଧ୍ୟରେ 98.70 କି.ମି. ବ୍ରଡ ଗେଜ୍ ରେଳ ଲାଇନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରାଯିବ । ଏନେଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ଉପସ୍ଥିତିରେ ରେଳପଥର ମୁଖ୍ୟାଳୟ ରେଳ ସଦନରେ ପୂର୍ବତଟ ରେଳପଥ ଏବଂ ଅନୁଗୋଳ-ସୁକିନ୍ଦା ରେଳ ଲିମିଟେଡ୍ (ଏଏସଆରଏଲ) ମଧ୍ୟରେ ରେଳ ଲାଇନ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ (ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ O&M) ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଏହି ସ୍ମାରକପତ୍ରରେ ଏଏସଆରଏଲର ପରିଚାଳନା ନିର୍ଦ୍ଦେଶକ ଦିଲୀପ କୁମାର ସାମନ୍ତରାୟ ଏବଂ ପୂର୍ବତଟ ରେଳପଥର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ଏଚ୍ ଏଲ. ଲୁଆଙ୍ଗଙ୍କ ଦ୍ୱାରା ସ୍ୱାକ୍ଷରିତ କରାଯାଇଛି । ଓଡ଼ିଶାର ଅନୁଗୋଳ ଜିଲ୍ଲାର ବୁଢ଼ାପଙ୍କ ଷ୍ଟେସନ ଓ ଯାଜପୁର ଜିଲ୍ଲାର ବାଘୁଆପାଳ ରେଳ ଷ୍ଟେସନ ମଧ୍ୟରେ 98.70 କି.ମି. ବ୍ରଡ ଗେଜ୍ ରେଳ ଲାଇନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଅନୁଗୋଳ-ସୁକିନ୍ଦା ରେଲୱେ ଲିମିଟେଡକୁ ରେଳ ବିକାଶ ନିଗମ ଲିମିଟେଡ (RVNL) ମାଧ୍ୟମରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଏକ ଏସପିଭିରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୌହ ପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ମଧ୍ୟରେ ଅନୁଗୋଳ ଅଞ୍ଚଳର ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ସଂଯୋଗ ଯୋଗାଇବ । ଏହା ମଧ୍ୟ ସୁକିନ୍ଦା ଅଞ୍ଚଳର କଳିଙ୍ଗ ନଗର ଶିଳ୍ପାଞ୍ଚଳ ସହିତ କୋଇଲା ଭିତ୍ତିକ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ପର୍ଯ୍ୟନ୍ତ ତାଲଚରର କୋଇଲା ଖଣି ବେଲ୍ଟ ମଧ୍ୟରେ ଏକ କ୍ଷୁଦ୍ର ଏବଂ ଗମନାଗମନ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇ ପାରିବ । ଏହି ନୂତନ ଲାଇନ ଅନୁଗୋଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗ ନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟର ନିକଟବର୍ତ୍ତୀ ହେବ ।

ଏହା ମଧ୍ୟ ପଢ଼ନ୍ତୁ:SHGଙ୍କ ପାଇଁ ବଡ ଘୋଷଣା, ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ

ଏହି ପ୍ରକଳ୍ପ ମଧ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଧାମରା, ପାରାଦୀପ ବନ୍ଦର ମଧ୍ୟରେ ଦୂରତା ମଧ୍ୟ ହ୍ରାସ ପାଇବା ସହ ତାଳଚେର-ସମ୍ବଲପୁର- ଝାରସୁଗୁଡା ମାର୍ଗ ମାଧ୍ୟମରେ କଳିଙ୍ଗ ନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀ ଇତ୍ୟାଦି ଗନ୍ତବ୍ୟସ୍ଥଳକୁ ଇସ୍ପାତ କାରଖାନାର ପ୍ରସ୍ତୁତ ଉତ୍ପାଦ ପଠାଇବା ମଧ୍ୟ ସମୟ ଉପଯୋଗୀ ଏବଂ ଶସ୍ତା ହେବ । 1998-99 ମସିହାରେ 98.70 କିଲୋମିଟର ଦୈର୍ଘ୍ୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା । 2009ରେ ଏହାକୁ କାର୍ଯ୍ୟକାରିତା ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା । ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ବୈଷୟିକ ସମାଧାନ ପ୍ରକ୍ରିୟା ପରେ ଆସନ୍ତା ଡିସେମ୍ବର 2022 ସୁଦ୍ଧା 2440 କୋଟି ଟଙ୍କାର ରେଳପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details