ଖୋର୍ଦ୍ଧା : ଖୋର୍ଦ୍ଧା ଅର୍ଜୁନପୁର ପଞ୍ଚାୟତର ପାଟପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ମା' ଓ 6 ବର୍ଷ ଝିଅର ମୃତଦେହ ଉଦ୍ଧାର ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଦିପୁ ପତିଙ୍କ ସ୍ତ୍ରୀ ରାଜଶ୍ରୀ ପତି ଏବଂ ତାଙ୍କ 6 ବର୍ଷୀୟ ଝିଅ ଲୋରିନ ପତିଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।