ଖୋର୍ଦ୍ଧା: ଦାରିଦ୍ର୍ୟତା ଆଗରେ ହାର ମାନିଲା ମା'ର ମମତା । ଅର୍ଥ ଅଭାବ ଯୋଗୁଁ ଛାତିକୁ ପଥର କରି ନିଜର 8 ଦିନର ଶିଶୁକୁ ପର ହାତକୁ ଟେକିଦେଲା ମା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ମାଳିସାହି ଗ୍ରାମରେ ।
ସୂଚନା ମୁତାବକ, ମାଳିସାହିର ସନ୍ତୋଷ ବିଶ୍ବାଳଙ୍କ ସ୍ତ୍ରୀ ବନିତା ବିଶ୍ବାଳ ନିଜର ଚତୁର୍ଥ କନ୍ୟା ସନ୍ତାନକୁ ଜନ୍ମର 8 ଦିନ ପରେ ଦାନ କରିଦେଇଛନ୍ତି । ପୂର୍ବରୁ ତିନୋଟି ଝିଅ ଥିବାବେଳେ ସେମାନଙ୍କୁ ଦିନକୁ ଦିଓଳି ଖାଇବାକୁ ଦେବା ସମ୍ଭବପର ହେଉନଥିଲା । ତେଣୁ ନିଜର ଚତୁର୍ଥ କନ୍ୟାକୁ ସେ ଭରଣପୋଷଣ କରିପାରିବେ କି ନାହିଁ ତାହା ଭାବି ଏଭଳି କରିଥିବା ଜଣା ପଡିଛି ।