ଓଡିଶା

odisha

ETV Bharat / state

ଅସହ୍ୟ ତାତି, ଆଜିଠୁ ସକାଳୁଆ ସ୍କୁଲ

ଆଜିଠୁ ଆରମ୍ଭ ହୋଇଛି ମର୍ଣ୍ଣିଂ ସ୍କୁଲ୍‌ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

Morning class
ଆଜିଠୁ ମର୍ଣ୍ଣିଂ କ୍ଲାସ୍‌

By

Published : Apr 10, 2023, 4:13 PM IST

Updated : Apr 11, 2023, 10:20 AM IST

ଆଜିଠୁ ସକାଳୁଆ ସ୍କୁଲ

ଭୁବନେଶ୍ବର: ଅସହ୍ୟ ହେଲେଣି ଗରମ । ରାଜ୍ୟରେ ବଢୁଛି ତାତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ (ମଙ୍ଗଳବାର) ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ମର୍ଣ୍ଣିଂ କ୍ଲାସ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଥିଲେ । ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ହେବ ।

ରାଜ୍ୟରେ ପ୍ରତିଟି ସ୍କୁଲ୍‌ରେ ମର୍ଣ୍ଣିଂ ସ୍କୁଲ୍‌ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଥିଲେ । ଖରାଦିନକୁ ଦୃଷ୍ଟିରେ ରଖି ସ୍କୁଲ୍‌ରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ପାଣି, ORS ମହଜୁଦ ରଖିବାକୁ କୁହାଯାଇଛି । ପଙ୍ଖାର ମଧ୍ୟ ବ୍ୟବସ୍ଥା କରାଯିବ । ଏପଟେ ଏପ୍ରିଲ ୩ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଲାଣି । ପାରଦ 40 ଡିଗ୍ରୀ ଟପିଲାଣି । ଆଜିଠୁ ଆହୁରି ତାତି ବଢିବ ।

ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ଅପ୍ରେଲ ୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ସକାଳୁଆ ସ୍କୁଲ୍‌ ଆରମ୍ଭ ସହିତ ସ୍କୁଲ୍‌ରେ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟଙ୍କନ ଆରମ୍ଭ ହୋଇଥିବା ବେଳେ ସୋମବାରଠୁ ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାଙ୍କନ ଆରମ୍ଭ ହୋଇଛି । ଯୁକ୍ତ ଦୁଇ ମୂଲ୍ୟାଙ୍କନରେ ଉଭୟ ଅନଲାଇନ ଓ ଅଫଲାଇନରେ ହେଉଛି ଖାତାଦେଖା। ଅଫଲାଇନରେ ମୂଲ୍ୟାଙ୍କନ 22 ଏପ୍ରିଲ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ 23 ତାରିଖରେ ଶେଷ ହେବ ।

ସେହିପରି ଅଫ୍‌ଲାଇନରେ ଦ୍ବିତୀୟ ପର୍ଯ୍ୟାୟର ଖାତାଦେଖା ଏପ୍ରିଲ 23ରୁ ଆରମ୍ଭ ହୋଇ ମେ’ 4 ତାରିଖ ଏବଂ ଅନଲାଇନରେ ଖାତାଦେଖା ଏପ୍ରିଲ 25ରୁ ଆରମ୍ଭ ହୋଇ ମେ’ 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମେ ମାସ ଶେଷରେ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 11, 2023, 10:20 AM IST

ABOUT THE AUTHOR

...view details