ଓଡିଶା

odisha

ETV Bharat / state

ଭୁଲ ପରିଚୟ ଦେଇ କରିଛନ୍ତି ରେଜିଷ୍ଟ୍ରେସନ୍‌; ୮ ହଜାରରୁ ଅଧିକ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନି

NACP ତଥ୍ୟରୁ ମିଳିଛି ଚାଞ୍ଚଲ୍ୟକର ସୂଚନା । ରାଜ୍ୟରେ ୮ ହଜାର ୬୭୩ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନି । ପରିଚୟ ଲୁଚାଇବାକୁ ଯାଇ ଦେଇଛନ୍ତି ଭୁଲ ଫୋନ ନମ୍ବର ଓ ଠିକଣା । ଅଧିକ ପଢ଼ନ୍ତୁ

୮ ହଜାରରୁ ଅଧିକ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନି
୮ ହଜାରରୁ ଅଧିକ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନି

By ETV Bharat Odisha Team

Published : Dec 2, 2023, 5:27 PM IST

୮ ହଜାରରୁ ଅଧିକ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନି

ଭୁବନେଶ୍ବର: ରାଜ୍ୟରେ ୮ ହଜାର ୬୭୩ ଜଣ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନାହିଁ । ୨୦୦୨ରୁ ଆଜି ଯାଏଁ ମିଳିଥିବା NACP ତଥ୍ୟରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ସୂଚନା । ସେମାନେ ନିଜ ପରିଚୟ ଲୁଚାଇବା ଉଦ୍ଦେଶ୍ୟରେ ଫୋନ ନମ୍ବର ଓ ଠିକଣା ଭୁଲ ଦେଇଛନ୍ତି ବୋଲି ଜଣାପଡ଼ିଛି । ଯାହା ଫଳରେ ଏବେ ସେମାନଙ୍କ ପତ୍ତା ମିଳୁନାହିଁ । ଏପରିକି ସେମାନଙ୍କ ଭିତରୁ କିଛି ରାଜ୍ୟ ବାହାରକୁ ପଳାଇ ଥାଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଓଡ଼ିଶାରେ ଏଡ୍‌ସ୍‌ ରୋଗୀଙ୍କ ସଂଖ୍ୟା ସେତେଟା ବଢୁନାହିଁ । ବାର୍ଷିକ ୩ ହଜାର ରୋଗୀ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ୫୦ ହଜାରରୁ କମ ରୋଗୀ ଥିବାରୁ ଏହା ଜାତୀୟ ହାରରେ C ତାଲିକାରେ ଅଛି । ୨୦୩୦ ସୁଦ୍ଧା ଦେଶକୁ ଏଡ୍‌ସ୍‌ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗଞ୍ଜାମ ଓ କଟକ ଜିଲ୍ଲାରେ ଏଡ୍‌ସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ଏଡ୍‌ସ୍‌ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ଉର୍ମିଳା ମିଶ୍ର । ସେ କହିଛନ୍ତି, "ରାଜ୍ୟରେ ଗଞ୍ଜାମ ଏବଂ କଟକ ଜିଲ୍ଲାରେ ଏକାଧିକ ଏଡ୍‌ସ୍‌ ରୋଗୀ ଚିହ୍ନଟ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ, ନିଜର ପରିଚୟପତ୍ର ନକଲି ଦେଇ ବାହାରେ ବୁଲୁଛନ୍ତି ଏଡ୍‌ସ୍‌ ରୋଗୀ ।" ୨୦୩୦ ସୁଦ୍ଧା ଭାରତକୁ ଏଡ୍‌ସ୍‌ ମୁକ୍ତ କରିବା ନେଇ ଅଣ୍ଟା ଭିଡ଼ିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଯଦି ଲୋକମାନେ ସଚେତନ ରହିବେ, ତେବେ ଏହା ଅନେକ ମାତ୍ରାରେ କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ଏଡ୍‌ସ୍‌ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ଉର୍ମିଳା ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ଏଡ୍‌ସ୍‌ ଦିବସ: କମୁଛି HIV ପଜିଟିଭ୍‌ ସଂଖ୍ୟା, ହେଲେ ସନ୍ଦେହରେ 'ଜିରୋ ପଜିଟିଭ୍‌' ଲକ୍ଷ୍ୟ ପୂରଣ

ଏପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "ପୂର୍ବାପେକ୍ଷା ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଲୋକମାନେ ସଚେତନ ଅଛନ୍ତି । ତେଣୁ ରାଜ୍ୟରେ ମଧ୍ୟ ଏଡ୍‌ସ୍‌ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।" ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୨୦୦୨ ମସିହାରୁ ନଭେମ୍ବର ୨୦୨୩ ମସିହା ପର୍ଯ୍ୟନ୍ତ ୬୦ ହଜାର ୮୮୬ ଜଣ ଏଡ୍‌ସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରି-ଏଆର୍‌ଟି ପଞ୍ଜିକରଣ କରିଛନ୍ତି ୪୭ ହଜାର ୩୯୦ ଜଣ । ତେବେ ଏଡ୍‌ସ୍‌ରେ ଏପର୍ଯ୍ୟନ୍ତ ୧୧ ହଜାର ୬୮୭ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details